ଝୁଲନ୍ତା ଅବସ୍ଥାରେ ମିଳିଲା ବିଜେପି ବିଧାୟକଙ୍କ ମୃତଦେହ

କୋଲକାତା: ବରିଷ୍ଠ ବିଜେପି ନେତା ତଥା ବିଧାୟକ ଦେବେନ୍ଦ୍ର ନାଥ ରୟଙ୍କ ଝୁଲନ୍ତା ମୃତଦେହ ପଶ୍ଚିମବଙ୍ଗ ଉତ୍ତର ଦିଞ୍ଜାପୁର ଜିଲ୍ଲା ହେମତାବାଦ ସ୍ଥିତ ତାଙ୍କ ଘର ନିକଟରୁ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏହା ହତ୍ୟା ନା ଆତ୍ମହତ୍ୟା ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ତେବେ ବିଜେପି ପକ୍ଷରୁ ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କୁହାଯିବା ସହ ଓ ଏହା ପଛରେ ଶାସକ ଦଳ ଟିଏମସିର ହାତ ଥିବା ଦଳ ଦାବି କରିଛି। ତେଣୁ ଏହି ଘଟଣାର ସଠିକ୍‌ ତଦନ୍ତ କରାଯାଉ ବୋଲି ଦଳ(ବିଜେପି) ପକ୍ଷରୁ ଦାବି ହୋଇଛି।

ପୁଲିସ୍‌ ସୂଚନା ଅନୁସାରେ, ‘ଆଜି ସକାଳେ ହେମତାବାଦ ଅଞ୍ଚଳରେ ଥିବା ଏକ ଦୋକାନ ନିକଟରେ ଝୁଲନ୍ତା ଅବସ୍ଥାରେ ଦେବେନ୍ଦ୍ର ନାଥଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳରେ ଫରେନ୍‌ସିକ୍‌ ଟିମ୍‌ ପହଞ୍ଚିବା ସହ ତାଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।’

ଦେବେନ୍ଦ୍ରଙ୍କ ପରିବାର ଲୋକ ଏହି ଘଟଣା ପାଇଁ ସିବିଆଇ ତଦନ୍ତ ଦାବି କରିଛନ୍ତି।

ସୂଚନାଥାଉ କି, ଦେବେନ୍ଦ୍ର ସିପିଆଇ(ଏମ) ଟିକେଟରୁ ନିର୍ବାଚନ ଲଢ଼ିଥିଲେ ଓ ହେମତାବାଦ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜୟୀ ମଧ୍ୟ ହୋଇଥିଲେ। ତେବେ ଲୋକସଭା ନିର୍ବାଚନ ପରେ ସେ ବିଜେପିରେ ସାମିଲ ହୋଇଥିଲେ।

ଆହୁରି ପଢ଼ନ୍ତୁ

ମୋଦି ସରକାରଙ୍କ EIA ଡ୍ରାଫ୍ଟକୁ ରାହୁଲ ଗାନ୍ଧିଙ୍କ ବିରୋଧ

ଆଣ୍ଡାମାନ ନିକୋବରକୁ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ଉପହାର

୧୪ ବର୍ଷ ପରେ ମିଳିଲା ହଜି ଯାଇଥିବା ପର୍ସ, ଆଉ ସେଥିରୁ ବାହାରିଲା…

ସାବଧାନ ! ବିନା ଅର୍ଡରରେ ଘରେ ପହଞ୍ଚୁଛି କି ବିହନ ପ୍ୟାକେଟ ? ଭୁଲ୍‌ରେ ବି ଖୋଲନ୍ତୁନି

ଉଦ୍ଧାର ହେଲା ବିରଳ ପ୍ରଜାତିର ବିଷାକ୍ତ ସାପ

୨୪ ଘଣ୍ଟାରେ ଦେଶରେ ୬୨ ହଜାର ୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦେଉଛି ଏକ ବର୍ଷର ଶିଶୁ, ଫଟୋ ଭାଇରାଲ

ବିଷ ଇଞ୍ଜେକ୍ସନ ଦେଇ ୧୧ ପାକିସ୍ତାନ ଶରଣାର୍ଥୀଙ୍କୁ ହତ୍ୟା କରାଯାଇଥିଲା

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା

ମାଟି ତଳୁ ଶୁଭିଲା କାନ୍ଦିବାର ଶବ୍ଦ, ଆଉ ତା’ପରେ…

ଏକ ମାସର ଶିଶୁ ଦେଲା କରୋନାକୁ ମାତ୍‌, ମା’ କ୍ଷୀରକୁ ଡାକ୍ତର କଲେ ଅସ୍ତ୍ର

ଆୟରଲ୍ୟାଣ୍ଡ୍‌ରୁ ଫୋନ୍‌ ଆସିଲା ଦିଲ୍ଲୀ, ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଛନ୍ତି ଜଣେ ବ୍ୟକ୍ତି, ତା’ପରେ…

You might also like