ଚିଦାମ୍ବରମ୍‌ ବାପ-ପୁଅଙ୍କୁ ମିଲିଲା ଜାମିନ୍; କାର୍ତ୍ତି ଲେଖିଲେ କିଛି ତ ଆମେ ଜିତିଲୁ

ନୂଆଦିଲ୍ଲୀ: ଏୟାରସେଲ୍-ମାକ୍ସିସ ମାମଲାରେ ଆଜି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ ଏବଂ ତାଙ୍କ ପୁଅ କାର୍ତ୍ତୀ ଚିଦାମ୍ୱରମଙ୍କୁ ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ ଅଗ୍ରୀମ ଜାମିନ୍ ପ୍ରଦାନ କରିବା ପରେ ଏକ ଟ୍ୱିଟ୍‌ ମଧ୍ୟମରେ ନିଜର ଖୁସି ବ୍ୟକ୍ତ କରିଛନ୍ତି କାର୍ତ୍ତି ଚିଦାମ୍ବରମ୍। ସେ ଟ୍ୱିଟ୍‌ରେ ଲେଖିଛନ୍ତି “କିଛି ତ ଆମେ ଜିତିଲୁ।”  ତେବେ ଏୟାରସେଲ୍-ମାକ୍ସିସ ମାମଲାରେ ବାପ-ପଅଙ୍କୁ ଜାମିନ୍‌ ନଦେବାକୁ ଇଡି ନିବେଦନ କରିଥିଲା। କିନ୍ତୁ କୋର୍ଟ ଏହାକୁ ଅଗ୍ରାହ୍ୟ କରି ଜାମିନ୍‌ ପ୍ରଦାନ କରିଛନ୍ତି।

ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଉଭୟ ବାପା ପୁଅଙ୍କ ବେଲ୍‌ ଖାରଜ୍‌ କରିଦେବାର କିଛି ଘଣ୍ଟା ପରେ ଦିଲ୍ଲୀ କୋର୍ଟଙ୍କ ଏହି ରାୟ ଆସିଛି। ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଉଭୟଙ୍କୁ ଜାମିନ୍ ପ୍ରଦାନ କରାଯିବା ସହିତ ତଦନ୍ତରେ ସାହାଯ୍ୟ କରିବାକୁ ଉଭୟଙ୍କ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ବିଚାରପତି ଓପି ସାଇନି। ଆଜି ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟ ଜାମିନ୍ ପ୍ରଦାନ କରିବା ବେଳେ ଚିଦାମ୍ୱରମ ଓ ତାଙ୍କ ପୁଅଙ୍କୁ କୌଣସି ପ୍ରକାର ପ୍ରମାଣ ଯେମିତି ପ୍ରଭାବିତ ନହୁଏ ସେଥିପାଇଁ ଧ୍ୟାନ ଦେବାକୁ କହିଛନ୍ତି। ଏ

ଆଜି ପ୍ରଥମେ ସୁପ୍ରିମକୋର୍ଟ ଆଇଏନଏକ୍ସ ମିିଡିଆ ଦୁର୍ନୀତି ମାମଲାରେ ପି. ଚିଦାମ୍ୱରମଙ୍କୁ ଅଗ୍ରୀମ ଜାମିନ୍ ଦେବାକୁ ମନା କରିଦେଇଥିଲେ। ଏଥିସହ ତଳ କୋର୍ଟରେ ଜାମିନ୍ ପାଇଁ ଆବେଦନ କରିବାକୁ କହିଥିଲେ।

ସୂଚନାଯୋଗ୍ୟ, ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ୍ ୨୦୦୬ରେ ଅର୍ଥମନ୍ତ୍ରୀ ଥିବାବେଳେ ବେଆଇନ ଭାବରେ ଏୟାରସେଲ୍-ମାକ୍ସିସ ଡିଲକୁ ମଞ୍ଜୁରୀ ଦେଇଥିଲେ। ଯେଉଁଥିପାଇଁ ସେ ଆର୍ଥିକ ଲାଭ ପାଇଥିଲେ ବୋଲି ଇଡି କହିଛି। ଏ ନେଇ ସମସ୍ତ ପ୍ରମାଣ ମଧ୍ୟ ରଖିଛି ବୋଲି ଇଡି ପୂର୍ବରୁ କହିସାରିଛି।

ବାପ ଓ ପୁଅଙ୍କୁ ଜାମିନ୍ ପ୍ରଦାନ କଲେ ପ୍ରମାଣ ନଷ୍ଟ କରିଦେବେ ବୋଲି ଇଡି କୋର୍ଟରେ ଦର୍ଶାଇଥିଲା। ଏହାପରେ କୋର୍ଟ ସମସ୍ତ ପକ୍ଷ ଶୁଣି ଚିଦାମ୍ୱରମ ଓ ତାଙ୍କ ପୁଅଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି।

ଅନ୍ୟପଟେ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇ ହେପାଜତରେ ଅଛନ୍ତି ଚିଦାମ୍ୱରମ। ଆଜି ସିବିଆଇ କୋର୍ଟରେ ଚିଦାମ୍ୱରମଙ୍କୁ ସିବିଆଇ ହାଜର କରିବ। ଏହି ସମୟରେ ଏୟାରସେଲ୍-ମାକ୍ସିସ୍ ମାମଲାରେ ପଚରା ଉଚରା କରିବା ପାଇଁ ଇଡି ସିବିଆଇ କୋର୍ଟରେ ଆବେଦନ କରିପାରେ ବୋଲି ସୂଚନା ରହିଛି

ଆହୁରି ପଢ଼ନ୍ତୁ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

You might also like