କେନ୍ଦ୍ରୀୟ ସୁରକ୍ଷା ବଳ ବିରୋଧରେ କଟୁ ମନ୍ତବ୍ୟ ଦେଇ ପୁଣି ଅଡ଼ୁଆରେ ମମତା…

ପଶ୍ଚିମବଙ୍ଗରେ ନିର୍ବାଚନୀ ମାହୋଲ ଜୋରଦାର ଥିବା ବେଳେ ଏବେ ପୁଣି ମମତାଙ୍କ ପାଇଁ ବଢ଼ିଲା ଅଡ଼ୁଆ ପରିସ୍ଥିତି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମମତାଙ୍କୁ ପୁଣି ଜାରି ହେଲା ଆଉ ଏକ ନୋଟିସ୍। ନିର୍ବାଚନ ଦାୟିତ୍ୱରେ ଥିବା କେନ୍ଦ୍ରୀ ସୁରକ୍ଷାବଳ ବିରୋଧରେ ମମତା ବାନାର୍ଜୀ ଭୁଲ ମନ୍ତବ୍ୟ ଦେଇଥିବାରୁ ନିର୍ବାଚନ ଆୟୋଗ ପକ୍ଷରୁ ତାଙ୍କୁ ନୋଟିସ ଜାରି କରଯାଇଛି।

ଗୁରୁବାର ରାତିରେ ନିର୍ବାଚନ ଆୟୋଗ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ମମତା ବାନାର୍ଜୀ କେନ୍ଦ୍ରୀୟ ସୁରକ୍ଷାବଳଙ୍କ ବିରୋଧରେ ମନ୍ତବ୍ୟ ଦେଇ ଭାରତୀୟ ଦଣ୍ଡବିଧି ଆଇନର ଅନେକ ଧାରାକୁ ଉଲ୍ଲଂଘନ କରିଛନ୍ତି। ଶନିବାର ସକାଳ ୧୧ ଟା ସୁଦ୍ଧା ମମତାଙ୍କୁ ଏହାର ଜବାବ ରଖିବାକୁ ହେବ। ଆୟୋଗ କହିଛନ୍ତି ଯେ ନିର୍ବାଚନ ବେଳେ ମମତା ବାନାର୍ଜୀ ଏଭଳି ଭୁଲ ମନ୍ତବ୍ୟ ଏବଂ ଉତ୍ତେଜନା ମୂଳକ ଓ କଠୋର ମନ୍ତବ୍ୟ ଦେଇ କେନ୍ଦ୍ରୀୟ ସୁରକ୍ଷାବଳର ଗାରୀମା କ୍ଷୂର୍ଣ୍ଣ କରିବାକୁ ଚେଷ୍ଟା କରିଛନ୍ତି।

Mamata Tweet

ମମତା ବାନାର୍ଜୀ ଏକ ଟୁଇଟ୍ କରି କହିଥିଲେ ଯେ, କେନ୍ଦ୍ରୀୟ ସୁରକ୍ଷାବଳ ଭୋଟରଙ୍କୁ ଭୟଭୀତ କରୁଛନ୍ତି । ସେ ଲେଖିଥିଲେ ଯେ, ‘କେନ୍ଦ୍ରୀୟ ସୁରକ୍ଷାବଳର ଏହି ନିର୍ବାଚନରେ ବ୍ୟାପକ ଦୁରୁପଯୋଗ କରାଯାଉଛି। ଏହି ପ୍ରସଙ୍ଗ ବାରମ୍ବାର ଉଠାଯିବା ସହ ନିର୍ବାଚନ ଆୟୋଗଙ୍କୁ ଏନେଇ ଅବଗତ କରାଯାଇଥିଲେ ମଧ୍ୟ ସେ ନିଦାବିଷ୍ଣୁ ପାଲଟିଛନ୍ତି। ଏହି କେନ୍ଦ୍ରୀୟ ସୁରକ୍ଷାବଳ ଟିଏମସି ମତଦାତାଙ୍କୁ ବିଭିନ୍ନ ସ୍ଥାନରେ ଖୁଲମଖୁଲା ଧମକ ଚମକ ଦେଉଛନ୍ତି। ଖାଲି ସେତିକି ନୁହେଁ ସୁରକ୍ଷାବଳ ଗୋଟିଏ ନିର୍ଦ୍ଧିଷ୍ଟ ଦଳକୁ ଭୋଟ ଦେବା ପାଇଁ ଜନସାଧାରଣଙ୍କୁ ପ୍ରଭାବିତ କରୁଛନ୍ତି। ଏହାସହ ମମତା ଆହୁରି କହିଛନ୍ତି କହିଛନ୍ତି ଯେ, ଯେତେ ଦିନ ପର୍ଯ୍ୟନ୍ତ ସିଆରପିଏଫ୍ ବିଜେପି ପାଇଁ କାମ କରିବ ସେତେଦିନ ପର୍ଯ୍ୟନ୍ତ ସେ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବେ।

