ଭାରତ ସରକାରଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ହ୍ୱାଟସଆପ୍‌

ନୂଆଦିଲ୍ଲୀ : ଭାରତ ସରକାରଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ସର୍ବବୃହତ ମେସେଜିଂ ପ୍ଲାଟଫର୍ମ ହ୍ଵାଟସଆପ୍ ହ୍ୱାଟସଆପ୍ । ବୁଧବାର ଠାରୁ କାର‌୍ୟ୍ୟକାରୀ ହେବାକୁ ଥିବା ନୂତନ ନୀତି ଉପରେ ରୋକ ଲଗାଇଛନ୍ତି ଭାରତ ସରକାର, କାରଣ ଏଥିରେ ଗୋପନୀୟତା ଶେଷ ହୋଇଯାଉଛି । ଏଥିପାଇଁ ଭାରତ ସରକାରଙ୍କ ନୂଆ ନିୟମକୁ ବିରୋଧ କରି ଏକ ମାମଲା ଦାୟର କରିଛି ହ୍ୱାଟସଆପ୍ ।

ରଏଟର୍ସ ଅନୁସାରେ ଦିଲ୍ଲୀ ହାଇକୋର୍ଟରେ ଦାଏର ମାମଲାରେ କୁହାଯାଇଛି, ଭାରତ ସକାରଙ୍କ ନୂଆ ନିମୟ ସମ୍ବିଧାନରେ ବର୍ଣ୍ଣିତ ନିଜତ୍ୱ ଅଧିକାରର ଉଲ୍ଲଂଘନ କରୁଛି । ମେସେଜିଂ ପ୍ଲାଟଫର୍ମର ଅପବ୍ୟବହାର କରୁଥିବା ବ୍ୟକ୍ତିଙ୍କ ପାଇଁ ନିୟମ ଚାହୁଁଛି କମ୍ପାନୀ ବୋଲି ସ୍ପଷ୍ଟ କରାଯାଇଛି । ହ୍ୱାଟସଆପ ମୁଖପାତ୍ର କହିଛନ୍ତି, ହ୍ୱାଟସଆପର ମେସେଜ୍ ଏନକ୍ରିପ୍ଟ କରାଯାଇଛି । ଏପରିସ୍ଥଳେ ଲୋକଙ୍କ ଚାଟ୍କୁ ଅନୁସନ୍ଧାନ କରିବା ଅର୍ଥ ହ୍ୱାଟସଆପରେ ପଠାଯାଇଥିବା ସମସ୍ତ ମେସେଜ୍ ଉପରେ ନଜର ରଖିବା ସହ ସମାନ । ଏପରି ଅନୁସନ୍ଧାନ କଲେ ଭାରତରେ ପ୍ରାୟ ୪୦୦ ନିୟୁତ ବ୍ୟବହାରକାରୀ ଗୋପନୀୟତା ସମାପ୍ତ ହୋଇଯିବ ।

ସେ ଆହୁରି କହିଛନ୍ତି ଗୋପନୀୟତା ଉଲ୍ଲଂଘନ ସମ୍ପର୍କରେ ବିଶ୍ୱର ସିଭିଲ ସୋସାଇଟି ଓ ବିଶେଷଜ୍ଞଙ୍କ ସମ୍ପର୍କରେ ରହିଛି କମ୍ପାନୀ ଏହା ସହିତ ଭାରତ ସରକାରଙ୍କ ସହ ଆଲୋଚନା ମାଧ୍ୟମରେ ସମାଧାନ ଖୋଜିବାକୁ ଚେଷ୍ଟା କରାଯାଉଛି । ଲୋକଙ୍କ ସୁରକ୍ଷା ତଥା ଆବଶ୍ୟକ ଆଇନଗତ ସମସ୍ୟାର ସମାଧାନ ଖୋଜିବା କମ୍ପାନୀର ଲକ୍ଷ୍ୟ ବୋଲି କହିଛନ୍ତି ପ୍ରବକ୍ତା ।

You might also like