ଲକଡାଉନ୍‌କୁ ଶେଷ ବିକଳ୍ପ ଭାବିବାକୁ ରାଜ୍ୟକୁ ପରାମର୍ଶ ଦେଲେ ମୋଦି

ବଡ଼ ନିଷ୍ପତ୍ତି ନେଲେ ମୋଦି

  • ସରକାରୀ ହସ୍ପିଟାଲରେ ମାଗଣାରେ ଟୀକା ଜାରି ରହିବ
  • ଆମର ସମସ୍ତଙ୍କ ପ୍ରୟାସ, ଜୀବନ ବଞ୍ଚାଇବା ହେବ
  • ଶ୍ରମିକଙ୍କୁ ସାହାଯ୍ୟ କରନ୍ତୁ ଯେଉଁଠି ଅଛନ୍ତି ସେଠାରେ ରହିବାକୁ ଦିଅନ୍ତୁ
  • ଖୁବଶୀଘ୍ର ସେମାନଙ୍କୁ ଟୀକା ଦିଆଯିବ- ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ଦେଶରେ କାୟା ବିସ୍ତାର କରିବାରେ ଲାଗିଛି। ଆଉ ଏହାରି ମଧ୍ୟରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଧୈର୍ଯ୍ୟ ଓ ସାହାସ ରଖିଲେ ଆମେ କରୋନା ସହ ଲଢେଇ କରିପାରିବା ଓ ବିଜୟୀ ହେବା। ଏହାସହ ମୋଦି କହିଛନ୍ତି, କରୋନାକୁ ନେଇ ଦେଶ ବଡ଼ ଲଢେଇ କରୁଛି। କିଛି ଦିନର ବ୍ୟବଧାନ ପରେ କରୋନା ତୋଫାନ ହୋଇକି ଆସିଛି। ମହାମାରୀ କେତେ କଷ୍ଟ ଦେଉଛି ତାହାକୁ ମୁଁ ବୁଝିପାରୁଛି। କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି। ଏହାସହ ଆମେ ସମସ୍ତେ ଏକାଠି ହୋଇ ମହାମାରୀ ସହ ଲଢେଇ କରିବା ଦରକାର ବୋଲି କହିବା ସହ ଦେଶର ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀ, ସୁରକ୍ଷାବଳ, ପୋଲିସ ଓ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ।

କଠିନରୁ କଠିନ ସମୟରେ ଧୈର୍ଯ୍ୟ ଧରିବା ଦରକାର। ତାହାଲେ ଆମେ ବିଜୟ ହାସଲ କରିବା ପାରିବା। କରୋନା ପାଇଁ ଦେଶରେ ଅକ୍ସିଜେନ୍‌ର ଚାହିଦା ବଢିଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାର ଏହା ଉପରେ ମିଳିତ କାମ କରୁଛନ୍ତି। ସମସ୍ତଙ୍କୁ ଅକ୍ସିଜେନ୍‌ ଦେବାକୁ ଚେଷ୍ଟା କରାଯାଉଛି। ଜାନୁଆରୀ ଓ ଫେବ୍ରୁଆରୀ ଅପେକ୍ଷା ଏବେ ଔଷଧ ଉତ୍ପାଦନ ବଢିଛି। ଗତକାଲି ଔଷଧ କମ୍ପାନୀ ସହ ଆଲୋଚନା ହୋଇଥିଲା। ଆମେ ସୌଭାଗ୍ୟଶାଳୀ ଯେ, ଆମ ପାଖରେ ବହୁତ ବଡ଼ ଫାର୍ମା କମ୍ପାନୀ ଅଛି। ମେଡିକାଲରେ ବେଡ୍‌ ସଂଖ୍ୟା ବଢାଇବାକୁ  ବି ନିଷ୍ପତ୍ତି ହୋଇଛି ବୋଲି କହିଲେ ମୋଦି। ମୋଦି ଆହୁରି ମଧ୍ୟ କହିଛନ୍ତି, ଆମ ପାଖରେ ଭ୍ୟାକ୍ସିନ୍‌ ମଧ୍ୟ ଉପଲବ୍ଧ ଅଛି। ବର୍ତ୍ତମାନ ବିଶ୍ୱରେ ଆମ ଦେଶରେ ହିଁ ସବୁଠାରୁ ବଡ଼ ଟିକା କରଣ ଅଭିଯାନ ଆରମ୍ଭ ହୋଇଛି।

