କରୋନା ତଥ୍ୟ ପାଇଁ ଚୀନ ଉପରେ ଚାପ ପ୍ରୟୋଗ ହୋଇପାରିବ ନାହିଁ-WHO

ଚୀନ କରିଛି ଖେଳ

ନୂଆଦିଲ୍ଲୀ: ଚୀନ୍ ଜାଣିଶୁଣି ଲୁଚାଉଛି କି କରୋନା ସତ? ବିଶ୍ୱ ମହାମାରୀ ସୃଷ୍ଟି କରିଥିବା ଏହି ଭୂତାଣୁର ଉତ୍ପତ୍ତି ସଂପର୍କରେ ବିଶ୍ୱକୁ ଜଣାଇବାକୁ ଚାହୁଁନି କି ବେଜିଂ? ଚୀନ୍ ମୁହଁରୁ ସତ ଓଗାଳିବାକୁ ଚାପ ପ୍ରୟୋଗ କରିପାରିବ କି ବିଶ୍ୱ ସ୍ୱାସ୍ଥ୍ୟ ସଗଂଠନ- WHO? କେବଳ ଆମେରିକା ନୁହେଁ, ବିଭିନ୍ନ ଦେଶ କରୋନା ଭୂତାଣୁର ଉତ୍ପତ୍ତିକୁ ନେଇ ଚୀନକୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି। ଆମେରିକା ରାଷ୍ଟ୍ରପତି କରୋନା ଉତ୍ପତ୍ତି ସତର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ, ପୂର୍ବରୁ ଡବ୍ଲୁଏଚ୍ଓ ମଧ୍ୟ ଖୋଳତାଡ଼ କରି ଫେଲ୍ ମାରିଛି। ତେବେ ଏ ସଂପର୍କିତ ଅଧିକ ସୂଚନା ଦେବାକୁ ଚୀନକୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରିଛି WHO। ସଦସ୍ୟ ରାଷ୍ଟ୍ରଠୁ ସହଯୋଗ ଆଶା କରାଯାଇପାରିବ, କିନ୍ତୁ ଚାପ ପ୍ରୟୋଗ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଧିକାର ନାହିଁ ବୋଲି କହିଛନ୍ତି ଜରୁରୀକାଳୀନ କାର୍ଯ୍ୟକ୍ରମ  ନିର୍ଦ୍ଦେଶକ ମାଇକ୍ ରିଆନ୍। କରୋନା ଭୂତାଣୁର ଉତ୍ପତ୍ତି ନେଇ ଅଧିକ ଗବେଷଣାର ଆବଶ୍ୟକତା ରହିଛି।

ଏହା କିପରି ମନୁଷ୍ୟ ଶରୀରକୁ ଆସିଲା ସେ ନେଇ ତଥ୍ୟ ପ୍ରମାଣ ଆବଶ୍ୟକ ଏଥିପାଇଁ ସମସ୍ତ ସହଯୋଗୀ ଦେଶର ସହଯୋଗ ଓ ସାହାଯ୍ୟ ସହ ସେମାନଙ୍କ ଠାରୁ ତଥ୍ୟ ମିଳିବା ଦରକାର। କିନ୍ତୁ ମହାମାରୀ କରୋନାର ଉତ୍ପତ୍ତି ସମ୍ପର୍କରେ ଅଧିକ ତଥ୍ୟ ଦେବାକୁ କୌଣସି ଦେଶକୁ ବାଧ୍ୟ କରିବା ବିଶ୍ୱ ସ୍ୱାସ୍ଥ୍ୟସଂଗଠନର କ୍ଷମତା ପରିସର ବାହାରେ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି।

ଚଳିତ ବର୍ଷ ପ୍ରାରମ୍ଭରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ବିଶେଷଜ୍ଞ ଟିମ୍ କରୋନା ଭୂତାଣୁର ଉତ୍ପତ୍ତି ସମ୍ପର୍କରେ ତଦନ୍ତ କରିବାକୁ ଚୀନ୍ ଗସ୍ତ କରିଥିଲେ। କିିନ୍ତୁ ସେମାନଙ୍କୁ ଚୀନ ସରକାରଙ୍କ ପକ୍ଷରୁ ଆବଶ୍ୟକ ତଥ୍ୟ ଦିଆଯାଇ ନଥିବା ବିଶେଷଜ୍ଞମାନେ ଅଭିଯୋଗ କରିଥିଲେ। ଏହାକୁ ନେଇ ଚୀନ ସରକାର କରୋନା ଭୂତାଣୁକୁ ନେଇ କିଛି ତଥ୍ୟ ଲୁଚାଉଥିବା ଅଭିଯୋଗ ହୋଇଥିଲା। ତା ପରଠାରୁ ଏ ପର୍ଯ୍ୟନ୍ତ କରୋନାର ଉତ୍ପତ୍ତି ନେଇ କୌଣସି ଠୋସ୍ ପ୍ରମାଣ ମିଳିପାରି ନାହିଁ।

ତେବେ ଚଳିତ ବର୍ଷ ପ୍ରାରମ୍ଭରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ବିଶେଷଜ୍ଞ ଟିମ୍ କରୋନା ଭୂତାଣୁର ଉତ୍ପତ୍ତି ସମ୍ପର୍କରେ ତଦନ୍ତ କରିବାକୁ ଚୀନ୍ ଗସ୍ତ କରିଥିଲେ। କିିନ୍ତୁ ସେମାନଙ୍କୁ ଚୀନ ସରକାରଙ୍କ ପକ୍ଷରୁ ଆବଶ୍ୟକ ତଥ୍ୟ ଦିଆଯାଇ ନଥିବା ବିଶେଷଜ୍ଞମାନେ ଅଭିଯୋଗ କରିଥିଲେ। ଏହାକୁ ନେଇ ଚୀନ ସରକାର କରୋନା ଭୂତାଣୁକୁ ନେଇ କିଛି ତଥ୍ୟ ଲୁଚାଉଥିବା ଅଭିଯୋଗ ହୋଇଥିଲା। ତା ପରଠାରୁ ଏପପର୍ଯ୍ୟନ୍ତ କରୋନାର ଉତ୍ପତ୍ତି ନେଇ କୌଣସି ଠୋସ୍ ପ୍ରମାଣ ମିଳିପାରି ନାହିଁ।

You might also like