ଜେଟଲୀ କରାଇଥିଲେ ସେହ୍ୱାଗଙ୍କ ବାହାଘର

ନୂଆଦିଲ୍ଲୀ : ଦିଲ୍ଲୀରୁ ଅନେକ କ୍ରିକେଟର ଅନ୍ତର୍ଜାତୀୟ ସ୍ତରରେ ନାଁ କମାଇଛନ୍ତି। ଆଉ ଅରୁଣ ଜେଟଲୀ ଡିଡିସିଏ ଅଧ୍ୟକ୍ଷ ଥିବା ସମୟରେ ଏମାନଙ୍କ ସଂଖ୍ୟା ବହୁତ ଥିଲା। ଏହି ପ୍ରବୀଣ ଖେଳାଳିମାନଙ୍କ ମଧ୍ୟରୁ ପ୍ରମୁଖ ଥିଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହ୍ୱାଗ। ବିସିସିଆଇର ଉପସଭାପତି ଦାୟିତ୍ୱ ମଧ୍ୟ ତୁଲାଇଥିବା ଜେଟଲୀଙ୍କୁ ଆଜି ସେହ୍ୱାଗ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଅରୁଣ ଜେଟଲୀଙ୍କ ସରକାରୀ ବଙ୍ଗଳାରେ ହିଁ ସେହ୍ୱାଗଙ୍କ ବାହାଘର ହୋଇଥିଲା। ୨୦୦୪ ମସିହାରେ ଜେଟଲୀଙ୍କୁ ଆଲର୍ଟ ହୋଇଥିବା ଏହି ବଙ୍ଗଳା ବ୍ୟବହାରରେ ନଥିଲା। ସେହ୍ୱାଗ ଏବଂ ଆରତୀଙ୍କ ବାହାଘର ବାବଦରେ ଶୁଣିବା ପରେ ନିଜେ ସେହ୍ୱାଗଙ୍କ ବାପାଙ୍କୁ ଜେଟଲୀ ପ୍ରସ୍ତାବ ଦେଇଥିଲେ ଏହି ବାହାଘର ତାଙ୍କ ୯, ଅଶୋକା ରୋଡ୍‌ ବଙ୍ଗଳାରେ ହେବ।

ଜେଟଲୀ ଏହି ବାହାଘର ପାଇଁ ହିଁ ବଙ୍ଗଳାକୁ ପ୍ରସ୍ତୁତ କରାଇଥିଲେ ଏବଂ ଅତିଥିମାନଙ୍କ ପାଇ ବ୍ୟବସ୍ଥା କରାଇଥିଲେ। ସେହି ସମୟରେ ବାଙ୍ଗାଲୋରରେ ପ୍ରଚାରରେ ବ୍ୟସ୍ତ ଥିବାରୁ ସେ ବାହାଘରରେ ଯୋଗଦେଇପାରିନଥିଲେ। କୁହାଯାଏ ଏଥିରେ ବହୁ ସେଲିବ୍ରେଟିଙ୍କ ଭିଡ଼ ହୋଇଥିଲା ଏବଂ କଡ଼ାକଡ଼ି ସୁରକ୍ଷା କାରଣରୁ ଅତିଥିମାନେ ନିମନ୍ତ୍ରଣ କାର୍ଡ ସାଥିରେ ଆଣିବାକୁ ପଡ଼ିଥିଲା।

ଆହୁରି ପଢ଼ନ୍ତୁ

ନଭେମ୍ବର ଶେଷ ଯାଏ ବଢ଼ିଲା ଅନ୍‌ଲକ୍‌ ୫.୦ ଗାଇଡ୍‌ ଲାଇନ କଟକଣା

ଏବେ ଯେକୌଣସି ବ୍ୟକ୍ତି ଜାମ୍ମୁ କାଶ୍ମୀରରେ କିଣି ପାରିବେ ଜାଗା

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ଲଭ୍‌-ଜିହାଦ୍‌ରୁ ହତ୍ୟା! ସିସିଟିଭିରେ କଏଦ୍‌ ହେଲା ଭିଡିଓ

ଅଓ୍ୱନ୍ତିପୋରାରେ ଏନ୍‌କାଉଣ୍ଟର: ଆତ୍ମସମର୍ପଣ କଲା ଆତଙ୍କୀ

କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କରୋନା ପଜିଟିଭ୍

ହାଥରସ ଘଟଣା: ସୁପ୍ରିମକୋର୍ଟ କହିଲେ ୟୁପିରୁ ବାହାରକୁ ସ୍ଥାନାନ୍ତର ହେବନି ମାମଲା

୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି

ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ: BECA ରାଜିନାମା ସ୍ୱାକ୍ଷର କରିବେ ଦୁଇ ଦେଶ

ବିହାର ନିର୍ବାଚନ: ୩୪% ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା

ସୋନୁ ସୁଦ୍‌ଙ୍କ ସାହାଯ୍ୟକୁ ନେଇ ୟୁଜର୍ସ କହିଲେ ‘ବଡ ଧୋକା’; ସୋନୁ ଦେଲେ ଏମିତି ଜବାବ୍‌

ମଦ୍ରାସାରେ ଭୟଙ୍କର ବିସ୍ଫୋରଣ; ୭ ମୃତ ୭୦ ଆହତ

You might also like