ଗୁଜବ ପ୍ରଚାର ପାଇଁ ହ୍ୱାଟ୍ସଆପ୍‌ର କଟକଣା

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍‌ରେ କରୋନା ଭାଇରସ୍ ସମ୍ପର୍କିତ ଗୁଜବ ପ୍ରଚାର ବହୁଳ ମାତ୍ରାରେ ହେଉଥିବାରୁ ଏଥିରେ କଟକଣା ଲଗାଇଛି କମ୍ପାନୀ।  ହ୍ୱାଟ୍ସଆପ ଫରୱାର୍ଡରେ କଟକଣା ଲାଗିଛି।

ସୂଚନାଯୋଗ୍ୟ ଯେ, ସାରା ବିଶ୍ୱରେ ଏହି ମେସେଞ୍ଜର ଆପ୍‌ର ୨ ବିଲିଅନ୍‌ ୟୁଜର ଅଛନ୍ତି। ଏହି ୟୁଜରଙ୍କ ମଧ୍ୟରେ ଗୁଜବ ପ୍ରଚାରିତ ହେବାକୁ ଦୃଷ୍ଟିରେ ରଖି ହ୍ୱାଟ୍ସଆପ୍‌ ପକ୍ଷରୁ ଏକ ବ୍ଲଗ୍‌ ପୋଷ୍ଟରେ କୁହାଯାଇଛି, କରୋନା ଭାଇରସ୍‌ ବ୍ୟାପିବା ପରେ ହ୍ୱାଟ୍ସଆପ୍‌ ଫରୱାର୍ଡ ସଂଖ୍ୟା ହଠାତ ବଢ଼ିଯାଇଛି। ଏହି ବିବୃତ୍ତିରେ କୁହାଯାଇଛି, ଆମେ ଭାବୁଛୁ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ କାମ ହେଉଛି ଏହି ଫରୱାର୍ଡିଂକୁ ଧିମା କରି କେବଳ ବ୍ୟକ୍ତିଗତ ବାର୍ତ୍ତାଳପରେ ସୀମିତ ରଖିବୁ।

ତେବେ ବର୍ତ୍ତମାନ ଫରୱାର୍ଡିଂ ଉପରେ କଟକଣା ଅନିର୍ଦ୍ଦିଷ୍ଟ ସମୟ ପାଇଁ ରହିବ। ଗୁଜବ ପ୍ରଚାରରେ ଏହି ପ୍ଲାଟଫର୍ମର ବ୍ୟାପକ ବ୍ୟବହାର ପରେ ୨୦୧୮ ମସିହା ପରେ ଏଭଳି କଟକଣା ଆରମ୍ଭ ହୋଇଥିଲା। ୫ ଥରରୁ ଅଧିକ ଫରୱାର୍ଡ ହେଉଥିବା ମେସେଜ୍‌ ଉପରେ ମଧ୍ୟ ହ୍ୱାଟ୍ସଆପ୍‌ ନଜର ରଖିଛି।

You might also like