ବିଜୟର ଟିକା ପିନ୍ଧିଲେ ଦିଦି

ଦିଦି ଜିତିଲେ

ପଶ୍ଚିମବଙ୍ଗ: ପୁଣି ଥରେ ବିଜୟର ସ୍ୱାଦ ଚାଖିଲେ ମମତା ବାନାର୍ଜୀ। ବିଜେପିର ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କୁ ହରାଇ ବିଜୟର ଟିକା ପିନ୍ଧିଲେ ଦିଦି। ନନ୍ଦୀଗ୍ରାମରୁ ଜିତିଲେ ମମତା ବାନାର୍ଜୀ। ୧୨୦୦ ଭୋଟରେ ଜିତିଲେ ଦିଦି। ଗଣତିର ଶେଷ ରାଉଣ୍ଡରେ ଜିତିଲେ ମମତା, ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କୁ ହରାଇଲେ ମମତା। ସେପଟେ ମମତା ବାନାର୍ଜୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜନାଥ ସିଂ।
ପଶ୍ଚିମବଙ୍ଗରେ ଟିଏମ୍ସିର ବିଜୟ ଲାଗି ଶୁଭେଚ୍ଛା ଜଣାଇଲେ ରାଜନାଥ।

ସେପଟେ, ନନ୍ଦିଗ୍ରାମରୁ ଜିତିବା ପରେ ପ୍ରତିକ୍ରିୟା ରଖିଛନ୍ତି ମମତା ବାନାର୍ଜୀ। ନିଜ ବାସଭବନ ଆଗରେ ଦଳର କର୍ମୀଙ୍କୁ ମମତା କଲେ ସମ୍ବୋଧନ। ଜୟ ବାଙ୍ଗଲା କହି ଭୋଟରଙ୍କୁ ବିଜୟ ପାଇଁ ଧନ୍ୟବାଦ ଜଣାଇଲେ। ଏହାସହ ସନ୍ଧ୍ୟା ୬ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ବୋଲି କହିଲେ ମମତା। କୋଭିଡ୍ କଟକଣା ମାନିବା ସହ ମାସ୍କ ପରିଧାନ କରିବାକୁ ପରାମର୍ଶ ଦେଲେ ଦିଦି

ଆଜି ୪ ରାଜ୍ୟ ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଭୋଟ ଗଣତି ହେଉଛି। ତେବେ ଫୋକସରେ ରହିଥିଲା ପଶ୍ଚିମବଙ୍ଗର ଫଳାଫଳ । କାରଣ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଠାରେ ଗାଦି ବଜାୟ ରଖିବା ନେଇ କିଛି ଏକଜିଟ୍ ପୋଲରେ ପୂର୍ବାନୁମାନ କରାଯାଇଥିବା ବେଳେ ଆଉ କିଛି ଏକଜିଟ୍ ପୋଲରେ ବିଜେପି ବିଜୟୀ ହେବା ନେଇ ଆକଳନ କରିଥିଲା। ତେଣୁ ରାଜନୈତିକ ଦୃଷ୍ଟି କୋଣରୁ ଅତି ଗୁରୁତ୍ୱପୂର୍ଣ୍ଣ ପଶ୍ଚିମବଙ୍ଗର ଫଳାଫଳକୁ ନେଇ ଉତ୍କଣ୍ଠା ରହିଥିଲା। ଆଉ ଏହାରି ମଧ୍ୟରେ ପୁଣି ଥରେ ବିଜୟୀ ହୋଇଛନ୍ତି ମମତା ବାନାର୍ଜୀ। ଭୋଟ ଗଣତି ଆରମ୍ଭ ବେଳେ ପଶ୍ଚିମବଙ୍ଗରେ ଟିଏମସି ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା।

ଚଳିତ ଥରର ନିର୍ବାଚନ ମମତାଙ୍କ ପାଇଁ ବେଶ ସଂଘର୍ଷପୂର୍ଣ୍ଣ ଥିଲା। ନିଜର ପାରମ୍ପରିକ ଆସନରୁ ଛିଡ଼ା ନହୋଇ ଚଳିତଥର ନନ୍ଦିଗ୍ରାମରୁ ଛିଡ଼ା ହୋଇଥିଲେ ଦିଦି। ତେବେ ମମତା-ଶୁଭେନ୍ଦୁଙ୍କ ମଧ୍ୟରେ ଏଥର ଜୋରଦାର ଟକ୍କର ହୋଇଥିଲା। କିନ୍ତୁ ପୁଣି ଥରେ ଗଡ଼ ବଂଚାଇବାରେ ସଫଳ ହୋଇଛନ୍ତି ଟିଏମସି ମୁଖ୍ୟ ମମତା ବାନାର୍ଜୀ। ଟିଏମସି ବିଜୟୀ ହେବା ପରେ ବଙ୍ଗର ମୁଖ୍ୟ କାର୍ଯ୍ୟାଳୟରେ ବେଶ ଉତ୍ସାହ ଦେଖାଦେଇଛି।

କିନ୍ତୁ ବିଜୟ ରାଲି କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଆଜି ଗଣତି ଚାଲିଥିବା ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ବିଜୟ ଉତ୍ସବ କୌଣସି ଦଳ ପାଳନ କରିବେ ନାହିଁ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଏନେଇ EC ଚିଠି ଲେଖିଛନ୍ତି। ନିର୍ବାଚନୀ ବିଜୟ ରାଲି ଓ ସେଲିବ୍ରେସନ ବନ୍ଦ କରିବାକୁ  ନିର୍ଦ୍ଦେଶ ଦିଆଯାଇଛି। ଏହାସହ ରାଲି ହେଲେ ସ୍ଥାନୀୟ ପୋଲିସ ଅଧତ୍କାରୀ ଦାୟୀ ରହିବା ସହ  ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି EC କହିଛନ୍ତି। ତେବେ ମମତା କେଉଁ ଦିନ ସରକାର ଗଠନ କରିବେ ଅର୍ଥାତ୍‌ ଶପଥ ଗ୍ରହଣ କରିବେ ସେନେଇ କୌଣସି ସୂଚନା ମିଳିନାହିଁ।

You might also like