ଅନଲକ୍-୫ ଗାଇଡ୍ ଲାଇନ୍: କ’ଣ ଖୋଲିବ କେଉଁ ସବୁ କଟକଣା ରହିବ ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ ଅନଲକ୍-୫ ଗାଇଡ୍ ଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର। ଅକ୍ଟୋବର ୧ ତାରିଖ ଠାରୁ ଏହି ନୂଆ ଗାଇଡ୍‌ଲାଇନ୍‌ ଲାଗୁ ହେବ। ଅନଲକ୍‌-୫ ଗାଇଡ୍‌ଲାଇନ୍‌ ଅନୁସାରେ କଣ ସବୁ ଖୋଲା ରହିବ, କାହା ପାଇଂ କଣ ନିୟମ ରହିବ ଆସନ୍ତୁ ଜାଣିବା।

  • ଅକ୍ଟୋବର ୧୫ରୁ ସିନେମା ହଲ୍ ଓ ଥିଏଟର ଖୋଲିବ। ୫୦% ଦର୍ଶକଙ୍କୁ ନେଇ ସିନେମା ହଲ୍ ଓ ଥିଏଟର ଚାଲିବ। ସିନେମା ହଲ୍ ଓ ଥିଏଟର୍ସ ଲାଗି SOP ଜାରି କରିବ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ।
  • ସାମାଜିକ, ସାଂସ୍କୃତିକ, କ୍ରୀଡ଼ା, ଧାର୍ମିକ ଓ ରାଜନୈତିକ ସମାବେଶ ହୋଇପାରିବ।
  • ଅକ୍ଟୋବର ୧୫ ପରେ ସ୍କୁଲ, କଲେଜ, କୋଚିଂ ସେଣ୍ଟର ଓ ଇ-ଏଜୁକେସନ୍ ଅନୁଷ୍ଠାନ ଖୋଲିବାକୁ କ୍ରମାନ୍ୱୟରେ ଅନୁମତି ମିଳିବ। ତେବେ ଏଥିପାଇଁ ସ୍କୁଲ୍, କଲେଜ୍‌ ପରିଚାଳନା କମିଟିର ପରାମର୍ଶ ଆବଶ୍ୟକ। ଅଭିଭାବକଙ୍କ ଲିଖିତ ଅନୁମତି ନେଇ ସ୍କୁଲ ଯାଇପାରିବେ ପିଲା। ସ୍କୁଲ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରମାନେ ନେବେ।
  • ସ୍କୁଲ୍‌, ଶିକ୍ଷା ଓ ସାକ୍ଷରତା ବିଭାଗର ଏସ୍‌ଓପି ଅନୁସାରେ, ସ୍କୁଲ୍‌, କଲେଜ୍ ଓ ଶିକ୍ଷା ସଂସ୍ଥାନ ଖୋଲିବା ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିଜେ ନିଜର ଏସ୍‌ଓପି ଜାରି କରିବେ। ସ୍କୁଲ୍‌ ଓ ଶିକ୍ଷା ସଂସ୍ଥାନ ସେହି ଏସ୍‌ଓପିକୁ ମାନିବା ବାଧ୍ୟତାମୂଳକ।
  • ଅନ୍‌ଲାଇନ୍‌ ଓ ଡିଷ୍ଟାନ୍ସ ଲର୍ଣିଂ ଜାରି ରହିବା ସହିତ ଏହାକୁ ଅଧିକ ପ୍ରୋତ୍ସାହିତ କରାଯିବ। ଯଦି ପିଲାମାନେ ସ୍କୁଲ୍‌ ନଯାଇ ଅନ୍‌ଲାଇନ୍‌ କ୍ଲାସ୍ କରିବାକୁ ଚାହିଁବେ ତେବେ ସେମାନେ ଏପରି କରିପାରିବେ। ଉପସ୍ଥାପନ ବାଧ୍ୟତାମୂଳକ ନୁହେଁ।
  • ଅକ୍ଟୋବର ୩୧ ଯାଏଁ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଲକ୍ ଡାଉନ୍ ବଳବତ୍ତର ରହିବ। ଅକ୍ଟୋବର ୧୫ ପରେ କଣ୍ଟେନମେଣ୍ଟ ଜୋନ୍ ବାହାରେ କାର୍ଯ୍ୟକଳାପକୁ ମଂଜୁରି ମିଳିବ। କଣ୍ଟେନ୍ମେଣ୍ଟ ଜୋନ୍ ବାହାରେ ୧୦୦ ଲୋକଙ୍କର ସମାବେଶ ହୋଇପାରିବ।
  • ଖେଳାଳିଙ୍କ ଟ୍ରେନିଂ ଲାଗି ଖୋଲିବ ସୁଇମିଂ ପୁଲ୍। ସୁଇମିଂ ପୁଲ୍ ଲାଗି SOP ନିର୍ଦ୍ଧାରଣ କରିବ ଯୁବ ଓ କ୍ରୀଡ଼ା ମନ୍ତ୍ରାଳୟ।
  • ଅକ୍ଟୋବର ୧୫ରୁ ପ୍ରମୋଦ ଉଦ୍ୟାନ ଓ ତତ୍‌ ସମ୍ପର୍କିତ ସ୍ଥାନ ଖୋଲିବା ଲାଗି ଅନୁମତି। ତେବେ ଏଥିପାଇଁ ବି କଡ଼ା ନିୟମ ମାନିବାକୁ ପଡ଼ିବ। ଏଥିପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏସ୍‌ଓପି ଜାରି କରିବେ।
  • ବ୍ୟବସାୟିକ ପ୍ରଦର୍ଶନୀ ଖୋଲିବାକୁ ଅନୁମତି। ଏଥିପାଇଁ SOP ଜାରି କରିବ ବାଣିଜ୍ୟ ବିଭାଗ।

You might also like