କରୋନା ଯୁଦ୍ଧରେ ଆଗରେ ଥିଲେ, ହେଲେ ହାରିଗଲେ ଏଇ ଯୁବା ଅଫିସର

କୋଲକାତା:କରୋନା ଭାଇରସ୍‌ ବିରୋଧରେ ଲଢୁଥିଲେ ସରକାରୀ ଅଫିସର ଦେବଦତ୍ତା ରାୟ। ଲକ୍‌ ଡାଉନ୍‌ବେଳେ ପ୍ରବାସୀ ଶ୍ରମିକ କିପରି ଆସିବେ, କେଉଁଠି ରହିବେ ଓ କିପରି ତାଙ୍କର ଥଇଥାନ କରାଯିବ ତାହା ସୁଚାରୂ ଭାବେ ତୁଲାଉଥିଲେ ଦେବଦତ୍ତା। ହେଲେ ନିଜେ ହାରିଗଲେ କରୋନା ପାଖରେ। ସୋମବାର ସକାଳେ ଆଖି ବୁଜି ଦେଇଛନ୍ତି ଏଇ ଆଗ ଧାଡ଼ିର କରୋନା ଯୋଦ୍ଧା । ଏହି ନିଷ୍ପାପର ଯୁବ ସରକାରୀ ଅଧିକାରୀ ଜଣକ ହେଉଛନ୍ତି ପଶ୍ଚିମବଙ୍ଗର।

୩୮ ବର୍ଷ ବୟସ୍କ ଦେବଦତ୍ତା ହୁଗ୍‌ଲି ଜିଲ୍ଲାର ଚନ୍ଦନନଗର ସବ୍‌ଡିଭିଜନର ଡେପୁଟି ମାଜିଷ୍ଟ୍ରେଟ ଥିଲେ। ଏଇ ମାସ ଆରମ୍ଭରେ ତାଙ୍କ ପାଖରେ କୋରୋନା ଲକ୍ଷଣ ଦେଖା ଦେଇଥିଲା। ଏହା ପରେ ତାଙ୍କୁ ଉତ୍ତର କୋଲକାତାର ଦମଦମ୍‌ ସ୍ଥିତି ବାସଭବନରେ ହୋମ କ୍ୱାରେଣ୍ଟିନ୍‌ରେ ରଖା ଯାଇଥିଲା।

ଗତ ରବିବାର ସେ ଶ୍ୱାସକ୍ରିୟା ଜନିତ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକେ ତାଙ୍କୁ ଶ୍ରୀରାମପୁର ହସ୍‌ପିଟାଲକୁ ନେଇଥିଲେ। ସୋମବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି। ଘରେ ତାଙ୍କର ସ୍ୱାମୀ ଏବଂ ୪ ବର୍ଷର ଏକ ଛୋଟ ଶିଶୁପୁତ୍ର ଅଛନ୍ତି।

ସୂଚନାଥାଉ କି,ଲକ୍‌ଡାଉନ ସମୟରେ ରାଜ୍ୟ ବାହାରୁ ପ୍ରବାସୀ ଶ୍ରମିକମାନଙ୍କୁ ନେଇ ହୁଗୁଳି ଆସୁଥିବା ଟ୍ରେନ୍‌ ଏବଂ ଏହା ପହଞ୍ଚିବା ପରେ ଶ୍ରମିକଙ୍କ ରହିବା ବ୍ୟବସ୍ଥା ଦାୟିତ୍ୱ ନେଇଥିଲେ ଦେବଦତ୍ତା। ଦେବଦତ୍ତା ଏହି ସମ୍ବେଦନଶୀଳ ଦାୟିତ୍ୱକୁ ସୁଚାରୁ ଭାବେ ସମ୍ଭାଳିଥିଲେ।

ତାଙ୍କର ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟ କରି ଦୁଃଖ ପ୍ରକାଶ କରି ଲେଖିଛନ୍ତି ‘ଯୁବା ଅଫିସରଙ୍କ ଅକାଳ ବିୟୋଗରେ ମୁଁ ବହୁତ ଦୁଃଖୀ। କରୋନା ଯୁଦ୍ଧରେ ସେ ସବୁବେଳେ ଆଗରେ ଥିଲେ। ତାଙ୍କର କର୍ତ୍ତବ୍ୟ ପାଖରେ ସେ ସମ୍ପୂର୍ଣ୍ଣ ସମର୍ପିତ ଥିଲେ।

You might also like