ମୁହଁଟାଣ ଦେଖାଇଲା ଚୀନ, କହିଲା-ଭାରତ ଯବାନ ପ୍ରୋଟୋକଲ ଭାଙ୍ଗିଛନ୍ତି

ନୂଆଦିଲ୍ଲୀ: ଗଲୱାନ ଭ୍ୟାଲିରେ ଭାରତ-ଚୀନ ଯବାନ ସଂଘର୍ଷ ଘଟଣା ପରେ ପ୍ରେସମିଟରେ ମୁହଁଟାଣ ଦେଖାଇଲେ ଚୀନ । ପ୍ରେସ୍‌ମିଟ୍‌ରେ ବୈଦେଶିକ ବ୍ୟାପାର ମୁଖପାତ୍ର ଗାଲୱାନ ଭ୍ୟାଲିକୁ ଚୀନ୍‌ର ବୋଲି କହିଛନ୍ତି।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି,  ଭାରତ ଯବାନ ବଦମାସୀ କରିଛନ୍ତି । ଅଯଥା ଚୀନ ସୀମାକୁ ପଶି ପ୍ରୋଟୋକଲ ଭାଙ୍ଗିଛନ୍ତି। ଯାହା ସବୁ ଘଟିଛି, ତାହା ଚୀନ ସୀମା ଭିତରେ । ଯାହା ବି ଘଟିଛି ସେଥିପାଇଁ ଚୀନକୁ ଅଯଥାରେ ନିନ୍ଦିତ କରାନଯାଉ।
ଲିଜିଆନ ଆହୁରି କହିଛନ୍ତି,  ନିଜ ଯବାନଙ୍କୁ ଶୃଙ୍ଖଳାରେ ରହିବାକୁ ଭାରତ କହୁ । ଶୃଙ୍ଖଳାରେ ରହି ଆଲୋଚନା ଜରିଆରେ ସମସ୍ୟା ସମାଧାନ କରୁ।
ଆମେ ଅଧିକ ସଂଘର୍ଷ ଚାହୁଁନୁ ବୋଲି କହିଛନ୍ତି ମୁଖପାତ୍ର ଲିଜିଆନ।

You might also like