ଚୀନ ଓ ଆମେରିକାର କଠୋର ଆଭିମୁଖ୍ୟ ନିର୍ମଳାଙ୍କ ପାଇଁ ଚ୍ୟାଲେଞ୍ଜ୍ ହୋଇପାରେ

ଭୁବନେଶ୍ୱର: ଧିମା ଅର୍ଥନୀତିରେ ସ୍ଫୁର୍ତ୍ତି ଆଣିବାକୁ ରିୟଲ ଇଷ୍ଟେଟ କ୍ଷେତ୍ରର ଅଭିବୃଦ୍ଧି ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇପାରନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କାରଣ ଅଟୋମୋବାଇଲ ସେକ୍ଟର ପରେ ରିୟଲ ଇଷ୍ଟେଟ୍‌ରେ ମାନ୍ଦାବସ୍ଥା ଜିଡିପି ଅଭିବୃଦ୍ଧିରେ ମୁଖ୍ୟ ଅନ୍ତରାୟ ସୃଷ୍ଟି କରିଛି। ତେବେ କାରବାର ବଢ଼ାଇବାକୁ ଗୃହ ଋଣ ସୁଧ ଓ ଷ୍ଟାମ୍ପ ଡ୍ୟୁଟି ହ୍ରାସ ସହ ଘର କିଣିବାକୁ ଆଗ୍ରହୀ ଲୋକଙ୍କ ପାଇଁ ବଜେଟ୍‌ରେ କିଛି ରିହାତି ଘୋଷଣା କରାଯିବା ସମ୍ଭାବନା ରହିଛି।

ଶିଳ୍ପ ଅଭିବୃଦ୍ଧି ବଢ଼ାଇବାକୁ କିଛି ମାସ ତଳେ କର୍ପୋରେଟ୍ ଟିକସ ହ୍ରାସ କରାଯାଇଥିଲା। ତେଣୁ ଏଥର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତି ଧ୍ୟାନ ଦେଇପାରନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନିଯୁକ୍ତି ସୁଯୋଗ ସୃଷ୍ଟି କ୍ଷେତ୍ରରେ ଏହି ସେକ୍ଟରର ବଡ଼ ଭୂମିକା ରହିଛି। ନିର୍ମାଣ କ୍ଷେତ୍ରରେ MSMEର ୪୫ ପ୍ରତିଶତ ଅବଦାନ ରହିଥିବା ବେଳେ ରପ୍ତାନୀରେ ୪୦ ପ୍ରତିଶତ ଓ ଜିଡିପିରେ ଏହାର ଭାଗ ୨୮ ପ୍ରତିଶତ ରହିଛି। ତେଣୁ ଟେକ୍ନୋଲୋଜି ଓ ଷ୍ଟାର୍ଟ ଅପ୍ ଉପରେ ବଜେଟରେ ଗୁରୁତ୍ୱ ଦିଆଯାଇପାରେଯImage result for nirmala sitharaman budget"

ବୈଦେଶିକ ବାଣିଜ୍ୟ ବାଲାନ୍ସ ସିଟ୍‌ରେ ସନ୍ତୁଳନ ଆଣିବା ଲାଗି ଏଥର ବଜେଟ୍‌ରେ କିଛି ପଦକ୍ଷେପ ନେଇପାରନ୍ତି ନିର୍ମଳା। ଏଥିଲାଗି ବିଦେଶରୁ ଆମଦାନୀ କିଛି ସାମଗ୍ରୀ ଉପରେ କଷ୍ଟମ ଡ୍ୟୁଟି ବଢ଼ିପାରେ। ତେବେ ଚୀନ ଓ ଆମେରିକା ଭଳି ରାଷ୍ଟ୍ରଙ୍କ କଠୋର ଆଭିମୁଖ୍ୟ ନିର୍ମଳାଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହେବ। ଘରୋଇ ଉତ୍ପାଦନ ଓ ଚାହିଦା ବୃଦ୍ଧି କରି ଅର୍ଥନୀତିକୁ ତ୍ୱରାନ୍ୱିତ ଲାଗି ନିର୍ମଳା କି ଉପାୟ କରୁଛନ୍ତି ଏବେ ତା ଉପରେ ନଜର।

You might also like