• translate
Chandan Shishu

ମୁମ୍ୱାଇ: ରିପବ୍ଲିକ୍ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଆତ୍ମହତ୍ୟା କରିଥିବା ଅନଭୟଙ୍କ ପତ୍ନୀ ଅକ୍ଷିତା ନାୟକ। ବିଳମ୍ବରେ ହେଲେ ବି ଏବେ ତାଙ୍କୁ ନ୍ୟାୟ ମିଳିବ ବୋଲି ଆଶା ରଖିଛନ୍ତି ଅନଭୟ ନାୟକଙ୍କ ପତ୍ନୀ। ୨୦୧୮ ମସିହାରେ ଇଣ୍ଟେରିୟର ଡିଜାଇନର ଓ ତାଙ୍କ ମାଆଙ୍କ ମୃତ୍ୟୁ ହୋଇଥିଲା।

ସେହି ସମୟରେ ଅର୍ଥ ପ୍ରଦାନରେ ବିଳମ୍ବ ହେବାରୁ ମାନସିକ ଚାପରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ସେହି ସମୟରେ ଏକ ସୁଇସାଇଡ୍ ନୋଟ୍ ଉଦ୍ଧାର ହୋଇଥିଲା ଯେଉଁଥିରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ନାମ ରହିଥିଲା।

ରିପବ୍ଲିକ୍ ଟିଭିି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ପୋଲିସ୍‌ ଗିରଫ କରିଛି। ପିଟିଆଇର ସୂଚନା ଅନୁସାରେ, ଜଣେ ୫୩ ବର୍ଷୀୟ ଇଣ୍ଟେରିଅର୍‌ ଡିଜାଇନରଙ୍କୁ ଆତ୍ମହତ୍ୟା ପାଇଁ ଉସ୍‌କାଇବା ମାମଲାରେ ପୋଲିସ୍‌ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରିଛି। ୨୦୧୮ରେ ଏହି ଆତ୍ମହତ୍ୟା ଘଟଣା ଘଟିଥିଲା।

Other Stories