ମବ୍‌ ଲିଞ୍ଚିଂ ବା ଭିଡ଼ ହିଂସାରେ ଦୋଷୀକୁ ମିଳିବ ମୃତ୍ୟୁ ଦଣ୍ଡ

କୋଲକାତା: ମୋବ୍‌ ଲିଞ୍ଚିଂ ବା ଭିଡ଼ ହିଂସା ବିରୋଧରେ କଠୋର ହେଲେ ପଶ୍ଚିବଙ୍ଗଳା ସରକାର। ଏଣିକି ଭିଡ଼ ହିଂସାରେ କାହାର ଜୀବନ ଗଲେ ଦୋଷୀଙ୍କୁ ମିଳିବ ମୃତ୍ୟୁ ଦଣ୍ଡ। ଏନେଇ ପଶ୍ଚିମବଙ୍ଗଳା ବିଧାନସଭାରେ ଏକ ଆଇନ୍‌ ପାସ୍‌ ହୋଇଛି। ଯାହାଦ୍ୱାର ଭିଡ଼ି ହିଂସାର ତଦନ୍ତ କରାଯାଇ ଦୋଷୀ ବିରୋଧରେ ଉପଯୁକ୍ତ ଦଣ୍ଡବିଧାନ କରାଯାଇପାରିବ। ଆବଶ୍ୟକ ପଡ଼ିଲେ ଦୋଷୀକୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯିବ।

ଭିଡ଼ ହିଂସା ପାଇଁ ପଶ୍ଚିମବଙ୍ଗଳା ସରକାର ଆଣିଥିବା ପ୍ରିଭେନସନ୍‌ ଅଫ୍‌ ଲିଞ୍ଚିଂ ବିଲ୍‌ ୨୦୧୯ କୁ ବିରୋଧୀ କଂଗ୍ରେସ ଓ ବାମଦଳ ଗୁଡ଼ିକ ମଧ୍ୟ ସମର୍ଥନ କରିଥିଲେ। କିନ୍ତୁ ବିଜେପି ଏହି ବିଲ୍‌କୁ ସମର୍ଥନ କରିନାହିଁ। ଉଦ୍ଦେଶ୍ୟ ପ୍ରଣୋଦିତ ଭାବରେ ବିରୋଧୀଙ୍କୁ ଟାର୍ଗେଟ୍‌ କରିବା ପାଇଁ ଏହି ଆଇନ୍‌ର ବ୍ୟବହାର ହୋଇପାରେ ବୋଲି ବିଜେପି ଅନୁମାନ କରୁଛି।

ବିଲ୍‌ ଅନୁସାରେ ଯେଉଁମାନେ ପୀଡ଼ିତଙ୍କ ଉପରକୁ ଆକ୍ରଣ କରିବେ କିମ୍ବା ତାଙ୍କୁ କୌଣସି ଆଘାତ ପହଞ୍ଚାଇଥିବେ ତବେ ଦୋଷୀଙ୍କୁ ୩ ବର୍ଷରୁ ଆରମ୍ଭ କରି ଆଜୀବନ କାରାଦଣ୍ଡ ହେବାର ନିୟମ ରହିଛି।

ଆଉ ଯଦି ପୀଡ଼ିତଙ୍କ ମୃତ୍ୟୁ ହେଇଯାଏ, ତେବେ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିରେ ଆଜୀବନ କାରାଦଣ୍ଡ ସହିତ ମୃତ୍ୟୁ ଦଣ୍ଡ ବି ସାମିଲ୍‌ ରହିଛି।

ଭିଡ଼ ହିଂସାକୁ ନେଇ ନିକଟରେ ରାଜସ୍ଥାନ ସରକାର ମଧ୍ୟ ଏଭଳି ଏକ ଆଇନ୍‌ ଆଣିଥିଲେ। ଯେଉଁଥିରେ ଦୋଷୀଙ୍କୁ ଏକ ଲକ୍ଷରୁ ୫ ଲକ୍ଷ ପର୍ଯ୍ୟନ୍ତ ଜୋରିମାନା କରାଯାଇଛି।

ଅନେକ ସମୟରେ ଦେଶରେ ଭିଡ଼ ହିଂସାରେ ନିରିହ ଲୋକଙ୍କ ମୃତ୍ୟୁ ହେଉଥିବା ଖବର ଶୁଣିବାକୁ ମିଳୁଛି। ଆଖଲାଦ ଓ ପେହେଲୁ ଖାନ୍‌ ଭଳି ଘଟଣା ଯାହାର ଏକ ଉଦାରଣ।

 

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like