ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାସ୍ତା ଉପରେ ହିଁ ବସିବୁ

ବୈଠକରୁ ବାହାରିଲା ନାହିଁ କୌଣସି ନିଷ୍କର୍ସ

ନୂଆଦିଲ୍ଲୀ : ନିଜ ଜିଦରେ ଅଟଳ ରହିଛନ୍ତି ଚାଷୀ । ନିଜ ଦାବଇ ପୂରଣ ନହେବା ପର୍ଯ୍ୟନ୍ତ ଚାଷୀ ଆନ୍ଦେ।ଳନ ଶାନ୍ତିପୂର୍ଣ୍ଣ ଭାବରେ ଚାଲିବ ବେ।ଲି କହିଛନ୍ତି ଚାଷୀ ନେତା । ତେବେ ଗତକାଲି ବୈଠକରେ କୌଣସି ନିଷ୍କର୍ସ ବାହାରିନଥିବା ଜଣାଯାଇଛି । ଏହାସହ ଗତକାଲି ଚାଷୀଙ୍କ ସହ ବିଜ୍ଞାନ ଭବନରେ ପଞ୍ଚମ ପର୍ଯ୍ୟାୟ ବୈଠକରେ ସାମିଲ ହେ।ଇଥିଲେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ପିୟୁଷ ଗୋଏଲ  ।

ତେବେ କର୍ପୋରେଟ୍ ଫାର୍ମିଂରୁ କେବଳ ସରକାର ଲାଭବାନ ହେବେ, ଚାଷୀ ନୁହେଁ ବୋଲି ବୈଠକରେ ମତ ପୋଷଣ କରିଥିଲେ ଚାଷୀ ନେତା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲ। ଯେ, ଚାଷୀମାନେ କହିଛନ୍ତି ଯେ, ସେମାନଙ୍କ ଦାବି ଯେ ପର୍ଯ୍ୟନ୍ତ ପୂରଣ ନହେ।ଇଛି ସେ ପର୍ଯ୍ୟନ୍ତ ଆମେ ରାସ୍ତା ଉପରେ ହିଁ ପଡି ରହିବୁ । ତେବେ ଚାଷୀଙ୍କ ସହ ବସିଥିବା ପଂଚମ ପର୍ଯ୍ୟ।ୟ ବୈଠକରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତେ।ମାର କହିଛନ୍ତି ଯେ, ଏମଏସପି ବ୍ୟବସ୍ଥା ଜାରି ରହିବ ଏବଂ ନୂଆ ବ୍ୟବସ୍ଥା ପ୍ରତି ମଧ୍ୟ କୌଣସି ବିପଦ ନଥିବା ସେ କହିଛନ୍ତି ।

ଏହାସହ ସେ ଆହରୁ ମଧ୍ୟ କହିଛନ୍ତି ଯେ, ଚାଷୀମାନେ ଯେପରି ଭାବରେ ଡିସେମ୍ବର ୮ ତାରିଖରେ ଆନ୍ଦେ।ଳନ ଡାକରା ଦେଇଛନ୍ତି ତାହାକୁ ନକରି ବରଂ ସରକାରଙ୍କ ସହ ଆଲେ।ଚନା କରିବାକୁ କେନ୍ଦ୍ରମନ୍ତ୍ରୀ ଅପିଲ କରିଛନ୍ତି । ଏହାସହ ସେ କହିଛନ୍ତି ଯେ, କରେ।ନା ଓ ଶୀତ କାଳରେ ଏମିତି ରାସ୍ତା ଉପରେ ଆନ୍ଦେ।ଳନ ନକରି ଘରକୁ ଫେରିଯାଆନ୍ତୁ ବୃଦ୍ଧ ଓ ଶିଶୁ । ତେବେ ବର୍ତମାନ ଦେଖିବାକୁ ରହିଲା କେନ୍ଦ୍ରମନ୍ତ୍ରୀଙ୍କ କଥା କେତେ ଦୂର ଗ୍ରହଣ କରୁଛନ୍ତି ଚାଷୀ ।

You might also like