ବାତ୍ୟାର ନାଁ କେମିତି ହୁଏ?

ଜାଣନ୍ତୁ ବାତ୍ୟାକୁ ନେଇ ବଡ଼ ସୂଚନା

ନୂଆଦିଲ୍ଲୀ: ଉପକୂଳ ମୁହାଁ ବାତ୍ୟା ୟାସ୍‌। ସମୁଦ୍ରରୁ ସ୍ଥଳଭାଗ ଆଡ଼କୁ ଗର୍ଜନ କରି ମାଡ଼ି ଆସୁଛି ବାତ୍ୟା। ତେବେ ଆପଣଙ୍କ ମନରେ ସାଧାରଣ ଭାବରେ ପ୍ରଶ୍ନ ଉଙ୍କି ମାରୁଥିବ ଏହି ବାତ୍ୟାର ସୃଷ୍ଟି ସମୁଦ୍ରରେ କେମିତି ସୃଷ୍ଟି ହୁଏ ଓ ତାହାର ନାମକରଣ କେମିତି ହୁଏ? ଆସନ୍ତୁ ଜାଣିବା କେମିତି ଓ କିଏ କରେ ବାତ୍ୟାର ନାମକରଣ…..

ସାଧାରଣ ଭାବରେ ଅତ୍ୟଧିକ ଗରମ ହେତୁ ସମୁଦ୍ରରେ ବାତ୍ୟାର ସୃଷ୍ଟି ହୁଏ। ସୂଚନା ଅନୁସାରେ ବାତ୍ୟାର ନାମକରଣ ଅତ୍ୟନ୍ତ ସରଳ ହେବା କରାଯାଏ। ଯେଉଁ ନାଁକୁ ଲୋକମାନେ ସରଳରେ ବୁଝିପାରିବେ। କହିରଖୁଛୁ ଯେ, ବିଶ୍ୱ ପାଣିପାଗ ସଂଗଠନ ଓ ମିଳିତ ଜାତିସଂଘର ଏସିଆ ପାଇଁ ଥିବା ଅର୍ଥନୈତିକ ଓ ସାମାଜିକ କମିଶନ ୨୦୦୦ମସିହାରୁ ସାମୁଦ୍ରିକ ଝଡ ବାତ୍ୟାର ନାମକରଣ କରିବା ଆରମ୍ଭ କରିଥିଲେ।

ତେବେ ଭାରତୀୟ ପାଣିପାଗ ବିଭାଗ, ନର୍ଥ ଇଣ୍ଡିଆନ ଓସେନ ବେସିନରେ ଆସୁଥିବା ବାତ୍ୟାର ନାମକରଣ କରିଥାଏ। ଏଥିସହ ୮ଟି ଦେଶ, ବାଂଲାଦେଶ, ଭାରତ, ମାଲଦ୍ୱୀପ, ମିଆଁମାର, ଓମାନ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ଥାଇଲ୍ୟାଣ୍ଡ ପ୍ରତ୍ୟେକ ୮ଟି ଲେଖାଏଁ ନାଁ ଭବିଷ୍ୟତର ବାତ୍ୟା ପାଇଁ ଦେଇଥାନ୍ତି। ଅର୍ଥାତ ୮ଟି ଦେଶର ୬୪ଟି ନାଁ ବାତ୍ୟା ପାଇଁ ନାମିତ ହୋଇଥାଏ । ଗୋଟିଏ ବାତ୍ୟା ପାଇଁ ଗୋଟିଏ ଦେଶର ନାଁ ବ୍ୟବହାର ହେଲା ପରେ ପରବର୍ତୀ ବାତ୍ୟା ପାଇଁ କ୍ରମାନ୍ୱୟରେ ପରବର୍ତୀ ଦେଶ ଗୁଡିକ ଦେଇଥିବା ନାଁ ଗୁଡିକ ଆସିଥାଏ। ତେବେ ଓଡ଼ିଶା ଆଡ଼କୁ ମାଡ଼ି ଆସୁଥିବା ବାତ୍ୟାର ନାମ ଚଳିତ ଥର ଓମାନ ଦେଇଛି। ଏହି ବାତ୍ୟାର ନାଁ ପ୍ୟାରିସ ଭାଷାରୁ ଆସିଥିବା ସୂଚନା ମିଳିଛି।

ବାତ୍ୟାର ନାମ କରଣ କିଭଳି ହୁଏ ?

