ଏଲ୍ଏସିରେ କେବେ ଫେରିବ ଶାନ୍ତି?
ନୂଆଦିଲ୍ଲୀ: ଏଲ୍ଏସିରେ ଫେରିବ କି ଶାନ୍ତି? ଏଲ୍ଏସିରୁ ସୈନ୍ୟ ପ୍ରତ୍ୟାହାର ନେଇ ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ଦଶମ ପର୍ଯ୍ୟାୟ କୋର୍ କମାଣ୍ଡରସ୍ତରୀୟ ବୈଠକ ଶେଷ ହୋଇଛି। ଗୋଗ୍ରା, ଡେପସାଙ୍ଗ୍ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ନେଇ ବୈଠକରେ ନିଷ୍ପତ୍ତି ହୋଇଥିବା ନେଇ ସୂଚନା ମିଳିଛି। ଚୀନର ମଲଡୋରେ ୧୬ ଘଣ୍ଟା ଧରି ଏହି ଆଲୋଚନା ଚାଲଥିଲା। ୯ ମାସରୁ ଅଧିକ ସମୟ ଧରି ପୂର୍ବ ଲଦାଖରେ ଉଭୟ ପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ପରେ ପ୍ରଥମ ଥର ପାଇଁ ଭାରତ ଓ ଚୀନ ପକ୍ଷରୁ ସେ ଅଂଚଳରୁ ପ୍ରଥମ ପର୍ଯ୍ୟାୟ ସୈନ୍ୟ ପ୍ରତ୍ୟାହାର ହୋଇସାରିଛି।
ପ୍ୟାଙ୍ଗଙ୍ଗର ଉତ୍ତର ଓ ଦକ୍ଷିଣ ତଟରୁ ପର୍ଯ୍ୟାୟ କ୍ରମେ ସୈନ୍ୟ ପ୍ରତ୍ୟାହାର ହେଉଛି। ନବମ ପର୍ଯ୍ୟାୟ ଆଲୋଚନା ବେଳେ ପ୍ୟାଙ୍ଗଙ୍ଗ ଅଂଚଳରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଉଭୟ ଦେଶ ସହମତି ପ୍ରକାଶ କରିଥିଲେ। ନିଷ୍ପତ୍ତି ଅନୁଯାୟୀ ଫେବୃୟାରୀ ୧୦ରୁ ଉଭୟ ଦେଶ ସୈନ୍ୟ ପ୍ରତ୍ୟାହାର କରୁଛନ୍ତି।