କରୋନା ମାର୍ଗଦର୍ଶିକା ଜାରି କଲା କେନ୍ଦ୍ର
ନୂଆଦିଲ୍ଲୀ: କାଲିଠୁ ଆରମ୍ଭ ହେବ ୫ମ ପର୍ଯ୍ୟାୟ ଲକଡାଉନ୍। କଣ୍ଟେନମେଣ୍ଟ ଜୋନରେ ଜୁନ୍ ୩୦ ଯାଏଁ ବଢ଼ିଲା ଲକଡ଼ାଉନ୍ ଅବଧି। ଏ ନେଇ ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସାନି ନିର୍ଦ୍ଦେଶନାମା ଜାରି ହୋଇଛି। ଲକଡାଉନ କୋହଳ ସହ କରୋନା ମାର୍ଗଦର୍ଶିକା କେନ୍ଦ୍ର ସରକାର ଜାରି କରିଛନ୍ତି।
ଆହୁରି ପଢ଼ନ୍ତୁ
- ସର୍ବସାଧାରଣ ସ୍ଥାନ, କାର୍ଯ୍ୟସ୍ଥଳରେ ମାସ୍କ ପିନ୍ଧିବା ଜରୁରୀ।
- ଗାଡ଼ିରେ ଯିବା ବେଳେ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।
- ସର୍ବସାଧାରଣ ସ୍ଥଳରେ ସର୍ବନିମ୍ନ ୬ ଫୁଟ ସାମାଜିକ ଦୂରତ୍ୱ ଜରୁରୀ।
- ଦୋକାନରେ ସାମାଜିକ ଦୂରତ୍ୱ ପାଇଁ ଦୋକାନୀ ବ୍ୟବସ୍ଥା କରିବେ।
- ଏକ ସମୟରେ ୫ ଜଣରୁ ଅଧିକ ଦୋକାନକୁ ଯାଇପାରିବେନି।
- ଏକାଠି ଅଧିକ ଲୋକ ସମବେତ ହେବାକୁ କଡ଼ା ବାରଣ କରାଯାଇଛି।
- ବିବାହ ଉତ୍ସବରେ ୫୦ରୁ ଅଧିକ ଲୋକ ସମବେତ ହେବା ମନା।
- ଅନ୍ତିମ ସଂସ୍କାର କାର୍ଯ୍ୟରେ ୨୦ରୁ ଅଧିକ ଲୋକ ଏକାଠି ହୋଇପାରିବେନି।
- ସର୍ବସାଧାରଣ ଜାଗାରେ ଛେପ ପକାଇଲେ ଜରିମାନା ଲାଗିବ।
- ସର୍ବସାଧାରଣ ଜାଗାରେ ମଦ, ପାନ, ଗୁଟଖା ସେବନକୁ ବାରଣ କରାଯାଇଛି।
- ଯେତେଦୂର ସମ୍ଭବ ଘରେ ରହି କାମ କରିବାକୁ ଚେଷ୍ଟା କରନ୍ତୁ।