ଖୁବ୍‌ଶୀଘ୍ର ହ୍ୱାଟ୍ସଆପ୍‌ରେ ହୋଇପାରେ ଏହି ପରିବର୍ତ୍ତନ

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ଆପ୍‌ଗୁଡ଼ିକୁ ଅଧିକ ସହଜ ବ୍ୟବହାର୍ଯ୍ୟ ଓ ରୁଚିକର ବନାଇବା ପାଇଁ ବିଭିନ୍ନ ସୋସିଆଲ୍ ମିଡିଆ କମ୍ପାନୀ ନାନା ପ୍ରୟାଶ କରୁଛନ୍ତି। ଫେସ୍‌ବୁକ୍‌ ଓ ହ୍ୱାଟ୍‌ସଆପ୍‌ ଭଳି ସୋସିଆଲ୍ ମିଡିଆକମ୍ପାନୀ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ଫିଚର ମଧ୍ୟ ଆଣୁଛନ୍ତି।

ସାମାଜିକ ଗଣମାଧ୍ୟମରେ ମେସେଜ ପାଇଁ ବ୍ୟବହୃତ ଆପ ମଧ୍ୟରେ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ୱାଟ୍‌ସଆପ ସବୁଠାରୁ ଆଗରେ ରହିଛି। ଚାଟ୍‌କୁ କିପରି ସହଜ ଓ ବୋଧଗମ୍ୟ କରିହେବ ସଏ ନେଇ ହ୍ୱାଟ୍ସଆପ୍ ନୂଆ ନୂଆ ଫିଚର୍ ଆଣୁଛି। ହ୍ୱାଟ୍ସଆପ୍‌ ଏହି ମାସରେ ଆନିମେଟେଡ୍ ଷ୍ଟିକର୍ ସହିତ ଅନ୍ୟାନ୍ୟ ଫିଚର ଲଞ୍ଚ କରିଥିଲା। ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ବ୍ୟବହାରକାରୀଙ୍କ ପାଇଁ ଏହି ଷ୍ଟିକର୍ ଉପଲବ୍ଧ କରାଯାଇଥିଲା।

ହ୍ୱାଟ୍‌ସଆପରେ ଏହି ଆନିମେଟେଡ୍ ଷ୍ଟିକର୍ ପ୍ୟାକ୍ ଅଛି, ଯାହା ଚାଟ୍ ଡାଉନଲୋଡ୍ ଏବଂ ଚାଟ୍ ପଠାଇବାକୁ ବ୍ୟବହାର କରାଯାଉଛି। ଯେତେବେଳେ ଆପଣ ଆନିମେଟେଡ୍ ଷ୍ଟିକର୍ ପଠାନ୍ତି, ଏହା କେବଳ ଥରେ ଖୋଲି ହୁଏ ଏବଂ ଏହାକୁ ପୁନର୍ବାର ଖୋଲିବା ପାଇଁ ଉପର କିମ୍ବା ତଳକୁ ସ୍କ୍ରୋଲ୍ କରିବାକୁ ପଡ଼େ। କିନ୍ତୁ ବର୍ତ୍ତମାନ ଦେଖାଯାଉଛି ଯେ ହ୍ୱାଟ୍‌ସଆପ ଏହାର ଆନିମେଟେଡ୍ ଷ୍ଟିକରରେ ଅସିମିତ ଲୁପ୍ ପ୍ଲେ ଆଣିବାକୁ କାମ କରୁଛି। ଏନେଇ ହ୍ୱାଟ୍‌ସଆପ ଅଫିସିଆଲ ପକ୍ଷରୁ କୈଣସି ସୂଚନା ଦିଆଯାଇନଥିବାବେଳେ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ସଂସ୍ଥା ଏହି ଖବର ପ୍ରକାଶ କରିଛି।

ଯଦି ହ୍ୱାଟ୍ସଆପ୍‌ ଏହି ସୁବିଧା ଆଣେ ତେବେ ଗ୍ରାହକ ଆହୁରି ଭଲଭାବରେ ଚାଟିଂର ମଜା ନେଇପାରିବେ। ବିଭିନ୍ନ ଆନିମେଟେଡ୍‌ ଷ୍ଟିକର ପଠାଇ ଚାଟ୍‌କୁ ଆହୁରି ମଜାଦାର କରାଇପାରିବେ।

 

You might also like