ପୋଲିସ-ବିଜେପିକର୍ମୀ ଖଣ୍ଡଯୁଦ୍ଧ; ଦଳୀୟ କର୍ମୀଙ୍କୁ ଗୋଡ଼ାଇ ପିଟିଲେ

କୋଲକାତା: ପଶ୍ଚିମବଙ୍ଗରେ ମମତା ସରକାର-ବିଜେପି ମଧ୍ୟରେ ବିବାଦ ବଢି ବଢି ଆଜି ଖଣ୍ଡଯୁଦ୍ଧରେ ପରିଣତ ହୋଇଛି। ଆଜି ବିଜେପି ପକ୍ଷରୁ ନବାନ୍ନା ଚଲୋ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ହେଲେ ଏହି କାର୍ଯ୍ୟକ୍ରମରେ କରୋନା କଟକଣାକୁ କେହି ମାନି ନ ଥିଲେ । ଶହ ଶହ ବ୍ୟକ୍ତି ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିଥିଲେ। ଏହାକୁ ନେଇ କୋଲକାତାରେ ବିଜେପି କର୍ମୀ ଓ ପୋଲିସ୍ ମଧ୍ୟରେ ସୃଷ୍ଟି ହୋଇଛି ଏହି ଖଣ୍ଡଯୁଦ୍ଧ।

କରୋନା କଟକଣାକୁ ଖିଲାପ କରି ଆୟୋଜିତ ହୋଇଥିବା ଅଭିଯୋଗରେ ପୋଲିସ୍ ବିକ୍ଷୋଭକାରୀଙ୍କୁ ହାଷ୍ଟିଂ ନିକଟରେ ଅଟକାଇବାକୁ ଚେଷ୍ଟା କରିଥିଲା। ଏହି ସମୟରେ ପୋଲିସ୍ ଉପରେ ପଥର ମାଡ଼ ହେବା ସହ ପୋଲିସ୍ ବି ଲାଟିଚାର୍ଜ କରିଥିବା ଦେଖିବାକୁ ମିଳିଛି। ସେତିକି ନୁହେଁ, କାର୍ଯ୍ୟକର୍ତ୍ତା ଏବଂ ନେତାଙ୍କ ଉପରକୁ ପାଣି କେନ ଫିଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା।

କୋଲାକାତାର ରାଜରାସ୍ତାରେ ବେଶ କିଛି ସମୟ ପାଇଁ ପୋଲିସ୍ ଓ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ସେପଟେ ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଟାଗେର୍ଟ କରିଛନ୍ତି ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ । ବିକ୍ଷୋଭ ଶାନ୍ତି ପୂର୍ଣ୍ଣ ଭାବେ ପ୍ରଦର୍ଶନ ହେଉଥିଲା, ସମସ୍ତେ କୋଭିଡ୍ କଟକଣା ପାଳନ କରିଥିଲେ।  ଜାଣିଶୁଣି ପୋଲିସ୍ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି।

ସୂଚନାଥାଉ କି, ରାଜ୍ୟରେ ଲଗାତାର ବିଜେପି ନେତାଙ୍କ ହତ୍ୟାକୁ ବିରୋଧ କରି ଭାଜପା ପକ୍ଷରୁ ଆଜି ଏହି ଆନ୍ଦୋଳନ ଡାକରା ଦିଆଯାଇଥିଲା। ଏହି ଆନ୍ଦାଳନର ନାମ ନବନ୍ନା ଚଲୋ ରଖାଯାଇଛି। ଏହି କ୍ରମରେ ଗୁରୁବାର ଭାଜପା ପକ୍ଷରୁ ୪ଟି ପ୍ରମୁଖ ରାଲି ବାହାରିଥିଲା। ଗୋଟିଏ ରାଲି ହାଓଡା ସିବପୁରରୁ ସଚିବାଳୟ ଯାଉଥିଲା।

ଆହୁରି ପଢ଼ନ୍ତୁ

ନଭେମ୍ବର ଶେଷ ଯାଏ ବଢ଼ିଲା ଅନ୍‌ଲକ୍‌ ୫.୦ ଗାଇଡ୍‌ ଲାଇନ କଟକଣା

ଏବେ ଯେକୌଣସି ବ୍ୟକ୍ତି ଜାମ୍ମୁ କାଶ୍ମୀରରେ କିଣି ପାରିବେ ଜାଗା

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ଲଭ୍‌-ଜିହାଦ୍‌ରୁ ହତ୍ୟା! ସିସିଟିଭିରେ କଏଦ୍‌ ହେଲା ଭିଡିଓ

ଅଓ୍ୱନ୍ତିପୋରାରେ ଏନ୍‌କାଉଣ୍ଟର: ଆତ୍ମସମର୍ପଣ କଲା ଆତଙ୍କୀ

କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କରୋନା ପଜିଟିଭ୍

ହାଥରସ ଘଟଣା: ସୁପ୍ରିମକୋର୍ଟ କହିଲେ ୟୁପିରୁ ବାହାରକୁ ସ୍ଥାନାନ୍ତର ହେବନି ମାମଲା

୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି

ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ: BECA ରାଜିନାମା ସ୍ୱାକ୍ଷର କରିବେ ଦୁଇ ଦେଶ

ବିହାର ନିର୍ବାଚନ: ୩୪% ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା

ସୋନୁ ସୁଦ୍‌ଙ୍କ ସାହାଯ୍ୟକୁ ନେଇ ୟୁଜର୍ସ କହିଲେ ‘ବଡ ଧୋକା’; ସୋନୁ ଦେଲେ ଏମିତି ଜବାବ୍‌

ମଦ୍ରାସାରେ ଭୟଙ୍କର ବିସ୍ଫୋରଣ; ୭ ମୃତ ୭୦ ଆହତ

You might also like