କେବେଠୁ ପାଳନ ହେଉଛି ଗଣତନ୍ତ୍ର ଦିବସ?

ଭୁବନେଶ୍ୱର: ଜାନୁଆରୀ ୨୬ ଅର୍ଥାତ୍ ସାଧାରଣତନ୍ତ୍ର ଦିବସ। ଏହି ଦିନ ଟି ସାରା ଦେଶରେ ବହୁତ ଧୁମଧାମରେ ପାଳନ କରାଯାଇଥାଏ। ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଥିଲା କେବଳ ଏହାନୁହେଁ ବରଂ ସେହି ଦିନଠାରୁ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା।

୧୯୫୦ ମସିହା ଜାନୁଆରୀ ୨୬ରୁ ପ୍ରଥମେ ଗଣତନ୍ତ୍ର ଦିବସ ପାଳନ କରାଯାଇଥିଲା । କିନ୍ତୁ ଏହା ରାଜପଥରେ ହୋଇନଥିଲା। ଦେଶର ପ୍ରଥମ ଗଣତନ୍ତ୍ର ଦିବସ ଇରୱିନ ଷ୍ଟାଡିୟମ  (ଆଜିର ନ୍ୟାସନାଲ ଷ୍ଟାଡିୟମ)ରେ ପାଳିତ ହୋଇଥିଲା। ପ୍ରଥମ ଗଣତନ୍ତ୍ର ଦିବସ ପାଳନ ପାଇଁ ଜାନୁଆରୀ ୭ ତାରିଖରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଇରୱିନ ଷ୍ଟାଡିୟମରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ। ପ୍ରଥମ ଗଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରାୟ ୩ ହଜାର ଯୱାନ ସାମିଲ ଥିଲେ।

ପ୍ରତ୍ୟେକ ବର୍ଷ ସାଧାରଣତନ୍ତ୍ର ଦିବସରେ ଲାଲକିଲ୍ଲାରେ ରାଷ୍ଟ୍ରପତି ପତାକା ଉତ୍ତୋଳନ କରିବା ସହ ଦେଶର ସାମରିକ ବାହିନୀ, ଅର୍ଦ୍ଧ ସାମରିକ ବାହିନୀ, ପୋଲିସ ବାହିନୀ ଓ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା କ୍ୟାଡେଟଙ୍କର ଅଭିବାଦନ ଗ୍ରହଣ କରନ୍ତି। ଏହାସହ ଦେଶର ବିଭିନ୍ନ ରାଜ୍ୟର ସଂସ୍କୃତି ଓ ପରମ୍ପରାକୁ ନେଇ ପ୍ରଜ୍ଞାପନ ମେଢ଼ର ଝଲକ ମଧ୍ୟ ଦେଖିବାକୁ ମିଳିଥାଏ। ଯେମିତି ଦେଶରେ ରାଷ୍ଟ୍ରପତି ପ୍ୟାରେଡର ଅଭିବାଦନ ଗ୍ରହଣ କରିନ୍ତି ଠିକ ସେହିପରି ଭାବରେ ରାଜ୍ୟସ୍ତରର ପ୍ୟାରେଡର ଅଭିବାଦନ ରାଜ୍ୟପାଳ ହିଁ ଗ୍ରହଣ କରନ୍ତି।

ରାଇସିନା ହିଲରୁ ଆରମ୍ଭ ହୁଏ ପ୍ୟାରେଡ

୧୯୫୫ ମସିହାରେ ଗଣତନ୍ତ୍ର ଦିବସ ପାଳନ ରାଜପଥରେ କରାଯିବା ପ‌ରେ ଏହାର ପ୍ରକ୍ରିୟା ପ୍ରାୟ ସମାନ ରହିଛି । ୨୬ ଜାନୁଆରୀ ପ୍ୟାରେଡର ଆରମ୍ଭ ରାଇସିନା ହିଲରୁ ହୋଇଥାଏ। ଏହାପରେ ରାଜପଥ,ଇଣ୍ଡିଆ ଗେଟ ଦେଇ ପ୍ୟାରେଡ ଲାଲକିଲ୍ଲାରେ ଯାଏ ଯାଇଥାଏ। ରାଇସିନା ହିଲରୁ ଲାଲକିଲ୍ଲା ଯାଏ ପ୍ରାୟ ୮ କିଲୋମିଟର ଯାଏ ଏହି ପ୍ୟାରେଡ ଚାଲିଥାଏ। ରାଷ୍ଟ୍ରପତିଙ୍କୁ ସଲାମ ଜଣାଇବା ସହ ପ୍ୟାରେଡର ଆରମ୍ଭ ହୋଇଥାଏ। ପ୍ୟାରେଡ ଆରମ୍ଭ ହେବା ପୂର୍ବରୁ ରାଷ୍ଟ୍ରପତି ୧୪ ଘୋଡା ସବାରୀଙ୍କ ସହ ଇଣ୍ଡିଆଗେଟରେ ପହଞ୍ଚିଥାନ୍ତି। ସେଠାରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଥାନ୍ତି।

ତେବେ ଏହି ଦୃଶ୍ୟ ଦେଖିବାକୁ ଅପେକ୍ଷା କରି ରହିଥାଆନ୍ତି ହଜାର ହଜାର ଦର୍ଶକ। କହିବାକୁ ଗଲେ, ଏହି ଦିନକୁ ଅତ୍ୟନ୍ତ ଧୁମଧାମରେ ପାଳନ କରନ୍ତି ଦେଶବାସୀ।  ଦେଶର ସମସ୍ତ ସ୍କୁଲ, କଲେଜ, ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ, ସରାକରୀ ଓ ବେସରକାରୀ କାର୍ଯ୍ୟାଳୟରେ ଜାତୀୟ ପତକା ଉତ୍ତୋଳନ କରାଯାଏ । ତିନୋଟି ରାଷ୍ଟ୍ରୀୟ ଦିବସ ମଧ୍ୟରୁ ଗଣତନ୍ତ୍ର ଦିବସ ହେଉଛି ଗୋଟିଏ ।

You might also like