ବଙ୍ଗରେ ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

କ୍ରିଷ୍ଣାନଗର ଆସନରୁ ନିର୍ବାଚନ ଲଢିବେ ମୁକୁଲ ରାୟ

  • ପଶ୍ଚିମବଙ୍ଗରେ ବିଜେପିର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା
  • ୧୪୮ ପ୍ରାର୍ଥୀଙ୍କ ନାଁ ଘୋଷଣା, ପ୍ରମୁଖ ଚେହେରା ମୁକୁଲ ରାୟ
  • କ୍ରିଷ୍ଣାନଗର ଆସନରୁ ନିର୍ବାଚନ ଲଢିବେ ମୁକୁଲ ରାୟ
  • ଶାନ୍ତିପୁର ଆସନରୁ ନିର୍ବାଚନ ଲଢିବେ ସାଂସଦ ଜଗନ୍ନାଥ ସରକାର
  • ତାଲିକାରେ ନାହିଁ ରାଜ୍ୟ ସଭାପତି ଦିଲ୍ଲୀପ ସିଂଙ୍କ ନାଁ ନାହିଁ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ଦ୍ୱିତୀୟ ପର୍ଯ୍ୟାୟରେ ଆଜି ମୋଟ ୧୪୮ ଜଣଙ୍କ ନାଁ ଘୋଷଣା କରାଯାଇଛି। ଘୋଷିତ ପ୍ରାର୍ଥୀ ତାଲିକାରେ ପ୍ରମୁଖ ଚେହେରା ରହିଛନ୍ତି ମୁକୁଲ ରାୟ। ସେ କ୍ରିଷ୍ଣାନଗର ଆସନରୁ ନିର୍ବାଚନ ଲଢିବେ ବୋଲି ସୂଚନା ରହିଛି। ଏହି ତାଲିକାରେ ବିଜେପି ଆଉ ଜଣେ ସାଂସଦ ଜଗନ୍ନାଥ ସରକାରଙ୍କୁ ମଧ୍ୟ ଟିକେଟ୍ ଦେଇଛି।

ରାଣାଘାଟର ସାଂସଦ ଜଗନ୍ନାଥଙ୍କୁ ମିଶାଇ ବିଜେପି ଏଯାଏଁ ମୋଟ ୫ ଜଣ ସାଂସଦଙ୍କୁ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଘୋଷଣା କଲାଣି। ଜଗନ୍ନାଥ, ଶାନ୍ତିପୁର ଆସନରୁ ନିର୍ବାଚନ ଲଢିବେ। ସେହିଭଳି ଦଳର ଛାମୁଆ ନେତା ରାହୁଲ ସିହ୍ନାଙ୍କୁ ହାବ୍ରାରୁ ନିର୍ବାଚନ ଲଢିବେ। ତେବେ ପଞ୍ଚମରୁ ଅଷ୍ଟମ ପର୍ଯ୍ୟାୟ ଭୋଟ୍ ଲାଗି ହୋଇଥିବା ଏହି ପ୍ରାର୍ଥୀ ତାଲିକାରେ ରାଜ୍ୟ ସଭାପତି ଦିଲ୍ଲୀପ ସିଂଙ୍କ ନାଁ ନଥିବାରୁ ସେ ନିର୍ବାଚନ ଲଢି ନପାରନ୍ତି ବୋଲି ସୂଚନା ମିଳିଛି।

 

You might also like