• translate
Prangyan Parimita

କୋଲକାତା: ପଶ୍ଚିମବଙ୍ଗରେ ପୁଣି ନିର୍ବାଚନୀ ହିଂସା । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଥିବା ବେଳେ ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କ ବିରୋଧରେ ଲଢୁଥିବା ଶୁଭେନ୍ଦୁ ଅଧିକାରୀଙ୍କ କାରକେଡ୍ ଉପରେ ଆକ୍ରମଣ ହୋଇଛି ।  ଶୁଭେନ୍ଦୁ ଅଧିକାରୀଙ୍କ କାରକେଡ଼୍ ଉପରକୁ ପଥର ମାଡ଼ କରିବା ସହ ତାଙ୍କର ଗାଡ଼ି ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ । ତେବେ ଆକ୍ରମଣରେ ଶୁଭେନ୍ଦୁ ଆହ୍ ହୋଇଥିବା ବେଳେକାରକେଡରେ ଥିବା ତାଙ୍କର  କିଛି ଗାଡିର କାଚ ଭାଙ୍ଗିଯାଇଛି । ଏହାସହ  ନନ୍ଦିଗ୍ରାମର କମଲପୁର ଠାରେ ୧୭୦ ନମ୍ବର ବୁଥ ନିକଟରେ ଥିବା ଗଣମାଧ୍ୟମ କର୍ମଚାରୀଙ୍କ ଗାଡି ଉପରେ ମଧ୍ୟ ଆକ୍ରମଣ ମଧ୍ୟ କରିଛନ୍ତି ଦୁର୍ବୃତ୍ତ ।

ଆକ୍ରମଣ ପରେ ବଙ୍ଗରେ ଜଙ୍ଗଲରାଜ ହେଉଥିବା ଅଭିଯୋଗ କରିଛନ୍ତି ଶୁଭେନ୍ଦୁ ଅଧିକାରୀ ।  ସେ କହିଛନ୍ତି, ବାଙ୍ଗଲାଦେଶର ସ୍ଲୋଗାନ ଦେଇ ତୃଣମୂଳ କଂଗ୍ରେସ (ଟିଏମସି) ଜିତିବାକୁ ଚାହୁଁଛି। 'ଏହା ପାକିସ୍ତାନୀ ମାନଙ୍କର ହିଁ କାମ,'। ସେହି ବୁଥରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଭୋଟର ଅଛନ୍ତି, ଯେଉଁମାନେ ଏପରି କାଣ୍ଡ ଘଟାଉଥିବା କହିଛନ୍ତି ।

ସୂଚନାଯୋଗ୍ୟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ୩ଟି ଜିଲ୍ଲାର ୩୦ଟି ସିଟ୍‌ରେ ମତଦାନ ହେଉଛି । ଭୋଟ୍ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇଛିଅ। ସଂଧ୍ୟା ୬ଟା ଯାଏଁ ଚାଲିବ। ଦକ୍ଷିଣ ୨୪ ପ୍ରଗଣା, ବାଙ୍କରା ଓ ମେଦିନିପୁର ଜିଲ୍ଲାରେ ଭୋଟ୍ ନିଆଯାଉଛି ।

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମଇଦାନରେ ମୋଟ୍ ୧୭୧ ଜଣ ପ୍ରାର୍ଥୀ ଅଛନ୍ତି । ଏମାନଙ୍କ ମଧ୍ୟରେ ୧୫୨ ଜଣ ପୁରୁଷ ପ୍ରାର୍ଥୀ ଥିବାବେଳେ ୧୯ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ଭୋଟ୍ ନିଆଯାଉଥିବା ୩୦ ଆସନ ମଧ୍ୟରୁ ନନ୍ଦିଗ୍ରାମ ଆସନ ଚର୍ଚ୍ଚାରେ ରହିଛି। ତୃଣମୂଳ କଂଗ୍ରେସର କବଜାରେ ଥିବା ନନ୍ଦିଗ୍ରାମରେ ଏଥର ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କର ପୂର୍ବତନ ସହଯୋଗୀ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଲଢ଼େଇ ହେଉଛି ।

ପଢନ୍ତୁ : ନନ୍ଦିଗ୍ରାମରେ କାହାର ହେବ ଜିତାପଟ୍?

Other Stories