WHOର ଚେତାବନୀ- ଭାକ୍ସିନ କରୋନା ଭାଇରସ୍‌କୁ ସମ୍ପୂର୍ଣ୍ଣ ମାରି ପାରିବ ନାହିଁ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁସାରେ, ସାରା ବିଶ୍ୱରେ ଏବେ ୧୬୫ରୁ ଅଧିକ କରୋନା ଭ୍ୟାକସିନ ପ୍ରସ୍ତୁତ ହେଉଛି। ଏହା ମଧ୍ୟରୁ କେତେକ ଭ୍ୟାକସିନ ପ୍ରି କ୍ଲିନିକାଲ୍ ଟ୍ରାଏଲ୍ ଷ୍ଟେଜରେ ଥିବାବେଳେ କେତେକ ଭ୍ୟାକସିନ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲରେ ଅଛି ।

ସେପଟେ ରୁଷିଆ କିଛି ସପ୍ତାହ ମଧ୍ୟରେ ଭ୍ୟାକସିନ ମାର୍କେଟକୁ ଛାଡ଼ିବ ବୋଲି ଦାବି କରିଛି । ଆସନ୍ତା ମାସ ସୁଦ୍ଧା ଭ୍ୟାକସିନର ମାସ୍‌ ପ୍ରଡକସନ କରି ସାରା ବିଶ୍ୱକୁ ଯୋଗାଇବା ବୋଲି ରୁଷିଆ କହିଛି।

ଅନ୍ୟପକ୍ଷେ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ (WHO)ର ପ୍ରମୁଖ ଡାକ୍ତର Tedros Adhanom କହିଛନ୍ତି, କୋଭିଡ-୧୯ ଭାକ୍ସିନ ଖୁବ୍‌ ଶୀଘ୍ର ବାହାରିବ ବୋଲି ଆଶା କରାଯାଉଛି। ହେଲେ କରୋନା ଭାଇରସର ପ୍ରତିକାର ପାଇଁ କୌଣସି ରାମବାଣ ବାହାରିବ ଏପରି ଆଶା ଖୁବ୍‌ କମ୍‌ ରହିଛି।  ଯଦି ବି ବାହାରିବ ତେବେ ଏହା ଯେ କରୋନାକୁ ସମ୍ପୂର୍ଣ୍ଣ ଭାଇରସ୍‌ରୁ ମଣିଷକୁ ସମ୍ପୂର୍ଣ୍ଣ ମୁକ୍ତ ରଖିପାରିବ ସେ ଗ୍ୟାରେଣ୍ଟି ନାହିଁ। ବିଶେଷ କରି ଭାରତକୁ ଚେତାବନୀ ଦେଇ WHO ପକ୍ଷରୁ କୁହାଯାଇଛି, ଭାରତ ପରି ଦେଶରେ ସଂକ୍ରମଣ ହାର ବହୁତ୍‌ ଅଧିକ । ସେମାନଙ୍କୁ ଦୀର୍ଘକାଳୀନ ସଂଗ୍ରାମ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ।

WHO ନିର୍ଦ୍ଦେଶକ ଟେଡ୍ରୋସ ଏଡ୍‌ନମ୍‌ ଏକ ଭର୍ଚୁଆଲ ପ୍ରେସ୍‌ କନ୍‌ଫରେନ୍ସରେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା କରୋନାର ଚିକିତ୍ସା ପାଇଁ ସେପରି କୌଣସି ଔଷଧ ବାହାରି ନାହିଁ। ତେଣୁ କରୋନାରୁ ଯେ ସମ୍ପୂର୍ଣ୍ଣ ମୁକ୍ତି ମିଳିବ ଏ ସମ୍ଭାବନା ଖୁବ୍‌ କମ୍‌। ହୁଏତ ବିଲ୍‌କୁଲ୍‌ ସମ୍ଭବ ହୋଇ ନ ପାରେ। ଏହା ସହିତ ଆମକୁ ବଞ୍ଚିବାକୁ ପଡ଼ିପାରେ।

ଟେଡ୍ରୋସ୍‌ ଏହା ପୂର୍ବରୁ ବି କହିଥିଲେ, କରୋନା ଅନ୍ୟ ଭାଇରସଠାରୁ ସମ୍ପୂର୍ଣ୍ଣ ଭିନ୍ନ। କାରଣ ଏହା ବାରମ୍ବାର ନିଜକୁ ବଦଳାଉଥିବା ଦେଖିବାକୁ ମିଳିଛି। ଏପରିକି ଋତୁ ପରିବର୍ତ୍ତନ ସହ ଏହାର କୌଣସି ସମ୍ପର୍କ ନାହିଁ। କରୋନାରୁ ମୁକ୍ତି ପାଇ‍‍ବାକୁ ହେଲେ ଆମକୁ ସୋସିଆଲ ଡିଷ୍ଟାନ୍‌ସିଂ, ହାତ  ଧୋଇବା, ମାସ୍କ ପିନ୍ଧିବା ଆଦି ନିୟମକୁ ସବୁବେଳେ ମାନିବାକୁ ପଡ଼ିବ।

ସାରା ପୃଥିବୀରେ ଅନେକ ଗୁଡିଏ କରୋନା ଭାକ୍ସିନର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଚାଲିଛି। ଏଥରୁ କୌଣସି ନା କୌଣସି ଭାକ୍ସିନ ରୋଗ ମୁକାବିଲା ଦିଗରେ ସଫଳ ହେବ ଏହି ଆଶା ରହିଛି। ତେବେ

 

You might also like