ଟ୍ରେନ୍ ଯାତ୍ରା ସମୟରେ କଣ କରିବା ବାଧ୍ୟତାମୂଳକ?

ଭୁବନେଶ୍ୱର: ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ସ ଜାରି କରିଛି ରେଳ ମନ୍ତ୍ରଣାଳୟ। ଯାତ୍ରା କରିବା ବେଳେ ମାସ୍କ, ଆରୋଗ୍ୟ ସେତୁ ଆପ୍ ବାଧ୍ୟତାମୂଳକ ରହିବ। କରୋନା ଲକ୍ଷଣ ନଥିବା ଯାତ୍ରୀଙ୍କୁ ହିଁ କେବଳ ଷ୍ଟେସନରେ ଆସିବାକୁ ଅନୁମତି ରହିବ।

ଟ୍ରେନ୍ ଛାଡ଼ିବାର ୯୦ ମିନିଟ୍ ପୂର୍ବରୁ ଯାତ୍ରୀ ଷ୍ଟେସନରେ ପହଞ୍ଚିବେ। ଏହି ସ୍ୱତନ୍ତ୍ର ଟ୍ରେନରେ ୪ଟି ଦିବ୍ୟାଙ୍ଗ ଓ ୧୧ଟି ରୋଗୀଙ୍କ ପାଇଁ ବର୍ଗରେ ରିହାତି ମିଳିବ। ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ସ୍ଥାନୀୟ ପ୍ରଶାସନର ନିୟମ ପାଳନ କରିବେ ଯାତ୍ରୀ।

ଯଦି, ଟ୍ରେନରେ ପ୍ୟାନଟ୍ରି କାର୍ ଥାଏ, ତେବେ ଯାତ୍ରୀଙ୍କୁ ପ୍ୟାକେଡ୍ ଫୁଡ୍, ପାଣି ବୋତଲ ମିଳିବ। ସେହିପରି ଷ୍ଟେସନରେ ଖାଇବା ପ୍ୟାକେଟ୍ କେବଳ କିଣି ହେବ, ଖାଇପାରିବେ ନାହିଁ।

ଆଜିଠୁ ସାଧାରଣ ଯାତ୍ରୀଙ୍କ ପାଇଁ ଟ୍ରେନ୍‌ ଟିକେଟ ବୁକିଂ ଆରମ୍ଭ ହୋଇଛି। ଆସନ୍ତା ଜୁନ୍‌ ୧ରୁ ରେଲ୍‌ୱେ ପକ୍ଷରୁ ୨୦୦ଟି ରେଗୁଲାର୍‌ ପାସେଞ୍ଜର ଟ୍ରେନ୍‌ ଚଳାଚଳ ଆରମ୍ଭ ହେବ। ଏଥିପାଇଁ ଆଜିଠୁ ଅନ୍‌ଲାଇନ୍‌ରେ ଟିକେଟ୍‌ ବୁକିଂ ଆରମ୍ଭ ହୋଇଛି। IRCTC ୱେବ୍‌ସାଇଟ୍‌ କିମ୍ବା ଏହାର ଆପ୍‌ ମାଧ୍ୟମରେ ଅନ୍‌ଲାଇନ୍‌ରେ ଟିକେଟ ବୁକିଂ ପ୍ରକ୍ରିୟା ଆରମ୍ଭ ହୋଇଛି।

You might also like