ଉହାନ୍ ଲାବ୍‌ରୁ କରୋନା ଭୂତାଣୁ ଲିକ୍ ଆଶଙ୍କା ଅତି କ୍ଷୀଣ

ଉହାନ୍: ଚୀନ୍‌ର ଉହାନ୍ ଲାବ୍‌ରୁ କରୋନା ଭୂତାଣୁ ଲିକ୍ ଆଶଙ୍କା ଅତି କ୍ଷୀଣ। ବହୁ ପ୍ରତୀକ୍ଷିତ କୋଭିଡ୍ ଉତ୍ପତ୍ତିସ୍ଥଳ ସଂପର୍କିତ ରିପୋର୍ଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହା ଉଲ୍ଲେଖ କରିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ପ୍ରଥମେ ଉହାନ୍ ଆମିଷ ମାର୍କେଟ୍ ଏବଂ ପରେ ସେଠାରେ ଥିବା ଚୀନ୍ ସରକାରଙ୍କ ଅଧିକୃତ ଏକ ପ୍ରୟୋଗଶାଳାରୁ କରୋନା ସଂକ୍ରମଣ ବ୍ୟାପିଥିବା ଚର୍ଚ୍ଚା ହେଉଥିଲା। ଲ୍ୟାବ୍‌ରୁ ଭୂତାଣୁର ଉତ୍ପତ୍ତି ନେଇ ବହୁ ବୈଜ୍ଞାନିକ ଓ ଗବେଷକ ମଧ୍ୟ ଦାବି କରିଥିଲେ। ଏହାପରେ ଗତ ଜାନୁଆରୀରେ ଡବ୍ଲୁଏଚ୍ଓ ଟିମ୍ ଉହାନ୍‌କୁ ଯାଇ କରୋନାର ଉତ୍ସ ସଂପର୍କରେ ଅନୁସନ୍ଧାନ କରିଥିଲେ।

ଏହି ତଦନ୍ତର ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ ପାଇନଥିବା ବେଳେ, ତାହାର କେତେକ ତଥ୍ୟ କିଛି ନିର୍ଦ୍ଦିଷ୍ଟ ଅନ୍ତର୍ଜାତୀୟ ଗଣମାଧ୍ୟମ ହାତରେ ଲାଗିଥିବା ସେମାନେ ଦାବି କରିଛନ୍ତି। ସେଥିରେ ଦର୍ଶାଯାଇଛି ଯେ, ଲାବ୍‌ରୁ କରୋନା ଭୂତାଣୁ ଲିକ୍ ଆଶଙ୍କା ଅତି କ୍ଷୀଣ। ଏହା ବାଦୁଡି ଠାରୁ ସିଧାସଳଖ ମଣିଷକୁ ସଂକ୍ରମିତ ହୋଇଥାଇପାରେ। ବଜ୍ରକାପ୍ତା ଜରିଆରେ ମଣିଷକୁ କରୋନା ସଂକ୍ରମଣ ସମ୍ଭବ। ମାତ୍ର ତାହାର ମଧ୍ୟ ଆଶା କ୍ଷୀଣ।

You might also like