ଲୋକଙ୍କ ଉପରେ ପଲିସି ଥୋପୁଛି ହ୍ୱାଟ୍ସଆପ୍: ଏହି ନୂଆ ସର୍ଭିସ ଆକ୍ସେପ୍ଟ ନକଲେ ଡିଲିଟ ହେବ ଆକାଉଣ୍ଟ
ନୂଆଦିଲ୍ଲୀ: ଆସନ୍ତା ବର୍ଷ ଆରମ୍ଭରୁ ହ୍ୱାଟ୍ସଆପ୍ ନିଜର ଟର୍ମସ ଅଫ୍ ସର୍ଭିସ୍ ଅପ୍ଡେଟ୍ କରିବାକୁ ଯାଉଛି। ୟଜରଙ୍କୁ ଏହି ଅପ୍ଡେଟ୍ ଆକ୍ସେପ୍ଟ କରିବାକୁ ପଡ଼ିବ, ନହେଲେ ଆପଣଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟକୁ ଡିଲିଟ କରିବାକୁ ପଡ଼ିବ। ହ୍ୱାଟ୍ସଆପ୍ ଏକ ନୂଆ ଭର୍ସନ୍ ଅପ୍ଡେଟ୍ ଆଣିଛି, ଯେଉଁଥିରେ ନୂଆ ଟର୍ମସ ଅଫ୍ ସର୍ଭିସ୍ ଦିଆଯାଇଛି। ଏହା ୮ ଫେବ୍ରୁଆରୀ ୨୦୨୧କୁ ୟୁଜର୍ସଙ୍କ ପାଇଁ ଲାଗୁ ହେବ। ସାରା ବିଶ୍ୱରେ ହ୍ୱାଟ୍ସଆପ୍ର ୧.୫ ଆରବରୁ ଅଧିକ ବ୍ୟବହାରକାରୀ ଅଛନ୍ତି। ଯଦି ସେମାନେ ଆଗକୁ ହ୍ୱାଟ୍ସଆପ୍ ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ସମସ୍ତଙ୍କୁ ଏହି ଅପ୍ଡେଟ୍ ଆକ୍ସେପ୍ଟ କରିବାକୁ ପଡ଼ିବ।
କଣ ଅଛି ଏହି ପିଲିସିରେ ?
ହ୍ୱାଟ୍ସଆପ୍ ଟର୍ମସ ଅଫ୍ ସର୍ଭିସ୍ରେ ଲେଖା ହୋଇଛି ଯେ ଏହା ୮ ଫେବ୍ରୁଆରୀ ୨୦୨୧ରେ ଲାଗୁ ହେବ। ଏହି ତାରିଖରେ ୟୁଜରଙ୍କୁ ନୂଆ ଟର୍ମସକୁ ଆକ୍ସେପ୍ଟ କରିବାକୁ ହେବ। ଯଦି ସେମାନେ ଆକ୍ସେପ୍ଟ କରିବେ ନାହିଁ, ତେବେ ଆକାଣ୍ଟ ଡିଲିଟ କରିବାକୁ ପଡ଼ିବ।
WABetainfo ସାଇଟ୍ର ରିପୋର୍ଟ ଅନୁସାରେ, ନୂଆ ଅପ୍ଡେଟ୍ରେ ହ୍ୱାଟ୍ସଆପ୍ରେ ‘ଇନ୍ ଆପ୍ ଆନାଉନ୍ସମେଣ୍ଟ’ ଫିଚର ଦିଆଯାଇଛି। ଯଦି କମ୍ପାନୀ ଗ୍ରାହକଙ୍କୁ କୌଣସି ବିଷୟରେ ସୂଚନା ଦେବାକୁ ଚାହୁଁଛି ତେବେ ହ୍ୱାଟ୍ସଆପ୍ରେ ଏହି ସୂଚନା ଦିଆଯାଇ ପାରିବ। ଏଥିରେ କମ୍ପାନୀ ନୂଆ ଫିଚର, ପଲିସିରେ ପରିବର୍ତ୍ତନ ସମ୍ପର୍କିତ ସୂଚନା, ବଗ୍ସ ସହିତ ଅନ୍ୟ ସୂଚନା ଦେଇପାରିବ।
WABetainfo ରିପୋର୍ଟ ଅନୁସାରେ, ୟୁଜର୍ସଙ୍କୁ ଏହି ପ୍ରକାର ସୂଚନା ଚାଟ୍ ମାଧ୍ୟମରେ ନଦେଇ ବ୍ୟାନର ହିସାବରେ ଦିଆଯିବ। ଏହି ବ୍ୟାନର ଉପରେ ଟ୍ୟାପ୍ କଲେ ୟୁଜର୍ସ ଏକ୍ସଟର୍ନାଲ ୱେବ୍ସାଇଟ୍କୁ ଯାଇ ସେଠାରେ ସମ୍ପୂର୍ଣ୍ଣ ସୂଚନା ପାଇପାରିବେ।
