୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ଲକ୍ଷ୍ନୌ: ଟଙ୍କା ରୋଜଗାର କରିବାର ମାଧ୍ୟମ ଯଦି ସହଜ ହୋଇଥାନ୍ତା,  କେତେ ପୃଥିବୀରେ କେହି ଦରିଦ୍ର ନ ଥାନ୍ତେ। ଲୋକ ଅନାହାରରେ ରହୁ ନ ଥାନ୍ତେ କିମ୍ବା ଅର୍ଥାଭାବରୁ ଚିକିତ୍ସା ନ କରି ଲୋକେ ମରୁ ନ ଥାନ୍ତେ। ବହୁତ କଷ୍ଟରେ ଆସେ ଏହି ଟଙ୍କା। ହେଲେ କଷ୍ଟକରି ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ପାଖରେ ଯଦି ଅକସ୍ମାତ କୋଟି କୋଟି ଟଙ୍କା ଗଦା ହୋଇଯାଏ, କେମିତି ଲାଗିବ ? ହୁଏତ ଖୁସିରେ ପାଗଳ ହୋଇଯିବ। ହେଲେ ୧୬ ବର୍ଷର ଝିଅଟି ଏତେ ଟଙ୍କା ଦେଖି ଖୁସି ହୋଇ ନ ଥିଲା। ବରଂ ଆଶ୍ଚର୍ଯ୍ୟ ଭୟଭୀତ ହୋଇ ଯାଇଥିଲା। ଯାହା ତାହାର ନୁହେଁ, ତାହା ପାଖରେ କାହିଁକି ରହିବ ବୋଲି ପ୍ରଶ୍ନ କରି ତନାଘନା ଆରମ୍ଭ କରିଥିଲା।

ୟୁପି ବଳିଆ ଅଞ୍ଚଳ ରୁକୁନାପୁର ଗାଁର ୧୬ ବର୍ଷର ଗରିବ ଝିଅଟିଏ।  ନାଁ ତାର ସରୋଜ। ଆଲ୍‌ହାବାଦ ବ୍ୟାଙ୍କର ବାଂଶଡିହ ଶାଖାରେ ତାଙ୍କର ଆକାଉଣ୍ଟ ଅଛି।  କୌଣସି କାମରେ ଦିନେ ସେ ବ୍ୟାଙ୍କ ଆସିଥିଲେ। ସେଠାରେ ସେ ଜାଣିବାକୁ ପାଇଲେ ଯେ, ତାଙ୍କ ଆକାଉଣ୍ଟରେ ୯ କୋଟି ୯୯ ଲକ୍ଷ ୪ ହଜାର ୭୩୬ ଟଙ୍କା ଅଛି।

ସରୋଜ ତୁରନ୍ତ ବ୍ୟାଙ୍କ ଅଧିକାରୀଙ୍କୁ ଜଣାଇଥିଲେ। ଏତେ ଟଙ୍କା ଜାଣିବା ପରେ ବ୍ୟାଙ୍କ ପକ୍ଷରୁ ତାଙ୍କା ଆକାଉଣ୍ଟରୁ କାରବାର ବନ୍ଦ କରି ଦିଆଗଲା। ପୋଲିସକୁ ମଧ୍ୟ ଏ ସମ୍ପର୍କରେ ସୂଚାଇ ଦିଆଗଲା। ସରୋଜଙ୍କ କହିଥିଲେ, ୨୦୧୮ରେ ସେ ତାଙ୍କ ଆକାଉଣ୍ଟ ଖୋଲିଥିଲେ। ସରୋଜଙ୍କ କହିବା ଅନୁଯାୟୀ ନିଲେଶ ନାମକ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରାଇବା ଦେବେ କହି ତାଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ। ଏଥିପାଇଁ ତାଙ୍କ  ଆଧାରକାର୍ଡ ଏବଂ ଫଟୋ ମଧ୍ୟ ମାଗିଥିଲେ। ସରୋଜ ଏସବୁ ଡକ୍ୟୁମେଣ୍ଟ ଦେଇଥିଲେ। କିଛି ଦିନ ପରେ ତାଙ୍କର ଏଟିଏମ ଆସିଗଲା। କିଛି ଦିନ ପରେ ନିଲେଶ ଏହି ଏଟିଏମ ମଧ୍ୟ ରେଜେଷ୍ଟ୍ରି ଡାକରେ ନେଇ ଯାଇଥିଲେ।

ବ୍ୟାଙ୍କ କର୍ମଚାରୀଙ୍କ କହିବା ଅନୁଯାୟୀ, ଏହି ଆକାଉଣ୍ଟରୁ ଅନେକ ବାର କାରବାର ହୋଇଛି। ହେଲେ ଏ ବିଷୟରେ ସରୋଜ କିଛି ବି ଜାଣି ନାହାନ୍ତି। ପ୍ରଥମେ ପ୍ରଥମେ ନିଲେଶ ଫୋନରେ କଥା ହେଉଥିଲେ। ହେଲେ ଏବେ ସେହି ଫୋନ ବନ୍ଦ ରହିଛି। ଏହି ଘଟଣାକୁ ନେଇ ସରୋଜଙ୍କ ପିତାମାତା ବେଶ ଚିନ୍ତିତ। ସରୋଜଙ୍କ ବାପା ଏକ ଗ୍ୟାରେଜରେ କାମ କରନ୍ତି। ସରୋଜ ବେଶି ପାଠ ପଢିନାହାନ୍ତି। ମାତ୍ର ପ୍ରାଥମିକ ଶିକ୍ଷା ଶେଷ କରିଛନ୍ତି। ତେବେ ଏହି ଘଟଣାକୁ ନେଇ ପରିବାର ଲୋକେ ଡରି ଯାଇଛନ୍ତି।

 

ଆହୁରି ପଢ଼ନ୍ତୁ

୧୦ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଫାଶୀ

ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ କୌଣସି ଚାପ ପଡ଼ି ନ ଥିଲା-ସଫେଇ ଦେଲେ ଇମ୍ରାନ

ଆରୋଗ୍ୟ ସେତୁ ଆପ୍ସର ତଥ୍ୟ ଖିଲାପ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବାପାଙ୍କୁ ହତ୍ୟା କରିବା ପରେ କ୍ରାଇମ୍‌ ଶୋ’ରୁ ଆଇଡିଆ ନେଇ ପ୍ରମାଣ ନଷ୍ଟ କଲା ପୁଅ

ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ସେକ୍ସ ଗୁରୁଙ୍କୁ ମିଳିଲା ସଜା, ଜେଲରେ ରହିବେ ୧୨୦ ବର୍ଷ

ଦିୱାଲିରେ ଏହିସବୁ ସ୍ମାର୍ଟଫୋନ୍‌ ଉପରେ ମିଳୁଛି ବମ୍ପର ଅଫର୍‌

କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟକ ହେବ ବିସିଜି ଟିକା

ବିବାହ ଉତ୍ସବରେ ଯୋଗଦେଇ ଫେରୁ ଥିବାବେଳେ ଓଲଟିଲା ଭ୍ୟାନ୍‌; ୬ ମୃତ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

You might also like