ଲକ୍‌ଡାଉନ୍‌ ଫେଜ୍‌-୩: କଣ ରହିବ କଟକଣା ଓ କଣ ହେବ କୋହଳ?

ନୂଆଦିଲ୍ଲୀ: ଦେଶରେ ଆଉ ୨ ସପ୍ତାହ ପାଇଁ ବଢ଼ିଲା ଲକଡାଉନ୍ ଅର୍ଥାତ୍ ଆସନ୍ତା ୧୭ ତାରିଖ ଯାଏଁ ଲକଡାଉନ କଟକଣା ବଳବତ୍ତର ରହିବ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଉଥିବାରୁ କେନ୍ଦ୍ର ଗୃହ ବିଭାଗ ଏହି ନିଷ୍ପତ୍ତି ନେଇଛି। ଲକଡାଉନ୍ ବୃଦ୍ଧି ସହ ନୂଆ ଗାଇଡଲାଇନ ଘୋଷଣା କରିଛି ଗୃହ ମନ୍ତ୍ରାଳୟ।

  • ରେଡ ଜୋନ

୧-ଗ୍ରାମାଞ୍ଚଳରେ ଥିବା ସମସ୍ତ ନିର୍ମାଣ ଓ ଶିଳ୍ପ କାମ ଯଥା ଏମଜିନରେଗା, ଖାଦ୍ୟ ଉତ୍ପାଦନ ଓ ଇଟା ଭାବି କାର୍ଯ୍ୟକ୍ଷମ ହେବ। ଗ୍ରାମାଞ୍ଚଳରେ ମଲକୁ ଛାଡ଼ି ଆଉ ସମସ୍ତ ଦୋକାନ ଖୋଲିବ।

୨- ସମସ୍ତ ପ୍ରକାରର କୃଷି ଭିତ୍ତିକ କାର୍ଯ୍ୟକୁ ଅନୁମତି ମିଳିବ।

୩- ମତ୍ସ୍ୟ ଓ ପଶୁ ସମ୍ପଦ କାର୍ଯ୍ୟ ଚାଲୁ ରହିବ।

୪-ସମସ୍ତ ପ୍ରକାରର ରୋପଣ କାମ ହୋଇପାରିବ।

୫-ସମସ୍ତ ପ୍ରକାରର ସ୍ୱାସ୍ଥ୍ୟ ସେବାକୁ ଅନୁମତି ମିଳିବ।

୬-ବ୍ୟାଙ୍କ, ନନ୍‌ ବ୍ୟାଙ୍କିଂ ଫାଇନାନ୍ସ କମ୍ପାନୀ, ଇନ୍ସ୍ୟୁରାନ୍ସ ଓ କ୍ରେଡିଟ୍ କୋପୋରେଟିଭ ସୋସାଇଟି

୭-ବିଜୁଳି, ପାଣି, ସାନିଟେନସନ ଓ ୱେଷ୍ଟମ୍ୟାନେଜମେଣ୍ଟ କାର୍ଯ୍ୟକ୍ଷମ ହେବ

୮-ପ୍ରିଣ୍ଟ ଓ ବୈଦ୍ୟୁତିକ ଗଣମାଧ୍ୟମ, ଆଇଟି, କଲ ସେଣ୍ଟର, ଶୀତଳ ଭଣ୍ଡାର,

୯- ସମସ୍ତ ପ୍ରକାରର ଜରୁରୀ ସାମଗ୍ରୀର ଉତ୍ପାଦନ ଜାରି ରହିବ

୧୦- ବାଇକରେ ପଛ ଆରୋହୀଙ୍କୁ ଅନୁମତି ନାହିଁ।

  • ଅରେଞ୍ଜ ଜୋନ

୧-ଟ୍ୟାକ୍ସି ଓ ବ୍ୟାବରେ କେବଳ ଜଣେ ଡ୍ରାଇଭର ଓ ଜଣେ ଯାତ୍ରୀଙ୍କୁ ନେଇ ଯାତ୍ରା କରିହେବ।

୨-କେବଳ ଅନୁମତି ପ୍ରାପ୍ତ ଲୋକଙ୍କୁ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯିବା ଆସିବା କରିବାକୁ ଅନୁମତି ମିଳିବ।

୩-୪ ଚକିଆରେ ଡ୍ରାଇଭରଙ୍କୁ ମିଶାଇ ୩ ଜଣ ଓ ଦୁଇ ଚକିଆରେ ଦୁଇ ଜଣ ଯିବା ଆସିବା କରିପାରିବେ

୪-ଇ-କମର୍ସ ସଂସ୍ଥାଗୁଡ଼ିକ ଅଣ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଡେଲିଭର କରିପାରିବେ।

ଏହା ବ୍ୟତୀତ ରେଡ ଜୋନରେ ଦିଆଯାଇଥିବା କୋହଳ ନୀତିକୁ ଏଠାରେ ପାଳନ କରାଯିବ।

  • ଗ୍ରୀନ ଜୋନ

୧-ଏଠାରେ ବସ୍ ଚଳାଚଳ କରିପାରିବ। ହେଲେ ବସ୍‌ର କ୍ଷମତା ଠାରୁ ୫୦% ଯାତ୍ରୀ ଏହା ମଧ୍ୟରେ ଯିବା ଆସିବା କରିପାରିବେ।

୨-ସମସ୍ତ ସାମଗ୍ରୀ ନେଇ ଯାଉଥିବା ଗାଡ଼ିକୁ ଅନୁମତି ମିଳିବ। କୌଣସି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳ ମାଲବାହୀ ଗାଡ଼ିଗୁଡ଼ିକୁ ସ୍ୱତନ୍ତ୍ର ପାସ ମାଗି ପାରିବେ ନାହିଁ।

୩- ଇ-କମର୍ସ ସଂସ୍ଥାଗୁଡ଼ିକ ଅଣ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଡେଲିଭରୀ କରିପାରିବେ।

୪-ସମସ୍ତ ପ୍ରକାରର ଖାଦ୍ୟ ସାମଗ୍ରୀଗୁଡ଼ିକୁ ହୋମ ଡେଲଭରୀକୁ ଅନୁମତି ମିଳିବ।

୫-ସମସ୍ତ ପ୍ରକାରର ଦୋକାନ ଖୋଲି ପାରିବ।  

You might also like