ବିଶ୍ୱରେ କେମିତି ଅଛି କରୋନା ସ୍ଥିତି?

ନ୍ୟୁୟର୍କ: ସମଗ୍ର ବିଶ୍ୱରେ ଏବେ ୩୪ ଲକ୍ଷ ୭୯ ହଜାରରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୪୪ ହଜାର ଅତିକ୍ରମ କରିଛି। ୧୧ ଲକ୍ଷ ୮ ହଜାରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆମେରିକାରେ ସ୍ଥିତି ଦିନକୁ ଦିନ ଜଟିଳ ଆଡକୁ ଯାଉଛି ୧୧ ଲକ୍ଷ ୫୯ ହଜାରରୁ ଅଧିକ ସଂକ୍ରମିତ ହୋଇଅଥିବାବେଳେ ଦେଶରେ ମୃତ୍ୟୁ ସଂଖ୍ୟା ୬୭ ହଜାର ୩୯୬ରେ ପହଞ୍ଚିଛି।

ୟୁରୋପର ସବୁଠୁ ଅଧିକ ପ୍ରଭାବିତ ଦେଶ ଇଟାଲୀରେ ମୃତ୍ୟୁ ସଂଖ୍ୟା ୨୮ ହଜାର ଟପିଛି। ବ୍ରିଟେନରେ ମଧ୍ୟ କରୋନା ଭୂତାଣୁ କାୟା ବିସ୍ତାର କରି ୨୮ ହଜାରରୁୁ ଅଧିକ ମୁଣ୍ଡ ନେଲାଣି। ସେହିପରି ସ୍ପେନରେ ମୃତ୍ୟୁ ସଂଖ୍ୟା ୨୫ ହଜାର ଅତିକ୍ରମ କରିସାରିଥିବାବେଳେ ଫ୍ରାନସରେ ମୃତ୍ୟୁ ସଂଖ୍ୟା ୨୫ ହଜାର ଛୁଇଁବାକୁ ବସିଛି।

ସେହିପରି ଭାରତରେ ୪୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୨୩୮୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କୌଣସି ଗୋଟିଏ ଦିନରେ ଏହା ସର୍ବାଧିକ ଏଥି ସହିତ ମୃତ୍ୟୁ ସଂଖ୍ୟା ୧୩ ଶହ ଅତିକ୍ରମ କରିଛି। ପ୍ରାୟ ୧୧ ହଜାର ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

You might also like