ପ୍ରାଇଭେସି ପିଲିସିକୁ ନେଇ ବିବାଦ ପରେ ସଫେଇ ଦେଲା ହ୍ୱାଟ୍ସଆପ୍
ଭୁବନେଶ୍ୱର: ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସୀକୁ ସାରା ବିଶ୍ୱରେ ଜୋର୍ଦାର ବିରୋଧ ହେବା ପରେ ସଫେଇ ଦେଇଛି ହ୍ୱାଟ୍ସଆପ। ଲୋକଙ୍କ ମେସେଜ୍ ତୃତୀୟ ପକ୍ଷ ପଢ଼ିପାରିବେ ନାହିଁ କି କଥାବାର୍ତ୍ତା ବି ଶୁଣି ହେବ ନାହିଁ ବୋଲି କମ୍ପାନୀ କହିଛି। ପ୍ର
ପ୍ରକୃତରେ ଆସନ୍ତା ଫେବୃଆରୀ ୮ ତାରିଖରୁ ହ୍ୱାଟ୍ସଆପ୍ ନିଜର ଗ୍ରାହକଙ୍କ ପାଇଁ ନୂଆ ପ୍ରାଇଭେସି ପଲିସୀ ବାଧ୍ୟତାମୂଳକ କରିଛି। କିନ୍ତୁ ଏଥିରେ ସମସ୍ତ ତଥ୍ୟ ଫେସ୍ବୁକ ସହିତ ଶେୟାର ହେବ ବୋଲି କୁହାଯାଉଥିବା ବେଳେ ଏହାକୁ ତୀବ୍ର ବିରୋଧ କରିଛନ୍ତି ହ୍ୱାଟ୍ସଆପ୍ ଓ ଫେସ୍ବୁକ ୟୁଜର୍ସ।
ନୂଆ ପଲିସୀକୁ ଗ୍ରାହକଙ୍କ ଦୋର୍ଦାର ବିରୋଧ ପରେ ସଫେଇ ଦେଇଛି ହ୍ୱାଟ୍ସଆପ। ଫେସ୍ବୁକ ହେଉ କି ହ୍ୱାଟ୍ସଆପ କେଉଁଠି ବି ଲୋକଙ୍କ ପ୍ରାଇଭେଟ ମେସେଜ ପଢ଼ି ହେବ ନାହିଁ। ସାଙ୍ଗ ଓ ଫ୍ୟାମିଲି ସହ କଥାବାର୍ତ୍ତା ବି ଶୁଣି ହେବ ନାହିଁ ବୋଲି କମ୍ପାନୀ ସ୍ପଷ୍ଟୀକରଣ ରିଖିଛି। କମ୍ପାନୀ ଆହୁରି ମଧ୍ୟ କହିଛି ଯେ ସୋସିଆଲ ମିଡିଆରେ ଲୋକେ ଯାହା କରିବେ ସେସବୁ ପ୍ରାଇଭେଟ ରହିବ। କାରଣ ଲୋକଙ୍କ ପର୍ଶନାଲ ମେସେଜ ଏଣ୍ଡ ଟୁ ଏଣ୍ଡ ଇନ୍କ୍ରିପସନ ଦ୍ୱାରା ସୁରକ୍ଷିତ ରହୁଛି। ଏହି ସୁରକ୍ଷା ବ୍ୟବସ୍ଥାକୁ ଦୁର୍ବଳ ହେବାକୁ ଦିଆଯିବ ନାହିଁ ବୋଲି ହ୍ୱାଟ୍ସଆପ ସଫେଇ ଦେଇଛି।
କମ୍ପାନୀ ଆହୁରି ସ୍ପଷ୍ଟ କରିଛି ଯେ, ଟ୍ରାଡିସନାଲ ମୋବାଇଲ ରଖୁଥିବା ଏବଂ ଅପରେଟର୍ସ ଏହି ଇନଫର୍ମେଶନକୁ ଷ୍ଟୋର କରନ୍ତି। ତେବେ କମ୍ପାନୀ ସ୍ୱୀକାର କରିଛି ଯେ ୨ ବିଲିୟନ ୟୁଜର୍ସଙ୍କ ରେକର୍ଡ ରଖିବା ଗୋପନୀୟତା ସୁରକ୍ଷା ଦୃଷ୍ଟିରୁ ଜଟିଳ କାମ।
କମ୍ପାନୀ ଅନୁସାରେ ଆପଣ ଯେତେବେଳେ ହ୍ୱାଟ୍ସଆପରେ କାହା ସହ ଲୋକେସନ ଶେୟାର କରନ୍ତି ତାହେଲେ ଆପଣଙ୍କ ଲୋକେସନ ଏଣ୍ଡ ଟୁ ଏଣ୍ଡ ଇନ୍କ୍ରିପସନ ଦ୍ୱାରା ସୁରକ୍ଷିତ ରହିଥାଏ। ଅର୍ଥାତ ଆପଣ ଯେଉଁ ବ୍ୟକ୍ତିଙ୍କୁ ନିଜର ଲୋକେଶନ ଶେୟାର କରିଛନ୍ତି, କେବଳ ସେହି ବ୍ୟକ୍ତି ହିଂ ଆପଣଙ୍କ ଲୋକେଶନ ସମ୍ପର୍କରେ ଜାଣିପାରିବେ। ତାଙ୍କ ବ୍ୟତୀତ ଆଉ କେହି ଆଣପଣଙ୍କ ଲୋକେଶନ ଜାମିପାରିବେ ନାହିଁ।
ଆଉ ୟୁଜର୍ସ ଅନୁମତି ଦେଲେ କମ୍ପାନୀ ମେସେଜକୁ ଫାଷ୍ଟ ଓ ରିଲାଏବଲ କରିବାକୁ ୟୁଜର୍ସଙ୍କ ଫୋନ ବୁକରୁ କେବଳ ଫୋନ ନମ୍ବର ବ୍ୟବହାର କରିଥାଏ। ଅନ୍ୟ ଆପ୍ ସହ ୟୁଜର୍ସଙ୍କ କଣ୍ଟାକ୍ଟ ଲିଷ୍ଟ ଶେୟାର କରେ ନାହିଁ ବୋଲି ହ୍ୱାଟ୍ସଆପ ପକ୍ଷରୁ କୁହାଯାଇଛି।
ଅଧିକ ପ୍ରାଇଭେସି ପାଇଁ ୟୁଜର ମେସେଜ ପଠାଇବା ପରେ ତାକୁ ଡିଲିଟ କରିବାକୁ ସିଲେକ୍ଟ କରି ପାରିବେ। ନିଜ ଆକାଉଣ୍ଟରେ ୟୁଜର ଏହି ଫିଚର ବ୍ୟବହାର କରି ପାରିବେ। ୟୁଜର୍ସ ନିଜ ଡାଟା ଡାଉନଲୋଡ କରି ପାରିବେ, ଏବଂ ତା ସହିତ କମ୍ପାନୀ ପାଖରେ ଆପ୍ରେ କ’ଣ କ’ଣ ତଥ୍ୟ ଓ ସୂଚନା ରହିଛି ତାହା ଦେଖିପାରିବେ।