ଭ୍ୟାକ୍ସିନ୍‌ ଅନେକ ଲୋକ ନେଇ ସାରିଛନ୍ତି। ସରକାରୀ ମେଡିକାଲରେ ମାଗଣାରେ ସମସ୍ତଙ୍କୁ ଟିକା ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଜୀବନ ବଂଚାଇବାଲାଗି ଆମେ ସମସ୍ତ ଉଦ୍ୟମ କରୁଛୁ। ଶ୍ରମିକମାନଙ୍କୁ ମଧ୍ୟ ଭ୍ୟାକ୍ସନ୍‌ ମିଳିବ। ଯେଉଁଠି ଯେଉଁମାନେ ଅଛନ୍ତି ସେମାନେ ସେହିଠାରେ ହିଁ ରୁହନ୍ତୁ। କାହାର କାମ ବନ୍ଦ ହେବ ନାହିଁ। ପୂର୍ବ ସ୍ଥିତି ଅପେକ୍ଷା ଏବେକାର ସ୍ଥିତି ବହୁତ ଭିନ୍ନ ରହିଛି। କାରଣ ପୂର୍ବରୁ ଆମ ପାଖରେ କରୋନାର ପରୀକ୍ଷାଠାରୁ ଚିକିତ୍ସା କି ଟିକା କିଛି ନଥିଲା। କିନ୍ତୁ ବର୍ତ୍ତମାନ ସ୍ଥିତି ବଦଳିଯାଇଛି। ଦେଶରେ କରୋନାର ଭଲରେ ଚିକିତ୍ସା ହୋଇପାରୁଛି। ଦେଶରେ ଟେଷ୍ଚିଂର ସଂଖ୍ୟା ମଧ୍ୟ ବଢିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହାସହ ଯୁବବର୍ଗକୁ ଅନୁରୋଧ କଲେ ମୋଦି, କହିଲେ ପ୍ରତି ଗଳିରେ କରୋନା ସଚେତନତା କରନ୍ତୁ। ବିନା କୌଣସି କାମରେ ଘରୁ ନବାହାରିବା ପାଇଁ ଅନୁରୋଧ କଲେ ମୋଦି। ଡରିବାର କୌଣସି ଆବଶ୍ୟକତା ନାହିଁ। ଲକଡାଉନ୍‌ରୁ ବଂଚିବାର ଆବଶ୍ୟକତା ରହିଛି। ମାଇକ୍ରୋ କଂଟେନ୍‌ମେଂଟ୍‌ ଉପରେ ଧ୍ୟାନ ଦେବାକୁ ସବୁ ରାଜ୍ୟ ସରକାରଙ୍କୁ ମୋଦି ପରାମର୍ଶ ଦେଇଛନ୍ତି। କରୋନା କଟକଣା ମାନିଲେ ସ୍ଥିତି ସୁଧୁରିବ। ଆପଣଙ୍କର ସାହାସ ଓ ଧୈର୍ଯ୍ୟ ପାଇଁ ଆଗାମୀ ଦିନରେ ପୁଣି ଥରେ ସ୍ୱାଭାବିକ ସ୍ଥିତି ଦେଶକୁ ଫେରିବ ବୋଲି ମୋଦି କହିଛନ୍ତି।

କରୋନାକୁ ନେଇ ବଡ଼ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ କରୋନା ସ୍ଥିତି ଭୟଙ୍କର ଭାବରେ ବଢିବାରେ ଲାଗିଛି। ଆଉ ତାହାକୁ ନେଇ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଯେମିତି କୌଣସି କରୋନା ରୋଗୀ କିମ୍ବା ସେମାନଙ୍କ ପରିବାର ଅସୁବିଧାରେ ନପଡ଼ନ୍ତି ସେଥିଲାଗି ଏମିତି ପଦକ୍ଷେପ ନେଲେ କେନ୍ଦ୍ର ସରକାର। ଏଠାରେ କହିରଖୁଛୁ ଯେ, ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୯ ହଜାର ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୬୧ ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୩ ଲକ୍ଷ ୨୧ ହଜାର ୮୯କୁ ବୃଦ୍ଧି ପାଇଛି । ସେହିପରି କରୋନା ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୮୦ ହଜାର ୫୩୦କୁ ବୃଦ୍ଧି ପାଇଛି ।

You might also like