ସେଲ୍‌ଫ୍‌ କ୍ୱାରେଣ୍ଟିନ୍‌ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ

ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର(WHO) ମୁଖ୍ୟ ଟେଡ୍ରୋସ୍‌ ଆଧାନୋମ୍‌ ସେଲ୍‌ଫ୍‌ କ୍ୱାରେଣ୍ଟିନ୍‌ରେ ଥିବା ସୂଚନା ମିଳିଛି। ସେ ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ତେଣୁ ସେ ନିଜକୁ ସେଲ୍‌ଫ୍‌ କ୍ୱାରେଣ୍ଟିନରେ ରଖିବା ନେଇ ରବିବାର ଟ୍ୱିଟ୍‌ କରି ସୂଚନା ଦେଇଥିଲେ।

ତାଙ୍କ ପାଖରେ କୌଣସି ଲକ୍ଷଣ ନାହିଁ। ଏବେ ସେ ସୁସ୍ଥ ଅଛନ୍ତି। WHOର ସମସ୍ତ ପ୍ରୋଟୋକଲ୍‌ ପାଳନ କରିବେ ବୋଲି ସେ କହିଛନ୍ତି। ଏହାସହ ଘରେ ରହି କାର୍ଯ୍ୟ କରିବେ ବୋଲି ଟ୍ୱିଟ୍ କରି ଟେଡ୍ରୋସ୍‌ କହିଛନ୍ତି।

ସାରା ଦୁନିଆରେ ମହାମାରୀ କରୋନାରେ ୪୬ ମିଲିୟନରୁ ଅଧିକ ଲୋକ ସଂକ୍ରମିତ ହୋଇ ଥିବାବେଳେ ସେଥିମଧ୍ୟରୁ ପାଖାପାଖି ୧.୨ ମିଲିୟନ ଲୋକଙ୍କ ଜୀବନ ଗଲାଣି।

You might also like