ବାଦୁଡ଼ି ନା ବଜ୍ରକାପ୍ତା, କେଉଁଠୁ ଆସିଲା ମହାମାରୀ କରୋନା ?

ନୂଆଦିଲ୍ଲୀ: ବାଦୁଡ଼ି ନା ବଜ୍ରକାପ୍ତା ? ମହାମାରୀ କରୋନା କାହା ଦ୍ୱାରା ବ୍ୟାପିଛି ସେନେଇ ICMR ପକ୍ଷରୁ ସୂଚନା ଦିଆଯାଇଛି।

ଏକ ସାମ୍ବାଦିକ ସମ୍ମିଳନୀ କରି ICMR ନିର୍ଦ୍ଦେଶକ ରମଣ ଗଙ୍ଗାଖେଡ଼କର କହିଛନ୍ତି ଯେ, ବାଦୁଡ଼ି ଦ୍ୱାରା କରୋନା ବ୍ୟାପିଛି ବୋଲି ପ୍ରଥମରୁ ବିଶ୍ୱାସ କରାଯାଉଥିଲା। ତେବେ ବାଦୁଡ଼ି ସହ ବଜ୍ରକାପ୍ତାର ବି ସଂପୃକ୍ତି ଅଛି ବୋଲି ପରେ ଗବେଷଣାରୁ ଜଣାପଡ଼ିଛି।

ବାଦୁଡ଼ି ଦେହରୁ ବଜ୍ରକାପ୍ତା ଓ ବଜ୍ରକାପ୍ତାରୁ ମଣିଷକୁ ସଂକ୍ରମଣ ସନ୍ଦେହ କରାଯାଉଛି। ତେବେ ବାଦୁଡ଼ିରୁ ମଣିଷ ଦେହକୁ ସଂକ୍ରମଣ ନେଇ ପ୍ରମାଣ ମିଳିପାରିନି। ସାଧାରଣତଃ ବାଦୁଡ଼ିରୁ ମଣିଷ ଦେହକୁ ରୋଗ ଆସିବା ବିରଳ ଘଟଣା ବୋଲି ଗଙ୍ଗାଖେଡକର କହିଛନ୍ତି।

You might also like