ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ କାହିଁକି ଟ୍ୱିଟରରେ ଅନ୍‌ଫଲୋ କଲା White House

ୱାଶିଂଟନ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଟ୍ୱିଟର୍ ଆକାଉଣ୍ଟକୁ ଫଲୋ କରିଥିଲା ଆମେରିକା କ୍ଷମତା କେନ୍ଦ୍ର ହ୍ୱାଇଟ୍‌ ହାଉସ୍। ଅଳ୍ପ  କିଛି ଦିନ ଫଲୋ କରିବା ପରେ ପୁଣି ସେମାନଙ୍କୁ ଅନଫଲୋ କରି ଦେଇଛି । ଖାଲି ସେତିକି ନୁହେଁ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଆମେରିକାରେ ଥିବା ଭାରତୀୟ ଦୂତାବାସକୁ ମଧ୍ୟ ହ୍ୱାଇଟ ହାଉସର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲରୁ ଅନଫୋଲ କରି ଦିଆଯାଇଛି।

ତେବେ ଏମାନଙ୍କୁ କାହିଁକି ଅନଫଲୋ କଲା White House ?

ଏWhite House ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସାଧାରଣତଃ ଆମେରିକା ରାଷ୍ଟ୍ରପତିଙ୍କ ବିଦେଶ ଗସ୍ତ ସମୟରେ ଆମନ୍ତ୍ରଣ କରିଥିବା ଦେଶକୁ ତାଙ୍କର ଟ୍ୱିଟର ହାଣ୍ଡଲ୍ଫ ଲୋ କରିଥାଏ। ତେବେ ଏହା ସାମୟିକ ଭାବେ କରାଯାଇଥାଏ । ଏହାର ଉଦ୍ଦେଶ୍ୟ,  ସରକାରୀ ଭାବେ ରାଷ୍ଟ୍ରପତିଙ୍କ ଯାତ୍ରାକୁ ସମର୍ଥନ କରିବା ପରି Messagesକୁ ରିଟ୍ୱିଟ୍‌ କରିବା ।

ଗତ ଫେବ୍ରୁଆରୀର ଶେଷ ସପ୍ତାହରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଯାତ୍ରା ଅବସରରେ ଆମେରିକାର ସରକାରୀ ଟ୍ୱିଟର ହାଣ୍ଡଲ୍‌  @White House  ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ , PMO, Indian Embassy in US, The US Embassy in India  ଏବଂ  ଼ଆମେରିକାର ଭାରତୀୟ ରାଜଦୂତ Ken Justerଙ୍କୁ ଫଲୋ କରିଥିଲା। ହେଲେ ଚଳିତ ସପ୍ତାହର ପ୍ରାରମ୍ଭରେ ସେମାନଙ୍କୁ ଅନ୍‌ଫଲୋ କରି ଦେଇଛି।

ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ହ୍ୱାଇଟ୍‌ ହାଉସ୍‌ ଟ୍ୱିଟର ଆକାଉଣ୍ଟ ସାଧାରଣତଃ ଆମେରିକା ସରକାରଙ୍କ ବରିଷ୍ଠ ଅଧିକାରୀ ଓ ଅନ୍ୟ ଉପଯୁକ୍ତ ଲୋକଙ୍କୁ ଫଲୋ କରିଥାଏ। କେବଳ ବିଦେଶ ଯାତ୍ରା ବେଳେ ଆମନ୍ତ୍ରଣ କରିଥିବା ଦେଶର ବିଶେଷ ଲୋକଙ୍କ ଫଲୋ କରିଥାଏ। କିଛି ଦିନ ପରେ ପୁଣି ସେମାନଙ୍କୁ ଅନ୍‌ଫଲୋ କରିଦିଏ।

