ଅମିତ ଶାହଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ ପାଇଁ ମିଳିଲା ଅନୁମତି

ପଶ୍ଚିମବଙ୍ଗ: ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପଶ୍ଚିମବଙ୍ଗର ମାଲଦାରେ ଶୋଭାଯାତ୍ରା ଓ ସାଧାରଣ ସଭା କରିବେ। ଏଥିପାଇଁ ହୋଟେଲ ଗୋଲଡେନ୍‌ ପାର୍କ ସାମନାରେ ଥିବା ପଡ଼ିଆରେ ହେଲିପ୍ୟାଡ୍ ନିର୍ମାଣ କରିବା ଲାଗି ଜିଲ୍ଲା ପ୍ରଶାସନ ଅନୁମତି ପ୍ରଦାନ କରିଛି।

ଏହାପୂର୍ବରୁ ମାଲଦା ଏୟାରପୋର୍ଟରେ ଶାହଙ୍କ ହେଲିକପ୍ଟର ଅବତରଣ ଲାଗି ରାଜ୍ୟ ବିଜେପି ଜିଲ୍ଲା ପ୍ରଶାସନକୁ ଅନୁମତି ମାଗିଥିଲା। ହେଲେ ଏୟାରପୋର୍ଟରେ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଶାହଙ୍କ ହେଲିକପ୍ଟର ଅବତରଣ ପାଇଁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ଜିଲ୍ଲାପାଳ କହିଥିଲେ।

ହେଲେ ଏହାକୁ ବିରୋଧ କରି ରାଜ୍ୟ ବିଜେପି ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଥିଲା।

 

You might also like