ତିହାର ଜେଲରେ ଏହି ସବୁ ସୁବିଧା ପାଇବେ ଚିଦାମ୍ବରମ

ନୂଆଦିଲ୍ଲୀ : ଶେଷରେ ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଗିରଫ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ କୋର୍ଟ ତିହାର ଜେଲକୁ ପଠାଇ ଦେଇଛନ୍ତି। ସେ ଆସନ୍ତା ୧୯ ତାରିଖ ଯାଏ ଏହି ଜେଲରେ ରହିବେ।

ତେବେ ତିହାର ଜେଲ୍‌ରେ ଏହି ପୂର୍ବତନ କେନ୍ଦ୍ର ଅର୍ଥ ଓ ଗୃହମନ୍ତ୍ରୀଙ୍କୁ କେଉଁ ସବୁ ସୁବିଧା ମିଳିବ, ସେନେଇ ଏକ ନିର୍ଦ୍ଦେଶନାମା ଜାରି ହୋଇଛି।

ଅବଶ୍ୟ ଜେଲର ଅନ୍ୟ କଏଦୀଙ୍କ ଭଳି ଚିଦାଙ୍କ ସହ ବ୍ୟବହାର କରାଯିବ ବୋଲି ତିହାର କର୍ତ୍ତୃପକ୍ଷ କହିଛନ୍ତି। ହେଲେ ଚିଦାଙ୍କ ଓକିଲ କପିଲ ଶିବଲ କୋର୍ଟରେ ତାଙ୍କୁ ଜେଲରେ ସ୍ୱତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ଏଥିସହ ସ୍ୱତନ୍ତ୍ର ଚଷମା ନେବାକୁ କୋର୍ଟ ଅନୁମତି ଦିଅନ୍ତୁ ବୋଲି ସେ କହିଥିଲେ।

ଶିବଲଙ୍କ ଆବେଦନ ଅନୁଯାୟୀ, ଜେଲରେ ଚିଦାଙ୍କ ପାଇଁ ଅତ୍ୟାଧୁନିକ ଟଏଲେଟ୍‌ ବ୍ୟବସ୍ଥା କରାଯାଉ। କାରଣ ସେ ଚଟଣାରେ ବସି ପାରିବେ ନାହିଁ। ତାଙ୍କ ଜେଡ୍‌ ସିକ୍ୟୁରିଟି ମିଳୁଥିବାରୁ ଜେଲରେ ତାଙ୍କର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉ। ଜେଲ୍‌ ବ୍ୟବସ୍ଥା ଅନୁଯାୟୀ, କାହାକୁ ସ୍ୱତନ୍ତ୍ର ସେଲ ମିଳିବ ନାହିଁ। ହେଲେ ଚଦାଙ୍କୁ ଜେଡ୍‌ ସୁରକ୍ଷା ମିଳୁଥିବାରୁ, ତିହାରରେ ତାଙ୍କ ପାଇଁ ସ୍ୱତନ୍ତ୍ର ସେଲର ବ୍ୟବସ୍ଥା କରାଯାଉ ବୋଲି ଶିବଲ ଆବେଦନ କରିଥିଲେ।

 

ସିବିଆଇ କୋର୍ଟ ବିଚାରପତି ଅଜୟ କୁମାର ତୁରନ୍ତ ଚିଦାଙ୍କ ସମସ୍ତ ଆବେଦନକୁ ଗ୍ରହଣ କରିଥିଲେ। ଏଥିସହ ଚିଦାମ୍ବରମ ସମସ୍ତ ମେଡିସିନ୍‌ ନେଇ ତିହାର ଯାଆନ୍ତୁ ବୋଲି ପରାମର୍ଶ ଦେଇଥିଲେ। ସଲିସେଟର ଜେନେରାଲ ମଧ୍ୟ ଚିଦାଙ୍କୁ ତିହାରରେ ସମସ୍ତ ପ୍ରକାରର ସୁରକ୍ଷା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like