ଟିଏମସି ସମର୍ଥିତ ଛାତ୍ର ପ୍ରଫେସରଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ

କୋଲକାତା: ପଶ୍ଚିମବଙ୍ଗରେ ଟିଏମ୍‌ସି ସମର୍ଥିତ ଛାତ୍ର ସଂଗଠନର ଗୁଣ୍ଡାରାଜ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରେ ଥିବା ନବଗ୍ରାମ ହିରାଲାଲ୍ ପଲ୍‌ କଲେଜରେ ଜଣେ ଅଧ୍ୟାପକଙ୍କ ସମେତ କେତେକ ଛାତ୍ରଙ୍କୁ ଟିଏମ୍‌ସି ସମର୍ଥିତ ଏହି ଛାତ୍ରମାନେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଟିଏମସି ସମର୍ଥିତ ଏହି ଛାତ୍ରମାନେ ଆଜି କଲେଜର ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ‘ମମତା ବାନାର୍ଜୀ ଜିନ୍ଦାବାଦ’ ଓ ‘ଟିଏମସି ଜିନ୍ଦାବାଦ’ ନାରା ଲଗାଇବାକୁ ବାଧ୍ୟ କରିଥିଲେ। ଫଳରେ ଏହାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏଥିରେ କଲେଜର ଜଣେ ପ୍ରଫେସର ହସ୍ତକ୍ଷେପ କରିବାରୁ ଟିଏମସି ସମର୍ଥିତ ଛାତ୍ରମାନେ ତାଙ୍କୁ ମାଡ଼ ମାରିଥିଲେ। ଏନେଇ ପ୍ରଫେସର ଜଣଙ୍କ ଉତ୍ତରପାରା ପୁଲିସ୍‌ ଷ୍ଟେସନ୍‌ରେ ଅଭିଯୋଗ କରିଥିଲେ।

ଏହି ଘଟଣାରେ ପୁଲିସ୍‌ ୨ଜଣଙ୍କୁ ଗିରଫ କରିଛି। ଯେଉଁମାନେ କି କଲେଜର ଛାତ୍ର ନୁହଁନ୍ତି ବୋଲି ପୁଲିସ୍‌ କହିଛି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଏସ୍ଏଫଆଇ ସଂଗଠନ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପୁରା ପଶ୍ଚିମବଙ୍ଗକୁ ମମତା ବାନାର୍ଜୀ ଜଙ୍ଗଲରାଜରେ ପରିଣତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସଂଗଠନ ଅଭିଯାଗ କରିଛି।

You might also like