ସୂଚନାଥାଉ କି,  ୩ ସପ୍ତାହ ତଳେ ମୋଦି ଏବଂ ରାଷ୍ଟ୍ରପତି କୋବିନ୍ଦଙ୍କୁ ଆମେରିକାର କ୍ଷମତା କେନ୍ଦ୍ର କୁହାଯାଉଥିବା ହ୍ୱାଇଟ୍‌ ହାଉସ୍‌ ପ୍ରଥମ ଥର ପାଇଁ ଫଲୋ କରିବା ଆରମ୍ଭ କରିଥିଲା। ହେଲେ ପୁଣି ସେମାନଙ୍କୁ ଅନ୍‌ଫଲୋ କରିଦେଇଛି।  ଏ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରତିକ୍ରିୟା ରଖି କହିଥିଲେ, ଏହି ଘଟଣା ତାଙ୍କୁ ନିରାଶ କରିଛି। ବିଦେଶ ମନ୍ତ୍ରାଳୟ ଏ ଦିଗରେ ଧ୍ୟାନ ଦେବାକୁ ସେ କହିଥିଲେ। 
ବୁଧବାର ସୁଦ୍ଧା ହ୍ୱାଇଟ ହାଉସ୍‌ର ୨୨ ମିଲିଅନ ଅର୍ଥାତ୍‌‌ ଦୁଇ କୋଟି ୨୦ ଲକ୍ଷ ଫଲୋଅର ଥିଲେ। ଅନ୍ୟପକ୍ଷେ White House ପରମ୍ପରାଗତ ଭାବେ ୧୩ଟି ଆକାଉଣ୍ଟକୁ ଫଲୋ କରୁଛି। ଏମାନଙ୍କ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କର ଅଧିକାରୀଙ୍କ ଟ୍ୱିଟର ହାଣ୍ଡଲ ରହିଛି। ଏଥିସହିତ ଫାଷ୍ଟ ଲେଡି, ଭାଇସ୍‌ ପ୍ରେସିଡେଣ୍ଟ, ସେକେଣ୍ଡ ଲେଡି, ନାଶନାଲ ସିକ୍ୟୁରିଟି କାଉନସିଲ୍‌ ଅଦି ସାମିଲ ଅଛନ୍ତି।

ଆହୁରି ପଢ଼ନ୍ତୁ

ମାରଣା ଷଣ୍ଢ କବଳରୁ ଜେଜେ ମା’ଙ୍କୁ ଉଦ୍ଧାର କଲା କୁନି ନାତି

ସାମ୍ନାକୁ ଆସିଲା ଆଉ ଏକ ଭାଇରସ୍‌: ଭାରତରେ ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ଆଶଙ୍କା

ହାଥରସ ଗଣଦୁଷ୍କର୍ମ ମାମଲା; ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଉଛନ୍ତି ପ୍ରିୟଙ୍କା-ରାହୁଲ

ରିୟାଙ୍କ ଘରୁ ମିଳିଲା ଏମିତି ଜିନିଷ, ହୋଇପାରେ ୧୦ ବର୍ଷ ଜେଲ୍‌

ହାଥରସ୍‌ ଘଟଣାର ପୁନରାବୃତ୍ତି: ଦୁଷ୍କର୍ମ ପରେ ମରଣାନ୍ତକ ଆକ୍ରମଣ, ଆଖି ବୁଜିଲେ ଛାତ୍ରୀ

ପର୍ଯ୍ୟଟକଙ୍କୁ ଗାଳିଗୁଲଜ କରୁଥିଲେ ଶୁଆ, ନିଆଗଲା ଏମିତି କାର୍ଯ୍ୟାନୁଷ୍ଠାନ

ଅନଲକ୍-୫ ଗାଇଡ୍ ଲାଇନ୍: କ’ଣ ଖୋଲିବ କେଉଁ ସବୁ କଟକଣା ରହିବ ଜାଣନ୍ତୁ

ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଅଡୁଆ ବଢ଼ିଲା: ସମନ କଲା ପୋଲିସ

ଦେଶରେ ୬୨ ଲକ୍ଷ ପାର୍ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ନିକଟତର

ବାବ୍ରୀ ମସଜିଦ୍ ରାୟକୁ ନେଇ ପାକିସ୍ତାନ ରଖିଲା ପ୍ରତିକ୍ରିୟା

ହାଥରଶ ଗଣଦୁଷ୍କର୍ମ ଘଟଣା; ADG କହିଲେ, ଜବରଦସ୍ତି ହୋଇନଥିଲା ଅନ୍ତିମ ସଂସ୍କାର

ବାବ୍ରୀ ମସ୍‌ଜିଦ୍ ରାୟ ଶୁଣିବା ପରେ କ’ଣ କହିଲା କଂଗ୍ରେସ ?

You might also like