ବିଜୟ ପାଇଁ କଂଗ୍ରେସକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ୫ ରାଜ୍ୟର ନିର୍ବାଚନ ଫଳାଫଳ ପରେ ତିନି ପ୍ରମୁଖ ରାଜ୍ୟ ରାଜସ୍ଥାନ ଓ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପିର ପରାଜୟକୁ ସ୍ୱୀକାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାସହ ଏସବୁ ସ୍ଥାନରେ ବିଜୟ ପାଇଁ କଂଗ୍ରେସକୁ ଶୁଭେଚ୍ଛା ଜଣାଇଛନ୍ତି ।

ଦୀର୍ଘ ଦିନ ଧରି  ଶାସନ କରିବାର ସୁଯୋଗ ଦେଇଥିବାରୁ ଉପରୋକ୍ତ ୩ ରାଜ୍ୟର ଜନତାଙ୍କୁ ମଧ୍ୟ ଟ୍ୱିଟ୍ ଯୋଗେ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଶେଷରେ ଏହି ନିର୍ବାଚନ ଲାଗି ଦିନରାତି ପରିଶ୍ରମ କରିଥିବା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଅଭିବାଦନ ଜଣାଇବା ସହ ଆଜିର ଫଳାଫଳ ଆଗାମୀ ଦିନରେ ଦେଶର ଉନ୍ନତି ପାଇଁ ଅଧିକ ପରିଶ୍ରମ କରିବାକୁ ବାଟ ଦେଖାଇଛି ବୋଲି ଲେଖିଛନ୍ତି ମୋଦି।

You might also like