ବର୍ତ୍ତମାନ ବିଶ୍ୱ ଜଳବାୟୁ ସଂଗଠନ ର ତତ୍ୱାବଧାନରେ କାର୍ଯ୍ୟ କରୁଥିବା ବିଶ୍ୱର ୧୧ଟି ଚେତାବନୀ କେନ୍ଦ୍ର ବାତ୍ୟାର ନାମକରଣ କରୁଛି । ସବୁ ବାତ୍ୟାର ନାମକୁ ଚୂଡାନ୍ତ ଅନୁମୋଦନ ପ୍ୟାଇଁ ଡବ୍ଲ୍ୟୁଏମଓର ଆଂଚଳିକ କ୍ରାନ୍ତିୟ ବାତ୍ୟା କମିଟିକୁ ପଠାଯାଇଥାଏ । ଏହି କମିଟି ନାମକରଣକୁ ପ୍ରତ୍ୟାଖ୍ୟାନ ବା ପରିବର୍ତ୍ତନ କରିପାରିବେ କିମ୍ବା ନିଜେ ଏକ ନୂଆ ନାମ ଦେଇପାରିବ । ଏହି ପ୍ରକ୍ରିୟାରେ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଥିବା ଦେଶକୁ ସାମିଲ କରାଯାଇଥାଏ । ଏକ ଲୋକପ୍ରିୟ ଲୋକମତ ବା ନାମର ଆଧାରରେ ହିଁ ଏହାର ନାମ କରଣ କରାଯାଇଥାଏ । ନାମକରଣକୁ ଆହୁରୀ ସଂଗଠିତ କରିବା ପାଇଁ , ପାଣିପାଗ ବିଜ୍ଞାନୀମାନେ ବର୍ଣ୍ଣମାଳା ଅନୁସାରେ ନାମକରଣ ଆରମ୍ଭ କଲେ, ଯେମିତିକି ବର୍ଷର ଆରମ୍ଭରୁ ହେଉଥିବା ବାତ୍ୟାର ନାମକରଣ ଇଂରାଜୀ ବର୍ଣ୍ଣମାଳାର ପ୍ରଥମ ଅକ୍ଷର ‘ଏ’ରୁ ଆରମ୍ଭ ହେଲା ।

ପୂର୍ବାନୁମାନ, ସତର୍କ ସୂଚନାକୁ ଆଧାର କରି ସାରା ବିଶ୍ୱରେ ୯ଟି ଅଂଚଳରେ ବାତ୍ୟାକୁ ସୀମିତ ରଖାଯାଇଛି । ସେଗୁଡିକ ହେଲା ନର୍ଥ ଆଟଲାଂଟିକ, ଇଷ୍ଟର୍ଣ୍ଣ ନର୍ଥ ପାସିଫିକ, ସେଂଟ୍ରାଲ ନର୍ଥ ପାସିଫିକ, ୱେଷ୍ଟର୍ଣ୍ଣ ନର୍ଥ ପାସିଫିକ, ନର୍ଥ ଇଣ୍ଡିଆନ ଓସେନ, ସାଉଥ ୱେଷ୍ଟ ଇଣ୍ଡିଆନ ଓସେନ, ଅଷ୍ଟ୍ରେଲିଆନ, ସଦର୍ଣ୍ଣ ପାସିଫିକ ଓ ସାଉଥ ଆଟଲାଂଟିକ ।

ବାତ୍ୟାର ବିଭକ୍ତିକରଣ:

ପବନର ଗତି ଅନୁସାରେ ବାତ୍ୟାର ବିଭକ୍ତିକରଣ କରାଯାଇଥାଏ ।

ଡିପ୍‌ ଡିପ୍ରେସନ୍‌ : ଯଦି ଅବପାତ ଆହୁରୀ ଘନୀଭୂତ ହୁଏ, ତାହା ଗଭୀର ଅବପାତରେ ପରିଣତ ହୋଇଥାଏ । ଏପରିକ୍ଷେତ୍ରରେ ଘଂଟା ପ୍ରତି ୩୧ ରୁ ୩୯ କିଲୋମିଟର ପବନ ପ୍ରବାହିତ ହୋଇଥାଏ ।

ସାଇକ୍ଲୋନ୍‌: ଯଦି ଏହି ଅବପାତରେ ଘଂଟା ପ୍ରତି ୬୨ରୁ ୮୮ କିଲୋମିଟର ବେଗରେ ପବନ ପ୍ରବାହିତ ହୁଏ, ତାହେଲେ ଏହାକୁ ଘୂର୍ଣ୍ଣିଝଡ କୁହାଯାଇଥାଏ । ଭାରତୀୟ ପାଣିପାଗ ବିଭାଗ ଆଇଏମଡି ଏହାର ନାମକରଣ କରିଥାଏ ।

ଡିପ୍‌ ଡିପ୍ରେସନ୍‌ ବା ସାଇକ୍ଲୋନ୍‌ : ଏହି ବାତ୍ୟାରେ ଘଂଟା ପ୍ରତି ୧୧୮ କିଲୋମିଟରୁ ୧୬୦ କିଲୋମିଟର ପବନ ପ୍ରବାହିତ ହୋଇଥାଏ।

ସିଭିୟର ସାଇକ୍ଲୋନ୍‌: ଏହି ବାତ୍ୟା ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥାଏ । ଏଥିରେ ଘଂଟା ପ୍ରତି ୬୬ରୁ ୨୮୦ କିଲୋମିଟର ପବନ ପ୍ରବାହିତ ହୋଇଥାଏ ।

ସୁପର୍‌ ସାଇକ୍ଲୋନ୍‌ : ପ୍ରତି ଘଂଟାରେ ୨୨୨ ରୁ ୩୦୦ କିଲୋମିଟର ପବନ ପ୍ରବାହିତ ହେଲେ ଏହା ମହାବାତ୍ୟାର ରୂପ ନେଇଥାଏ ।

 

 

You might also like