ଗୋଟିଏ ଡୋଜ୍‌ରେ ହିଁ ଦେହରେ ଆଣ୍ଟିବଡି ତିଆରି କରୁଛି କିଏ: କୋଭାକ୍ସିନ ନା କୋଭିସିଲ୍ଡ ?

ନୂଆଦିଲ୍ଲୀ: କୋଭିସିଲ୍ଡ ପ୍ରଥମ ଡୋଜ୍ ନେଲା ପରେ ଦେହରେ ତିଆରି ହେଉଛି ଆଣ୍ଟିବଡ଼ି। ଟିକା ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ICMR  ନିର୍ଦ୍ଦେଶକ ବଳରାମ ଭାର୍ଗବ। କୋଭିସିଲ୍ଡ ଓ କୋଭାକ୍ସିନ ସଂପର୍କରେ ICMR ଡିଜି ବଳରାମ ଭାର୍ଗବଙ୍କ ସୂଚନା ଦେଇଛନ୍ତି। କୋଭାକ୍ସିନ ପ୍ରଥମ ଡୋଜ୍ ନେବାର ୪ ସପ୍ତାହ ପରେ ୨ୟ ଡୋଜ୍ ନେଇହେବ। କୋଭିସିଲ୍ଡର ପ୍ରଥମ ଡୋଜର ୧୨ ସପ୍ତାହ ପରେ ୨ୟ ଡୋଜ୍ ନେଇପାରିବେ। କୋଭିସିଲ୍ଡ ପ୍ରଥମ ଡୋଜ୍ ନେଲା ପରେ ଦେହରେ ଆଣ୍ଟିବଡ଼ି ତିଆରି ହେଉଛି। କିନ୍ତୁ କୋଭାକ୍ସିନ ଉଭୟ ଡୋଜ୍ ନେବା ପରେ ହେଉଛି ଆଣ୍ଟିବଡ଼ି ତିଆରି ହେଉଛି ବୋଲି ଭାର୍ଗବ କହିଛନ୍ତି।

କିନ୍ତୁ ICMR ଆଗରୁ କହିଥିଲା ଯେ- କରୋନାର ନୂଆ ଭ୍ୟାରିଏଣ୍ଟ ମୁକାବିଲାରେ ଅଧିକ ଫଳପ୍ରଦ କୋଭାକ୍ସିନ୍ । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରୋନା ଟିକା ନୂଆ  ମ୍ୟୁଟାଣ୍ଟକୁ ନଷ୍ଟ କରିବାରେ ଅଧିକ ସାମର୍ଥ୍ୟ ରଖିଛି । ଏନେଇ ନୂଆ ତଥ୍ୟ ପ୍ରକାଶ କରିଛି ICMR । ଏବେ ନୂଆ ଭାବେ ଦେଖାଦେଇଥିବା ୟୁକେ, ବ୍ରାଜିଲ୍, ଦକ୍ଷିଣ ଆମେରିକାର ମ୍ୟୁଟାଣ୍ଟ କ୍ଷେତ୍ରରେ ଅଧିକ ଫଳପ୍ରଦ ହୋଇଛି । ବିଶେଷ ଭାବେ ଡବଲ୍ ମ୍ୟୁଟାଣ୍ଟକୁ ମୁକାବିଲା କରିବାରେ ଅଧିକ ସାମର୍ଥ୍ୟ ରଖିଥିବା ନ୍ୟାସନାଲ୍ ଭାଇରୋଲେଜି ଏବଂ ଆଇସିଏମଆର ପକ୍ଷରୁ ମିଳିତ ରିସର୍ଚ୍ଚରେ ଜଣାପଡ଼ିଥିବା ରିପୋର୍ଟ ପ୍ରକାଶ ହୋଇଛି ।

ସେପଟେ  କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇଁ ସୁପାରିଶ କରିଥିଲା ନ୍ୟାସନାଲ ଇମ୍ୟୁନିଜେନସ ଟେକ୍ନିକାଲ ଆଡଭାଇଜରି ଗ୍ରୁପ, NITAG। କୋଭିସିଲ୍ଡ ଟିକା ନେବାର ପ୍ରଥମ ଡୋଜର ୧୨ ସପ୍ତାହ ପରେ ଓ ୧୬ ସପ୍ତାହ ପୂର୍ବରୁ ଦ୍ୱିତୀୟ ଡୋଜ୍ ନେବାକୁ ଏହି ଆଡଭାଇଜରି ଗ୍ରୁପ ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ ଅନ୍ ଭ୍ୟାକସିନ ଆଡମିନିଷ୍ଟ୍ରେସନ, NEGVAକୁ ଗତକାଲି ସୁପାରିଶ କରିଥିଲା। NEGVA ଏହି ସୁପାରିଶକୁ ଗ୍ରହଣ କରି ଅନୁମତି ଦେବା ପରେ ହିଁ ତାହା ଲାଗୁ କରାଯାଇଛି ।

You might also like