ଏହି ପପୁଲାର ଫିଚରରେ ପରିବର୍ତ୍ତନ ଆଣିଲା WhatsApp

ନୂଆଦିଲ୍ଲୀ: ହ୍ୱାଟ୍ସଆପ(WhatsApp) ଏହାର ଏକ ପପୁଲାର ଫିଚରରେ ପରିବର୍ତ୍ତନ ଆଣିଛି। ଅଧିକାଂଶ ୟୁଜର୍ସ ବ୍ୟବହାର କରୁଥିବା ହ୍ୱାଟ୍ସଆପ ଷ୍ଟାଟସରେ ପରିବର୍ତ୍ତନ ହୋଇଛି।

ବର୍ତ୍ତମାନ ହ୍ୱାଟ୍ସଆପ ୟୁଜର୍ସ ସେମାନଙ୍କ ଷ୍ଟାଟସରେ 15 ସେକେଣ୍ଡର ଭିଡ଼ିଓ ଅପଲୋଡ଼ କରିପାରିବେ। ଅର୍ଥାତ ଆପଣ 15 ସେକେଣ୍ଡରୁ ଅଧିକ ସମୟର ଭିଡ଼ିଓ ଅପଲୋଡ଼ କରିପାରିବେ ନାହିଁ। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ପୂର୍ବରୁ 30 ସେକେଣ୍ଡର ଭିଡ଼ିଓ ହ୍ୱାଟ୍ସଆପ ଷ୍ଟାଟସରେ ଅପଲୋଡ଼ ହେଉଥିଲା।

କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ 21 ଦିନ ପାଇଁ ସାରା ଦେଶକୁ ଲକଡାଉନ କରାଯାଇଛି। ଏହି ସମୟରେ ଲୋକମାନେ ଘରେ ରହୁ ଥିବାରୁ ଇଣ୍ଟରନେଟ ବ୍ୟବହାର ବଢ଼ି ଯାଇଛି। ଯାହାର ପ୍ରଭାବ ଇଣ୍ଟରନେଟ Server ଉପରେ ପଡୁଛି। ଏହାକୁ ଦୃଷ୍ଟିରେ ରଖି ହ୍ୱାଟ୍ସଆପ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡିଛି।

You might also like