ଏହି ରାଜ୍ୟରେ ଘୋଷଣା ହେଲା ଆଂଶିକ ଲକଡାଉନ

କୋଲକାତା: ପଶ୍ଚିମବଙ୍ଗରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଂଶିକ ଲକଡାଉନ ଘୋଷଣା ହୋଇଛି। ନିର୍ବାଚନ ଶେଷ ହେବା କ୍ଷଣି ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଏହି ଆଂଶିକ ଲକଡାଉନ ଘୋଷଣା କରିଛନ୍ତି।

ଆଂଶିକ ଲକଡାଉନ ବେଳେ ପ୍ରତ୍ୟେକ ଦିନ ସକାଳ ୭ଟାରୁ ୧୦ଟା ଓ ଅପରାହ୍ନ ୩ଟାରୁ ୫ ଟା ପର୍ଯ୍ୟନ୍ତ ବଜାର / ହାଟ ଖୋଲା ରହିବ। ବାକି ସମୟରେ ଏହା ବନ୍ଦ ରହିବ। ହେଲେ ଶପିଂ କମ୍ପ୍ଲେକ୍ସ, ବିୟୁଟି ପାର୍ଲର, ସିନେମା ହଲ ଇତ୍ୟାଦି ସମ୍ପୂର୍ଣ୍ଣ ବନ୍ଦ ରହିବ । ଏହାସହ ହୋଟେଲ, ବାର, ଜିମ, ସୁଇମିଂ ପୁଲ ମଧ୍ୟ ବନ୍ଦ ରହିବ। ତେବେ ହୋମ ଡେଲିଭରି ଓ ଅନ୍ୟାନ ଅନଲାଇନ ସେବାକୁ ଏହି ଆଂଶିକ ଲକଡାଉନ ସମୟରେ ଅନୁମତି ମିଳିବ। ସମସ୍ତ ପ୍ରକାର ସାମାଜିକ, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟକ୍ରମକୁ ବ୍ୟାନ କରାଯାଇଛି ଫାର୍ମାସିସ, ଔଷଧ ଦୋକାନ ଓ ଗ୍ରୋସରୀ ଦୋକାନକୁ ଏହି ଆଂଶିକ ଲକଡାଉନରୁ ବାଦ ଦିଆଯାଇଛି

ଗୁରୁବାର ପଶ୍ଚିମବଙ୍ଗରେ ୧୭,୪୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଓ ୮୯ ଜଣ କରୋନାରେ ପ୍ରାଣ ହରାଇଥିଲେ।

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଫଳାଫଳ ମେ ୨ ତାରିଖରେ ପ୍ରକାଶ ପାଇବ। ଭୋଟ ଗଣତି ବେଳେ କରୋନା କଟକଣାର ସମସ୍ତ ନିୟମକୁ ପାଳନ କରାଯିବ ବୋଲି ସରକାର କହିଛନ୍ତି।

ଦେଶରେ ଭୟଙ୍କର ଭାବେ ବଢ଼ି ଚାଲିଛି କରୋନା ଦୈନିକ ସଂକ୍ରମଣ। ଦୈନିକ ମୃତ୍ୟୁ ଟ୍ରେଣ୍ଡ  ସମସ୍ତ ରେକର୍ଡ ଭାଙ୍ଗିଛି। ଆଜି ଦିନକରେ ଦେଶରେ  ସର୍ବାଧିକ ୩ ଲକ୍ଷ ୮୬ ହଜାର ୪୫୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ ସର୍ବାଧିକ ୩ ହଜାର ୪୯୮ ଜଣଙ୍କର ମୃତ୍ୟୁ ଘଟିଛି ।

You might also like