ରିପୋର୍ଟ ଅନୁସାରେ, ‘ଇନ୍ ଆପ୍ ଆନାଉନ୍ସମେଣ୍ଟ’ର ବ୍ୟବହାର କରି କମ୍ପାନୀ ୟଜର୍ସଙ୍କୁ ନୂଆ ଟର୍ମସ ଅଫ୍ ସର୍ଭିସ୍ ଅପ୍ଡେଟ୍ ପଠାଇବ। ସମସ୍ତଙ୍କୁ ଏହାକୁ ଆକ୍ସେପ୍ଟ କରିବାକୁ ପଡ଼ିବ। ତେବେ ବର୍ତ୍ତମାନ କମ୍ପାନୀ ଏହାକୁ ପବ୍ଲିକ ପାଇଁ ଜାରି କରି ନାହିଁ। କିନ୍ତୁ ଆସନ୍ତା ସପ୍ତାହରେ ଏହା ଜାରି ହୋଇପାରେ। ଏନେଇ WABetainfo ଏକ ସ୍କ୍ରିନ୍ଶଟ୍ ମଧ୍ୟ ଜାରି କରିଛି।
ହ୍ୱାଟ୍ସଆପ୍ର ଏହି ଟର୍ମସ ଆଣ୍ଡ ପ୍ରାଇଭେସି ପଲିସି ଅପ୍ଡେଟ୍ରେ ୟୁଜର୍ସଙ୍କ ଡାଟା ପ୍ରୋସେସିଂ ବିଷୟରେ ବି ସୂଚନା ରହିଛି। ତା ସହିତ କେଉଁଭଳି ଭାବେ ବିସ୍ଜନେସ୍ ଫେସ୍ବୁକ ହୋଷ୍ଟେଜ୍ ସର୍ଭିସ୍ର ବ୍ୟବହାର କରି ହ୍ୱାଟ୍ସଆପ୍ ଚାଟ୍କୁ ମ୍ୟାନେଜ୍ କରିପାରିବ ସେ ସମ୍ପର୍କରେ ବି ଲେଖାଯାଇଛି।
ପୂର୍ବରୁ ହ୍ୱାଟ୍ସଆପ୍ ନିଜର ପଲିସିକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହି ଆସିଛି। ପ୍ରଥମେ ହ୍ୱାଟ୍ସଆପ୍ ୟୁଜରଙ୍କ ତଥ୍ୟ ଫେସ୍ବୁକ ସହିତ ଶେୟାର କରିବା ପାଇଁ ପିଲିସି ଆଣିଥିଲା। ଯାହାକୁ ନେଇ ବିବାଦ ଦେଖା ଦେଇଥିଲା। ଏଥିପାଇଁ ୨୦୧୮ରେ ହ୍ୱାଟ୍ଆସ୍ ଫାଉଣ୍ଡର ଜାନେ କୌମ୍ ସିଇଓ ପଦରୁ ଇସ୍ତଫା ଦେଇଥିଲେ। କାରଣ ହ୍ୱାଟ୍ସଆପ୍ ଫାଉଣ୍ଡର WhatsAppକୁ ଫେସ୍ବୁକ ଠାରୁ ଅଲଗା ରଖିବାକୁ ଚାହୁଁଥିଲେ। ଟଙ୍କା ପାଇଁ ୟୁଜର୍ସଙ୍କ ଡାଟାକୁ ବିକ୍ରି କରାନଯାଉ ଓ ଫେସ୍ବୁକ ସହିତ ଶେୟାର କରାନଯାଉ ବୋଲି ସେମାନେ ଚାହୁଁଥିଲେ। କିନ୍ତୁ ଏପରି ହୋଇନଥିଲା। ଫେସବୁକ୍ ହ୍ୱାଟ୍ସଆପ୍କୁ ସମ୍ପୂର୍ଣ୍ଣ ନିଜ ଅଧିନକୁ ନେଇ ଡାଟା ଶେୟାରିଂ ପଲିସି ବି ଆଣିଲା। ଏବେ ଯେହେତୁ ଦୁଇ ସିଇଓ ନାହାନ୍ତି, ତେଣୁ ୟୁଜର୍ସଙ୍କ ଡାଟା ପ୍ରାଇବେସିକୁ ନେଇ କୌଣସି ତର୍କ ନାହିଁ।