‘ମୁଁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନୁହେଁ କି ରାଜନେତା ନୁହେଁ’

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଆସାମରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ଆଜି ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରଞ୍ଜନ ଗୋଗୋଇ। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି “ ମୁଁ ଜଣେ ରାଜନେତା ନୁହେଁ କି ମୋର ଏଭଳି ଉଦ୍ଦେଶ୍ୟ କି ଅଭିଳାଶା ନାହିଁ। ଏଭଳି ପଦବୀ ପାଇଁ କେହି ମୋ ନା ସୁପାରିଶ କରିନାହାଁନ୍ତି କି କରିବାରୁ ସମ୍ଭାବନା ବି ନାହିଁ।”

ଏଥିସହିତ ତାଙ୍କର ରାଜ୍ୟ ସଭା ସଦସ୍ୟ ପଦ ଗ୍ରହଣ କରିବା ରାଜନୀତିରେ ପ୍ରବେଶ ପଥ ନୁହେଁ ବୋଲି ଗୋଗୋଇ କହିଛନ୍ତି। ଏ ନେଇ ସେ କହିଛନ୍ତି “ ଏହା ଦୁର୍ଭାଗ୍ୟ ଯେ ଲେକେ ରାଜ୍ୟସଭା ପାଇଁ ମନୋନୀତ ସଦସ୍ୟ ଓ କୌଣସି ଦଳରୁ ନର୍ବାଚିତ ହୋଇ ଆସିଥିବା ପ୍ରାର୍ଥୀ ଭିତରେ ଫରକ ଜାଣନ୍ତି ନାହିଁ। ମୁଁ ରାଜ୍ୟସଭା ସଦସ୍ୟ ପଦକୁ ଏଥିପାଇଁ ବାଛିଛି କାରଣ ମୁଁ ଆଗ୍ରହ ରଖୁଥିବା ଦେଶର ବିଭିନ୍ନ ସମସ୍ୟା ବିଷୟରେ ମୋତେ ସ୍ୱର ଉତ୍ତୋଳନ କରିବାକୁ ସୁଯୋଗ ଦେବ। ଏହା କଣ ମୋତେ ରାଜନେତା କରିଦେବ ? ”

ଅଗଷ୍ଟ ୨୨ ତାରିଖରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ ରଞ୍ଜନ ଗୋଗୋଇଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରସଙ୍ଗ ଉଠାଇଥିଲେ। ଆସନ୍ତା ବର୍ଷ ଆସାମ ବିଧାନସଭା ନିର୍ବାଚନରେ ରଞ୍ଜନ ଗୋଗୋଇ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଗୁୱାହାଟିରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ତରୁଣ।

ସେ ଆହୁରି ମଧ୍ୟ କହିଥିଲେ ଯେ ରାମ ମନ୍ଦିର ନିଷ୍ପତ୍ତିକୁ ନେଇ ରଞ୍ଜନ ଗୋଗୋଇଙ୍କ ଉପରେ ବିଜେପି ଖୁସୀ ଅଛି। ଫଳ ସ୍ୱରୂପ ରଞ୍ଜନ ଅବସର ନେବା ପରେ ପରେ ହିଁ ତାଙ୍କୁ ରାଜ୍ୟସଭା ସଦସ୍ୟ ପଦ ମିଳିଥିଲା। ସେ ଚାହିଁଥିଲେ ଏହି ପଦବୀକୁ ପ୍ରତ୍ୟାଖ୍ୟାନ କରିପାରିଥାନ୍ତେ କିନ୍ତୁ ତାଙ୍କର ପଦୀବ ସ୍ୱୀକାର ହିଁ ସକ୍ରିୟ ପଲିଟିକ୍ସରେ ତାଙ୍କର ରୁଚିକୁ ଦର୍ଶାଉଛି ବୋଲି ତରୁଣ ଗୋଗୋଇ କହିଥିଲେ। ତରୁଣଙ୍କର ଏପରି ଅଭିଯୋଗକୁ ଭିତ୍ତିହୀନ ଓ ମୂଲ୍ୟହୀନ ବୋଲି କହିଥିଲା ଆସାମ ବିଜେପି। ତେବେ ଏହାକୁ ନେଇ ନାନା ପ୍ରଶ୍ନ ଉଠିବା ପରେ ଆଜି ଏହାର ସ୍ପଷ୍ଟୀକରଣ ରଖିଛନ୍ତି ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇ।

 

ଆହୁରି ପଢ଼ନ୍ତୁ

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନିଜ ଜୀବନକୁ ବାଜିରେ ଲଗାଇ ପାଣି ଭିତରେ ପଶି କୁକୁରର ଜୀବନ ରକ୍ଷା କଲେ ହୋମଗାର୍ଡ

ମନ୍ତ୍ରୀପରିଷଦରୁ ଇସ୍ତଫା ଦେଲେ ହରସିମରତ୍ କୌର୍ ବାଦଲ

ସୀମାରେ ଚୀନ ସେନାର ନୂଆ ଷଡ଼ଯନ୍ତ୍ର

କରୋନା ମୁକାବିଲା ପାଇଁ ଏଇ ସହରରେ ଲାଗୁ ହେଲା ୧୪୪ ଧାରା

ଲଦାଖରେ ୩୦ ମହଲା ଉଚ୍ଚତାରେ ଜଗିଛନ୍ତି ଭାରତୀୟ ଯବାନ, ୯ ଚୀନ୍ ସେନା ପାଇଁ ଜଣେ ଭାରତୀୟ ସେନା ଭାରି ପଡ଼ିବ

You might also like