ନୂଆ ପଲିସୀକୁ ବିରୋଧ ପରେ ଏମିତି କହିଲା ହ୍ୱାଟ୍ସଆପ୍ କଂପାନୀ

ସବୁଠି ବିରୋଧ

ନୂଆଦିଲ୍ଲୀ: ବିରୋଧ। ସବୁଠି ବିରୋଧ। ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସୀକୁ ସାରା ଦେଶରେ ବିରୋଧ। ଜୋରଦାର ବିରୋଧ ପରେ ସଫେଇ ଦେବା ଆରମ୍ଭ କରି ଦେଇଛି ହ୍ୱାଟ୍ସଆପ। ଆସନ୍ତା ଫେବୃଆରୀ ୮ ତାରିଖରୁ ନୂଆ ପ୍ରାଇଭେସି ପଲିସୀ ନେଇ ଆସୁଛି ହ୍ୱାଟ୍ସଆପ। ଯାହାକୁ ସୋସିଆଲ ମିଡିଆ ୟୁଜର୍ସ ବିରୋଧ କରୁଛନ୍ତି। ଆଉ ନୂଆ ପଲିସୀକୁ ବିରୋଧ ପରେ ସଫେଇ ଦେଇଛି ହ୍ୱାଟ୍ସଆପ।

କଂପାନୀ ସ୍ପଷ୍ଟ କରିଛି ଯେ ହ୍ୱାଟ୍ସଆପ ହେଉ କି ଫେସବୁକ କେଉଁଠି ଲୋକଙ୍କ ପ୍ରାଇଭେଟ ମେସେଜ ପଢି ହେବ ନାହିଁ। ସାଙ୍ଗ ଓ ଫ୍ୟାମିଲି ସହ କଥାବାର୍ତ୍ତା ବି ଶୁଣି ହେବ ନାହିଁ। ସୋସିଆଲ ମିଡିଆରେ ଲୋକେ ଯାହା କରିବେ ସେ ସବୁ ପ୍ରାଇଭେଟ ହୋଇ ରହିବ। କାରଣ ଲୋକଙ୍କ ପର୍ଶନାଲ ମେସେଜ ଏଣ୍ଡ ଟୁ ଏଣ୍ଡ ଇନ୍କ୍ରିପସନ ଦ୍ୱାରା ସୁରକ୍ଷିତ। ଏହି ସୁରକ୍ଷା ବ୍ୟବସ୍ଥାକୁ ଦୁର୍ବଳ ହେବାକୁ ଦିଆଯିବ ନାହିଁ ବୋଲି ହ୍ୱାଟ୍ସଆପ ସଫେଇ ଦେଇଛି।

ହ୍ୱାଟ୍ସଆପ କମ୍ପାନୀ ଆହୁରି ସ୍ପଷ୍ଟ କରିଛି ଯେ, ଟ୍ରାଡିସନାଲ ମୋବାଇଲ ରଖୁଥିବା ଏବଂ ଅପରେଟର୍ସ ଏହି ଇନଫର୍ମେଶନକୁ ଷ୍ଟୋର କରନ୍ତି। ତେବେ କମ୍ପାନୀ ସ୍ୱୀକାର କରିଛି ଯେ ୨ ବିଲିୟନ ୟୁଜର୍ସଙ୍କ ରେକର୍ଡ ରଖିବା ଗୋପନୀୟତା ସୁରକ୍ଷା ଦୃଷ୍ଟିରୁ ଋସ୍କି ଏବଂ କମ୍ପାନୀ ତାହା କେବେ ହେଲେ କରି ପାରିବ ନାହିଁ।

କମ୍ପାନୀ ଅନୁସାରେ ଆପଣ ଯେତେବେଳେ ହ୍ୱାଟ୍ସଆପରେ କାହା ସହ ଲୋକେସନ ସେୟାର କରନ୍ତି ତାହେଲେ ଆପଣଙ୍କ ଲୋକେସନ ଏଣ୍ଡ ଟୁ ଏଣ୍ଡ ଇନ୍କ୍ରିପସନ ଦ୍ୱାରା ସୁରକ୍ଷିତ ରହିଥାଏ। ଅର୍ଥାତ ଆପଣ ସେୟାର କରିଥିବା ନିଜ ଲୋକେସନ ସେୟାର କରିଥିବା ବ୍ୟକ୍ତିଙ୍କ ଛଡା ଆଉ କେହି ଦେଖି ପାରିବେନି।

ଆଉ ୟୁଜର୍ସ ଅନୁମତି ଦେଲେ କମ୍ପାନୀ ମେସେଜକୁ ଫାଷ୍ଟ ଓ ରିଲାଏବଲ କରିବାକୁ ୟୁଜର୍ସଙ୍କ ଫୋନ ବୁକରୁ କେବଳ ଫୋନ ନମ୍ବର ବ୍ୟବହାର କରିଥାଏ। ଅନ୍ୟ ଆପ୍ ସହ ୟୁଜର୍ସଙ୍କ କଣ୍ଟାକ୍ଟ ଲିଷ୍ଟ ସେୟାର କରେ ନାହିଁ ବୋଲି ହ୍ୱାଟ୍ସଆପ ପକ୍ଷରୁ କୁହାଯାଇଛି।

ଅଧିକ ପ୍ରାଇଭେସି ପାଇଁ ୟୁଜର ମେସେଜ ପଠାଇବା ପରେ ତାକୁ ଡିଲିଟ କରିବାକୁ ସିଲେକ୍ଟ କରି ପାରିବେ। ନିଜ ଆକାଉଣ୍ଟରେ ୟୁଜର ଏହି ଫିଚର ବ୍ୟବହାର କରି ପାରିବେ। ୟୁଜର୍ସ ନିଜ ଡାଟା ଡାଉନଲୋଡ କରି ପାରିବେ ଏବଂ ଦେଖିପାରିବେ କମ୍ପାନୀ ପାଖରେ ଆପରେ କଣ କଣ ତଥ୍ୟ ଓ ସୂଚନା ରହିଛି।

ତେବେ ମୋଟ ଉପରେ କହିବାକୁ ଗଲେ ହ୍ୱାଟ୍ସଆପ ବ୍ୟବାହାରୀ ଆଶଙ୍କା ମଧ୍ୟରେ ରହିଛନ୍ତି । ତେବେ କମ୍ପାନୀର ସ୍ପଷ୍ଟୀକରଣ ଅନେକଙ୍କ ମନରୁ ସନ୍ଦେହ ଦୂର କରିବାରେ ସହାୟକ ହେବ।

You might also like