କେବେ ହେବ UPSC ଓ SSC ପରୀକ୍ଷା, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଓ ଲକଡାଉନ୍‌ ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ଓ ପରୀକ୍ଷା ସ୍ଥଗିତ ରହିଛି। UPSC ଓ SSC କେବେ ପରୀକ୍ଷା ହେବ, ଏନେଇ ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ମେ ୩ ପରେ ହେବ UPSC ଓ SSC ପରୀକ୍ଷା ତାରିଖ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଲକଡାଉନ୍ ଉଠିବା ପରେ ହିଁ ପରୀକ୍ଷା ହେବ। ଏନେଇ ଆବଶ୍ୟକ ସମୟ ସମସ୍ତ ଆଶାୟୀଙ୍କୁ ଦିଆଯିବ।

ଆଜି ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ। ଆଶାୟୀଙ୍କୁ ପରୀକ୍ଷା ସେଣ୍ଟର ପହଞ୍ଚିବା ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। କରୋନା ସଂକ୍ରମଣକୁ ନଜରରେ ରଖି ୟୁପିଏସସି ଓ ଏସଏସସି ପରୀକ୍ଷା ସ୍ଥଗିତ ରହିଛି।

You might also like