ଓଡ଼ିଶାକୁ ବାତ୍ୟା ଭୟ ଅଛି କି ? ତଥ୍ୟ ରଖିଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଚଳିତ ସପ୍ତାହରେ ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ର ପୂର୍ବାନୁମାନ କରିଥିଲା।  ଗତକାଲି ଏ ନେଇ ସୂଚନା ଦେଇ କୁହାଯାଇଥିଲା,  ବର୍ତ୍ତମାନ ଯେଉଁ ସ୍ଥିତି ଅଛି, ଯଦି ଆସନ୍ତା ୩-୪ ଦିନ ଏଭଳି ସ୍ଥିତି ଜାରି ରହିବ ଓ ଏଥିରେ କୌଣସି ପରିବର୍ତ୍ତନ ନ ହୁଏ ତା’ହେଲେ ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ପ୍ରଦେଶରେ ହିଟ୍‌ କରିପାରେ ।

ହେଲେ ଆଜି ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ଅଇଏମଡି ଭିନ୍ନ ମତ ରଖିଛନ୍ତି। ଓଡ଼ିଶାକୁ ବାତ୍ୟାର ଭୟ ନାହିଁ  ବୋଲି ଭାରତୀୟ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି,  ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏପର୍ଯ୍ୟନ୍ତ ଘନିଭୂତ ହୋଇନାହିଁ । ଲଘୁଚାପର ଗତିପଥରେ କୌଣସି ପରିବର୍ତ୍ତନ ମଧ୍ୟ ହେଉନି। ଏହା ସ୍ଥିର ରହିଛି । ତେଣୁ ଓଡ଼ିଶା ପାଇଁ କୌଣସି ବାତ୍ୟାର ଆଶଙ୍କା ନାହିଁ ବୋଲି ସେ ଅନୁମାନ କରିଛନ୍ତି।

ଗୋଟିଏ ମଡେଲକୁ ନେଇ ବାତ୍ୟା ରୂପ ଦିଆ ଯାଇନପାରେ ବୋଲି ସେ କହିଛନ୍ତି ।

ସୂଚନା ଥାଉ କି, ରବିବାର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଏହା ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିବା ପାଇଁ ଆଉ କିଛି ଦିନ ଲାଗିବ ବୋଲି ଜଣାପଡ଼ିଛି।

 

ଆହୁରି ପଢ଼ନ୍ତୁ

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

You might also like