ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ

ସିପିଏମ୍ ଓ ବିଜେପିକୁ ସୁପ୍ରିମକୋର୍ଟଙ୍କ ଝଟକା

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ପଂଚାୟତ ନିର୍ବାଚନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ପ୍ରତିନିଧିମାନଙ୍କ ବିଜୟକୁ ନାକଚ କରିବା ପାଇଁ ଅାଗତ ଅାବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ପଂଚାୟତ ନିର୍ବାଚନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ପ୍ରତିନିଧିମାନେ ଶାସକ ତୃଣମୂଳ କଂଗ୍ରେସର ବୋଲି ଅଭିଯୋଗ ହୋଇଥିଲା।

ନିର୍ବାଚନ ବେଳେ ଅନ୍ୟମାନଙ୍କୁ ନାମାଙ୍କନ ଦାଖଲ କରିବା ପାଇଁ ସୁଯୋଗ ଦିଅାଯାଇ ନଥିଲା। ଏନେଇ ବିଜେପି ଓ ସିପିଏମ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା। ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ତିନିଜଣିଅା ଖଣ୍ଡପୀଠ ଅାବେଦନକୁ ଖାରଜ କରି ଦେଇଥିଲେ।

ଏଥିସହ ଅାବେଦନକାରୀ ମାନେ ୩୦ଦିନ ଭିତରେ ବ୍ୟକ୍ତିଗତ ଭାବେ କୋର୍ଟରେ ଅବେଦନ କରିପାରିବେ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ମେ ମାସରେ ହୋଇଥିବା ପଶ୍ଚିମବଂଗ ପଂଚାୟତ ନିର୍ବାଚନରେ ପ୍ରାୟ ୨୦ହଜାରରୁ ଅଧିକ ପ୍ରତିନିଧି ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନରେ ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସା ହୋଇଥିଲା। ପଶ୍ଚିମବଂଗ ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ୫୮ହଜାର ୬୯୨ଟି ମଧ୍ୟରୁ ୨୦ହଜାର ୭୬ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

You might also like