କେଉଁଠୁ ଆସିଲା କରୋନା ଭାଇରସ-ସ୍ପଷ୍ଟ କଲେ WHO ଡାକ୍ତର

ୱାଶିଂଟନ: କରୋନା ଭାଇରସର ଉତ୍ପତି କେଉଁଠି ହେଲା ଏବଂ କିପରି ହେଲା ତାକୁ ନେଇ ଏ ଯାଏ କୌଣସି ସ୍ପଷ୍ଟ ତଥ୍ୟ ମିଳିନି। ତେବେ ଚୀନର ଉହାନରୁ ଏହି ଭାଇରସରୁ ସୃଷ୍ଟି ଏବଂ ଏହା କୃତ୍ରିମ ବୋଲି ଆମେରିକା ଅଭିଯୋଗ କରି ଆସୁଛି ଆମେରିକା । ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଖଣ୍ଡନ କରିଛି। WHOର ଡାକ୍ତର ମାଇକେଲ ରାୟନ କହିଛନ୍ତି, କରୋନା ଭାଇରସ ସମ୍ପୂର୍ଣ୍ଣ ପ୍ରାକୃତିକ ଭାବେ ସୃଷ୍ଟି ହୋଇଛି।

ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ କହିଥିଲେ, କରୋନା ଭାଇସର ଉହାନର ଲାବୋରଟୋରୀରୁ ସୃଷ୍ଟି ହୋଇଛି ଯାହାର ପ୍ରମାଣ ତାଙ୍କ ପାଖରେ ଅଛି। ଏହାର ଉତ୍ତରରେ WHO ଏପରି ସ୍ପଷ୍ଟୀକରଣ ଦେଇଛି। ରାୟନ ଆହୁରି କହିଛନ୍ତି, ଆମେରିକାର ଏହି ବୟାନ ଉପରେ  ବୈଜ୍ଞାନିକମାନଙ୍କ ସହ ଅନେକ ଆଲୋଚନା କରାଯାଇଛି। ଭାଇରସ୍‌ର ଜିନ୍‌ ସିକ୍ୱେନ୍ସ ଦେଖିବା ପରେ ଏହା ସମ୍ପୂର୍ଣ୍ଣ ଭାବେ ପ୍ରାକୃତିକ ଉପାୟରେ ସୃଷ୍ଟି ହୋଇଥିବା ସ୍ପଷ୍ଟ ହୋଇଛି ବୋଲି ଜଣାପଡ଼ିଛି । ତେଣୁ କେଉଁ ପ୍ରାକୃତିକ ଜିନିଷରୁ ଏହା ସୃଷ୍ଟ ତାହା ଜାଣିବା ନିହାତି ଜରୁରୀ। ଏହା ଜଣାପଡ଼ିଲେ ହିଁ ରୋଗକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ସେ କହିଛନ୍ତି ।

ଏଠି କହିରଖିବୁ, ଗୁରୁବାର ଆମେରକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କରୋନା ଭାଇରସକୁ ନେଇ ଚୀନକୁ ଆକ୍ଷେପ କରିଥିଲେ। କହିଥିଲେ, ଉହାନର ସେଇ ବାୟରୋଲଜି ଇନ୍‌ଷ୍ଟିଚ୍ୟୁଟରେ କରୋନା ଭାଇରସ ଉତ୍ପତି ହୋଇଥିଲା। ଏ ନେଇ ସେ ଚୀନ ଉପରେ କ୍ଷୋଭ ପ୍ରକାଶ କରିବା ସହ ଚୀନ ପ୍ରତି ଲାଗୁ କରିଥିବା ତାରିଫ ବୃଦ୍ଧି କରିବେ ବୋଲି କହିଥିଲେ। କାରଣ ଆମେରିକାର ଏପରି ହାଲତ ପାଇଁ ଚୀନ ଦାୟୀ ବୋଲି ସେ ଅଭିଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

You might also like