ମାଛ ବଦଳାଇ ଦେଲା ଭାଗ୍ୟ, ରାତାରାତି ଲକ୍ଷପତି ହେଲେ ମହିଳା

କୋଲକାତା: କଥାରେ ଅଛି ଭଗବାନ ଯେତେବେଳେ ଦେଇଥାନ୍ତି ସେତେବେଳେ ଛପର ଫାଡ଼ି ଦେଇଥାନ୍ତି। ଯାହାର ଉଦାହରଣ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ଜଣେ ବୃଦ୍ଧାଙ୍କ ସହ। ଏକ ମାଛକୁ ବିକ୍ରି କରି ବୃଦ୍ଧା ଜଣକ ରାତାରାତି ଲକ୍ଷପତି ହୋଇଯାଇଛନ୍ତି।

ଘଟଣାଟି ହେଲା, ପଶ୍ଚିମବଙ୍ଗ ସାଗର ଆଇଲ୍ୟାଣ୍ଡ୍‌ ଚକଫୁଲଦୁବି ଗାଁରେ ରହୁଥିବା ପୁଷ୍ପା କର ନାମକ ଏହି ବୃଦ୍ଧା ନଦୀରୁ ଏକ ମାଛ ଧରିଥିଲେ। ଯାହାର ଓଜନ ୫୨ କିଲୋ ଥିଲା। ଏହାକୁ ସେ ୩ ଲକ୍ଷରୁ ଅଧିକ ଟଙ୍କାରେ ବିକ୍ରି କରି ଲକ୍ଷପତି ହୋଇଯାଇଥିଲେ। ଏହା ତାଙ୍କ ପାଇଁ ଜ୍ୟାକ୍‌ପଟ୍‌ ଥିଲା। 

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ମାଛଟି ଲୋକାଲ୍‌ ମାର୍କେଟ୍‌ରେ ପ୍ରତି କିଲୋକୁ ୬ ହଜାର ୨୦୦ଟଙ୍କାରେ ବିକ୍ରି ହୋଇଥିଲା। ପୁଷ୍ପା ମଧ୍ୟ କହିଥିଲେ ଯେ, ସେ ଏହି ମାଛକୁ ବିକ୍ରି କରି ୩ ଲକ୍ଷରୁ ଅଧିକ ଟଙ୍କା ପାଇଥିଲେ।

ପୁଷ୍ପା ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ଏହି ସମୟରେ ଜାଲରେ ଏହି ବଡ଼ ମାଛ ପଡ଼ିଥିଲା। ଜୀବନରେ ସେ କେବେବି ଏତେ ବଡ଼ ମାଛ ଦେଖି ନ ଥିବା ସେ କହିଛନ୍ତି। ବେଙ୍ଗଲୀରେ ଏହି ମାଛକୁ ‘ଭୋଳା’ ମାଛ କୁହଯାଇଥାଏ ବୋଲି ପୁଷ୍ପା କହିଛନ୍ତି। 

ଜାହାଜ ସହ ପିଟି ହୋଇ ମାଛଟିର ମୃତ୍ୟୁ ଘଟିଥାଇ ପାରେ ବୋଲି ଜଣେ ଗ୍ରାମବାସୀ କହିଛନ୍ତି।

ଆହୁରି ପଢ଼ନ୍ତୁ

କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍‌ମା ଥେରାପି

ବଜେପି ଛାଡ଼ିଲେ ବରିଷ୍ଠ ନେତା ଏକନାଥ ଖଡ଼ସେ; କହିଲେ, ଫଡ଼ନାଭିସଙ୍କ ପାଇଁ ଛାଡ଼ିଲି ଦଳ

ଆନ୍ଧ୍ର କନକ ଦୁର୍ଗା ମନ୍ଦିର ନିକଟରେ ଭୂସ୍ଖଳନ: ୪ ଫସି ରହିଥିବା ଆଶଙ୍କା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା

ମଦ୍ରାସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ସାଂସଦ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

You might also like