ମମତାଙ୍କୁ ଟାର୍ଗେଟ କଲେ ଶାହ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, କେନ୍ଦ୍ରୀୟ ସୁରକ୍ଷାବଳ ବିରୋଧର ଦିଦିଙ୍କ ଏଭଳି ବୟାନ, ବିଧାନସଭା ନିର୍ବାଚନରେ ଟିଏମସିର ପରାଜୟ ଆଡ଼କୁ ସଙ୍କେତ ଦେଉଛି। ମମତା ଦିଦି ଜାଣିସାରିଲେଣି ନିର୍ବାଚନ ଫଳାଫଳ ଟିଏମସି ବିରୋଧରେ ଯାଉଛି। ତେଣୁ ସେ ଏଭଳି ବିଭ୍ରାନ୍ତିକର ବୟାନବାଜି କରୁଛନ୍ତି। ଶାହ ଆହୁରି କହିଛନ୍ତି ଯେ, ମୁଁ କୌଣସି ମୁଖ୍ୟମନ୍ତ୍ରୀ କିମ୍ବା ରାଜନୈତିକ ଦଳର ସଭାପତିଙ୍କୁ ଏଭଳି କହୁଥିବାର ଦେଖି ନାହିଁ। ମମତା ବାନାର୍ଜୀ କେନ୍ଦ୍ରୀୟ ସୁରକ୍ଷା ବଳ ବିରୋଧରେ ଯେଉଁଭଳି ଶବ୍ଦ ବ୍ୟବହାର କରୁଛନ୍ତି ତାହା ଅନ୍ୟ କୌଣସି ମୁଖ୍ୟମନ୍ତ୍ରୀ କେବେ ବ୍ୟବାହାର କରିନାହାନ୍ତି। ସେ ଏଭଳି ବୟାନବାଜି କରି ଅରାଜକତା ଆଣିବାକୁ ଏବଂ ବଡ଼ ବିଶୃଙ୍ଖଳା କରିବାକୁ ଚେଷ୍ଟା କରୁଛନ୍ତି କି?’

ସୂଚନାଯୋଗ୍ୟ ପୂର୍ବରୁ ମଧ୍ୟ ମମତାଙ୍କୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଥିଲା। ସେ ନିର୍ବାଚନୀ ସଭାରେ ସାମ୍ପ୍ରଦାୟିକ ଭାବନା ସୃଷ୍ଟି କରିବାକୁ ଚେଷ୍ଟା କରୁଥିଲେ। ଏକ ସଭାରେ ଯୋଗଦେଇ ମଞ୍ଚ ଉପରୁ ସେ ମୁସଲମାନମାନଙ୍କୁ ଟିଏମସିରେ ଦେବା ପାଇଁ ଉସକାଉଥିଲେ। ଏଭଳି ଆଚରଣ ବିରୋଧରେ ନିର୍ବାଚନ ଆୟୋଗଙ୍କ ନିକଟରେ ବିଜେପି ଅଭିଯୋଗ କରିବା ପରେ ମମତାଙ୍କୁ ନୋଟିସ ହୋଇଥିଲା। ଏହାସହ ୪୮ ଘଣ୍ଟା ଭିତରେ ଜବାବ ତଲବ କରାଯାଇଥିଲା।

You might also like