ମୋଦିଙ୍କୁ WHO ନିର୍ଦ୍ଦେଶକଙ୍କ ପ୍ରଶଂସା

ଟେଡ୍ରସ ଅଧନମଙ୍କ ପ୍ରଂଶସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରସ ଅଧନମଙ୍କ ପ୍ରଂଶସା। କରୋନା ବିରୋଧୀ ଲଢେଇରେ ଭାରତର କାର୍ଯ୍ୟକୁ ପ୍ରଂଶସା କରିଛନ୍ତି ଅଧନମ୍। କରୋନା ମହାମାରୀ ରୋକିବାକୁ ବିଶ୍ୱର ଲଢେଇରେ ଭାରତର ସହଯୋଗକୁ ପ୍ରଶଂସା କରିଛନ୍ତି WHO ମହାନିର୍ଦ୍ଦେଶକ ଟେଡ୍ରସ ଅଧନମ। ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଂଶସା କରିବା ସହ ସେ ଧନ୍ୟବାଦ ଜଣାଇଛନ୍ତି। ଏହାସହ ସେ କହିଛନ୍ତି ସମସ୍ତେ ମିଳିମିଶି କୋଭିଡକୁ ପରାସ୍ତ କରିପାରିବା ପରସ୍ପର ମଧ୍ୟରେ ଜ୍ଞାନକୌଶଳର ଆଦାନପ୍ରଦାନ ଦ୍ୱାରା ଆମେ ସମସ୍ତଙ୍କ ଜୀବନଧାରାରେ ସୁଧାର ସହ ଜୀବନ ବଂଚାଇ ପାରିବ ବୋଲି କହିଛନ୍ତି।

ଭାରତରୁ ବ୍ରାଜିଲକୁ କୋରନା ଟିକା ଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବ୍ରାଜିଲ ରାଷ୍ଟ୍ରପତି କୃତଜ୍ଞତା ଜଣାଇବା ପରେ ଏହି ବାର୍ତ୍ତା ଦେଇଛନ୍ତି ଟେଡ୍ରସ ଅଧନମ୍ । ବ୍ରାଜିଲ ରାଷ୍ଟ୍ରପତି ଜେ.ଏମ୍. ବୋଲସୋନାରୋ ହନୁମାନ ଗନ୍ଧମାର୍ଦ୍ଦନ ଟେକିନେବାର ଏକ ଫଟୋ ସହ ସଞ୍ଜିବନୀ ବୁଟି ପଠାଇଥିବା ଉଲ୍ଲେଖ କରି ଭାରତକୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ବିଶ୍ୱର ଏ ଦୁସ୍ଥିତି ବେଳେ ଭାରତକୁ ଶ୍ରେଷ୍ଠ ବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଜେର ବୋଲସୋନାରୋ। ଗତ ଶୁକ୍ରବାର ଏକ ମାଲବାହୀ ବିମାନରେ ୨୦ ଲକ୍ଷ ଡୋଜ୍ କୋଭିସିଲଡ୍ ଭ୍ୟାକସିନ୍ ଭାରତରୁ ଯାଇ ବ୍ରାଜିଲରେ ପହଞ୍ଚିଥିଲା।

ସେପଟେ ସମ୍ପୂର୍ଣ୍ଣ ସୁରକ୍ଷିତ ସ୍ୱଦେଶୀ ଟିକା। ଦେଶବାସୀଙ୍କୁ ଏହି ଅଭୟବାଣୀ ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, ଦୁଇଟି ଯାକ ଟିକା କେବଳ ଭାରତରେ ବ୍ୟବହାର ହେଉନି, ବିଦେଶକୁ ବି ପଠାଯାଉଛି। ସେପଟେ ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହେଉଥିବା ନେଇ ସଂଶୟକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ବି ଦୂର କରିଛନ୍ତି।

ବାରାଣାସୀର କରୋନା ଯୋଦ୍ଧାଙ୍କ ସହ ଭାବ ବିନିମୟ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କିଛି ଢଙ୍ଗରେ ସ୍ୱଦେଶୀ ଟିକାକୁ ନେଇ ଦେଶବାସୀଙ୍କ ମନରେ ଥିବା ସଂଶୟକୁ ଦୂର କରିଛନ୍ତି। ତାସହ କହିଛନ୍ତି-ଦେଶରେ ଟିକା ପ୍ରସ୍ତୁତିକୁ ନେଇ ଆରମ୍ଭରୁ ସରକାରଙ୍କ ଉପରେ ରାଜନୈତିକ ଜୋରଦାର ଚାପ ରହିଥିଲା, ହେଲେ ଆମେ କେବଳ ବୈଜ୍ଞାନିକଙ୍କ କଥା ଶୁଣିବାକୁ ନିଷ୍ପତ୍ତି ନେଲୁ ଓ ରଣନୀତି ସହକାରେ ପ୍ରଥମ ପର୍ଯ୍ୟାୟରେ କେବଳ  ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ସ୍ଥିର କଲୁ।

ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ଅନୁସାରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନାକ୍ରମେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଟିକା ଦିଆଯିବାର କାର୍ଯ୍ୟକ୍ରମ ରହିଛି। ଏମିତିକି ଏହି ପର୍ଯ୍ୟାୟରେ ୫୦ବର୍ଷରୁ ଅଧିକ ବୟସର ଲୋକଙ୍କ ସହ ୫୦ବର୍ଷରୁ ଉର୍ଦ୍ଧ୍ୱ ଜନ ପ୍ରତିନିଧିମାନଙ୍କୁ ମଧ୍ୟ ଟିକା ଦିଆଯିବାକୁ ଯୋଜନା ରହିଛି।

You might also like